ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଭାରତୀୟ ତୀରନ୍ଦାଜୀ ଟିମ୍‌ର ଦମଦାର ପ୍ରଦର୍ଶନ; ଜାଣନ୍ତୁ କେମିତି ଅଛି ସ୍ଥିତି - Paris Olympics 2024

author img

By ETV Bharat Sports Team

Published : Aug 2, 2024, 3:39 PM IST

Paris Olympics 2024 Archery : ତୀରନ୍ଦାଜୀ ମିଶ୍ରିତ କ୍ବାର୍ଟର ଫାଇନାଲରେ ଭାରତର ଷ୍ଟାର ତୀରନ୍ଦାଜୀ (ମିଶ୍ରିତ) ଦଳ ଧୀରଜ ବୋମ୍ମାଦେୱରା ଏବଂ ଅଙ୍କିତା ଭକତ । ପ୍ରି-କ୍ବାର୍ଟରରେ ଇଣ୍ଡୋନେସିଆ ଯୋଡ଼ିକୁ 5-1ରେ ଦେଲେ ମାତ । ଅଧିକ ପଢ଼ନ୍ତୁ

Paris Olympics 2024 Archery
Paris Olympics 2024 Archery (AP Photos)

ପ୍ୟାରିସ (ଫ୍ରାନ୍ସ): ଭାରତର ଷ୍ଟାର ତୀରନ୍ଦାଜୀ (ମିଶ୍ରିତ) ଦଳ ଧୀରଜ ବୋମ୍ମାଦେୱରା ଏବଂ ଅଙ୍କିତା ଭକତଙ୍କ ଚମତ୍କାର ପ୍ରଦର୍ଶନ । ତୀରନ୍ଦାଜୀ ମିଶ୍ରିତ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଏହି ଷ୍ଟାର ଭାରତୀୟ ତୀରନ୍ଦାଜୀ ମିଶ୍ରିତ ଦଳ । ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍ସ 2024ରେ ମିଶ୍ରିତ ଦଳ ତୀରନ୍ଦାଜୀ ଇଭେଣ୍ଟର ପ୍ରି-କ୍ବାର୍ଟର ଫାଇନାଲ ମ୍ୟାଚରେ ଭାରତୀୟ ଯୋଡ଼ି ଧୀରଜ ବୋମ୍ମାଦେୱରା ଏବଂ ଅଙ୍କିତା ଭକତ ଇଣ୍ଡୋନେସିଆ ବିପକ୍ଷରେ 5-1ରେ ଦମଦାର ବିଜୟ ହାସଲ କରିଛନ୍ତି । ଏହି ବିଜୟ ସହିତ ଭାରତ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ।

ଧୀରଜ ଓ ଅଙ୍କିତାଙ୍କ ଦମଦାର ପ୍ରଦର୍ଶନ:-

ପ୍ୟାରିସ ଅଲିମ୍ପିକ୍ସ 2024 ତୀରନ୍ଦାଜୀ ମିଶ୍ରିତ ଇଭେଣ୍ଟରେ ରାଉଣ୍ଡ ଅଫ୍‌ 16 ମ୍ୟାଚରେ ଭାରତୀୟ ଯୋଡ଼ି ଅଙ୍କିତା ଭକତ ଏବଂ ଧୀରଜ ବୋମ୍ମାଦେୱରା ଦମଦାର ବିଜୟ ହାସଲ କରିଛନ୍ତି । ସେମାନେ ଇଣ୍ଡୋନେସିଆର ଦିୟାନନ୍ଦ ଚୋଇରୁନିସା ଏବଂ ଆରିଫ ପାଙ୍ଗେଷ୍ଟୁଙ୍କ ବିପକ୍ଷରେ 5-1 ସ୍କୋରରେ ବିଜୟ ହାସଲ କରି ଭାରତୀୟ ଯୋଡି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ।

ଏମିତି ଥିଲା ଆଜିର ମ୍ୟାଚ୍‌:-

ଅଙ୍କିତା ଭକତ ଏବଂ ଧୀରଜ ବୋମ୍ମାଦେୱରାଙ୍କ ଯୋଡି 37-36 ସ୍କୋର ସହିତ ପ୍ରଥମ ସେଟ୍ ଜିତିଥିଲେ । ଦ୍ବିତୀୟ ସେଟ୍‌ରେ କଡ଼ା ମୁକାବିଲା ପରେ ଫଳାଫଳ 38-38 ରେ ବରାବର ସ୍ଥିତିରେ ରହିଲା । ତା’ପରେ ଭାରତୀୟ ଯୋଡି 38-37 ସ୍କୋର ସହିତ ତୃତୀୟ ସେଟ୍‌ ଜିତିଥିଲେ । ତେବେ ଲେସ୍ ଇନଭାଲିଡ୍ସରେ ଭାରତୀୟ ଯୋଡି 5ଟି 10 ଅଙ୍କ ସ୍କୋର କରି ପ୍ରି-କ୍ବାର୍ଟର ଫାଇନାଲ୍ ବିଜୟ ହାସଲ କରିଥିଲେ ।

ଆଜି ସନ୍ଧ୍ୟାରେ କ୍ବାର୍ଟର ଫାଇନାଲ୍‌:-

ପ୍ରକାଶ ଥାଉକି, ଏହି ଇଭେଣ୍ଟର କ୍ବାର୍ଟର ଫାଇନାଲ୍‌ ମଧ୍ୟ ଆଜି ଖେଳାଯିବ । ଭାରତର ଏହି ତାରକା ଯୋଡି ଆଜି ଅପରାହ୍ନ 5ଟା 45 ମିନିଟରେ କ୍ବାର୍ଟର ଫାଇନାଲରେ ସ୍ପେନ ଦଳକୁ ଭେଟିବ । କାରଣ ପ୍ରି-କ୍ବାର୍ଟର ଫାଇନାଲରେ ଚାଇନାକୁ 6-2ରେ ପରାସ୍ତ କରିଛନ୍ତି ସ୍ପେନ୍ ତୀରନ୍ଦାଜ ଯୋଡ଼ି ।

ଏହା ମଧ୍ୟ ପଢ଼ନ୍ତୁ...ବ୍ୟାଡମିଣ୍ଟନରେ ମଉଳିଗଲା ଭାରତର ପଦକ ଆଶା, ପ୍ରି-କ୍ବାର୍ଟର ଫାଇନାଲରେ ହାରିଗଲେ ସିନ୍ଧୁ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.