ETV Bharat / sports

ଭଲରେ ଖାଇବାକୁ ମିଳୁନି; ମେଡାଲ ଆଣିବେ କିପରି ? - Paris Olympics 2024

author img

By ETV Bharat Sports Team

Published : Jul 28, 2024, 1:25 PM IST

Food Problem in Paris Olympics 2024: ଅଲିମ୍ପିକ୍ସ ଖେଳିବାକୁ ଯାଇଥିବା ଭାରତୀୟ ଶୁଟରଙ୍କୁ ମିଳୁନି ମନ ପସନ୍ଦର ଖାଦ୍ୟ । କିଏ ଚଳାଇ ନେଉଛି ତ କିଏ ନିଜେ ରାନ୍ଧିକି ଖାଉଛି । ଅଧିକ ପଢ଼ନ୍ତୁ

Food Problem in Paris Olympics 2024
Food Problem in Paris Olympics 2024 (AP Photos)

ପ୍ୟାରିସ (ଫ୍ରାନ୍ସ): ଅଲିମ୍ପିକ୍ସରୁ ବହୁତ ମେଡାଲ ଆଶା କରିଛି ଭାରତ । ଭାରତୀୟ ଆଥଲେଟ୍‌ଙ୍କ ଉପରେ ସାରା ଦେଶର କ୍ରୀଡ଼ାପ୍ରେମୀଙ୍କ ନଜର । ହେଲେ ସେଠାରେ ଭାରତୀୟ ଆଥଲେଟ୍‌ଙ୍କୁ ଭଲରେ ଖାଇବାକୁ ମଧ୍ୟ ମିଳୁନଥିବା ଖବର ଆସି ପହଞ୍ଚିଛି । ଶୁଟିଂ ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଥିବା ଭାରତୀୟ ଶୁଟରଙ୍କୁ ସେମାନଙ୍କ ସ୍ବାଦ ଅନୁଯାୟୀ ଖାଦ୍ୟ ଖୋଜିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ମିଳୁନି ପସନ୍ଦର ଖାଦ୍ୟ:-

ସେଠାରେ ଭାରତୀୟ ଖେଳାଳିଙ୍କ ପାଇଁ ଚାଟେଉରୋକ୍ସରେ ଦୁଇଟି 'ଆଥଲେଟ୍‌ ଭିଲେଜ୍‌' ରହିଛି । ହେଲେ ଉଭୟ ସ୍ଥାନରେ କେଉଁଠି ମଧ୍ୟ ଭାରତୀୟ ଶୁଟରଙ୍କୁ ନିଜ ପସନ୍ଦର ଖାଇବା ମିଳୁନାହିଁ । କିଛି ଖେଳାଳି ସେଠାରେ ଥିବା ଏକ ଦକ୍ଷିଣ ଏସୀୟ ରେଷ୍ଟୁରାଣ୍ଟ ଉପରେ ନିର୍ଭର କରୁଥିବାବେଳେ ଅନ୍ୟମାନେ ନିଜ ପାଇଁ ନିଜେ ଖାଦ୍ୟ ରାନ୍ଧି ଖାଉଛନ୍ତି ।

କିଏ ଚଳାଇ ନେଉଛି ତ କିଏ ରାନ୍ଧି ଖାଉଛି:-

ଜଣେ ଭାରତୀୟ ଶୁଟର ନାମ ଗୋପନ ରଖିବା ସର୍ତ୍ତରେ PTI (ଖବର ସରୋବରାହ ସଂସ୍ଥା)କୁ କହିଛନ୍ତି, "ଖାଦ୍ୟ ଖୋଜିବାରେ ବହୁତ କଷ୍ଟ ହେଉଛି । ଆମେ କୌଣସି ପ୍ରକାରେ ଚଳାଇନେଉଛୁ ।" ସେହିଭଳି ଟିମ୍‌ ସହ ଯାଇଥିବା ଏୟାର ପିସ୍ତଲ ପ୍ରଶିକ୍ଷକ ଜସପାଲ ରାଣା କହିଛନ୍ତି, "ଆମେ ନିଜେ ଖାଇବା ରାନ୍ଧି ଖାଉଛୁ । ଗତକାଲି ମୁଁ କେବଳ ରାଜମା ସହିତ ଭାତ ଖାଇଲି । ତେଜରାତି ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମୋ ରୁମ୍‌ରେ ଖାଇବା ରାନ୍ଧୁଛି ।" ଅନ୍ୟ ଜଣେ ଭାରତୀୟ ଶୁଟର କହିଛନ୍ତି, "ଶୁଟିଂ ପରିସର ସୁନ୍ଦର ଓ ବ୍ୟବସ୍ଥିତ । କିନ୍ତୁ ମୁଁ ମୁଖ୍ୟ 'କ୍ରୀଡା ଗ୍ରାମ'ଠାରୁ ଦୂରରେ ରହିବାକୁ ବାଧ୍ୟ ହେଲି । ସେଠାରେ ରହିବା ବ୍ୟବସ୍ଥା ଯାହା ମୁଁ କଳ୍ପନା କରିଥିଲି, ସେପରି ନୁହେଁ । କିନ୍ତୁ ମୁଁ ପ୍ରତିଯୋଗିତା ଖେଳିବା ପାଇଁ ଏବଂ ଜିତିବା ପାଇଁ ଏଠାକୁ ଆସିଛି । ସବୁକିଛି ଚଳାଇ ନେବାକୁ ହେବ ।" ଅନ୍ୟ କେତେକ ଶୁଟର ଚାଟେଉରୋକ୍ସସ୍ଥିତ 'ଆଥଲେଟ୍‌ ଭିଲେଜ୍‌' ହଷ୍ଟେଲର ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ସେମାନେ ପ୍ୟାରିସରେ ହିଁ ରହିବାକୁ ପସନ୍ଦ କରୁଛନ୍ତି ।

ପ୍ରକାଶ ଥାଉ, ଚାଟେଉରୋକ୍ସ ଫ୍ରେଞ୍ଚ ନ୍ୟାସନାଲ ଶୁଟିଙ୍ଗ ସେଣ୍ଟର ପରିସରରେ ପ୍ୟାରିସ ଅଲିମ୍ପିକ୍ସ 2024 ଶୁଟିଂ ପ୍ରତିଯୋଗିତାର ପ୍ରଥମ ଦିନରେ ମହିଳା 10 ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ଯୋଗ୍ୟତା ଅର୍ଜନ କରିଛନ୍ତି ମନୁ ଭାକର । ଏହା ସହିତ ମନୁ ଭାରତୀୟ ଶୁଟିଂ ଦଳକୁ ପ୍ରେରଣା ଓ ସମସ୍ତଙ୍କ ମନକୁ ଆଗକୁ ଯିବାର ଆଶା ମଧ୍ୟ ଦେଇଛନ୍ତି । ଏହା ପୂର୍ବରୁ 10 ମିଟର ଏୟାର ରାଇଫଲ ମିଶ୍ରିତ ଦଳ ଇଭେଣ୍ଟରେ ଉଭୟ ଭାରତୀୟ ଯୋଡି ଯୋଗ୍ୟତା ପର୍ଯ୍ୟାୟ ଅତିକ୍ରମ କରିପାରିନଥିଲେ । ଏଥି ସହିତ, 10 ମିଟର ଏୟାର ପିସ୍ତଲ ପୁରୁଷ ବର୍ଗରେ ସରବଜୋତ ସିଂ 577 ସ୍କୋର ସହିତ ପଦକ ରାଉଣ୍ଡରୁ ସ୍ଥାନ ହରାଇ ବାଦ ପଡ଼ିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.