ETV Bharat / sports

Paris Olympics 2024; 52ବର୍ଷ ପରେ ଇତିହାସ ଦୋହରାଇଲା ଭାରତୀୟ ହକି ଟିମ୍, ସ୍ପେନକୁ 2-1ରେ ହରାଇ ଜିତିଲା ବ୍ରୋଞ୍ଜ ମେଡାଲ, ଅଲିମ୍ପିକ୍ସରୁ ଆସିଲା 4ର୍ଥ ପଦକ - OLYMPICS HOCKEY BRONZE MEDAL MATCH

author img

By ETV Bharat Sports Team

Published : Aug 8, 2024, 7:18 PM IST

Updated : Aug 8, 2024, 7:54 PM IST

OLYMPICS HOCKEY BRONZE MEDAL MATCH: 52 ବର୍ଷ ପରେ ଇତିହାସ ରଚିଲା ଭାରତୀୟ ହକି ଟିମ୍ । ସ୍ପେନକୁ ହରାଇ ଜିତିଲା ଐତିହାସିକ ବ୍ରୋଞ୍ଜ ମେଡାଲ । ଏହା ପୂର୍ବରୁ ଭାରତ 1972ରେ ଲଗାତାର ଭାବେ ଅଲିମ୍ପିକ୍ସରେ ପଦକ ଜିତିଥିଲା । ଗତ ଟୋକିଓ ଅଲିମ୍ପିକ୍ସରେ ଭାରତ ଜର୍ମାନୀକୁ ହରାଇ ବ୍ରୋଞ୍ଜ ଜିତିଥିଲା । ଅଧିକ ପଢନ୍ତୁ

Indian hockey team
Indian hockey team (@TheHockeyIndia)

ପ୍ୟାରିସ (ଫ୍ରାନ୍ସ): ଇତିହାସ ରଚିଲା ଭାରତୀୟ ହକି ଟିମ୍ । ସ୍ପେନକୁ ହରାଇ ଜିତିଲା ଐତିହାସିକ ବ୍ରୋଞ୍ଜ ମେଡାଲ । ଦୁଇଟି ଗୋଲ କରିଛନ୍ତି ଅଧିନାୟକ ହରମନପ୍ରିତ ସିଂ । ମ୍ୟାଚର 30 ଏବଂ 33 ତମ ମିନିଟରେ ଗୋଲ ସ୍କୋର କରିଥିଲେ ଭାରତୀୟ କ୍ୟାପଟେନ । ଗୁରୁବାର ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଐତିହାସିକ ବ୍ରୋଞ୍ଜ ମେଡାଲ ଜିତିଛି ଭାରତୀୟ ହକି ଟିମ୍ ।

ଏହା ବି ପଢନ୍ତୁ- ଅଲିମ୍ପିକ୍ସରେ ଶାନଦାର ପ୍ରଦର୍ଶନ; ସାଥ ଦେଲା ଓଡିଶା, ବଦଳିଗଲା ଭାରତୀୟ ହକି ଦଳର ଭାଗ୍ୟ - odisha started sponsoring hockey

ସେମିଫାଇନାଲରେ ଜର୍ମାନୀଠାରୁ 3-2ରେ ହାରିବା ପରେ ଆଜି କାଂସ୍ୟ ପଦକ ମ୍ୟାଚରେ ସ୍ପେନକୁ 2-1 ଗୋଲରେ ହରାଇଛି । ଭାରତୀୟ ଟିମ୍ ପକ୍ଷରୁ ଦୁଇଟି ଯାକ ଗୋଲ ଦେଇଥିଲେ ଅଧିନାୟକ ହରମନପ୍ରୀତ ସିଂ । ସେ ମ୍ୟାଚର 30 ମିନିଟ ଏବଂ 33 ମିନିଟରେ ଦୁଇଟି ଗୋଲ ଦେଇଥିଲେ । ଦୁଇଟି ଯାକ ଗୋଲ ପେନାଲ୍ଟି କର୍ଣ୍ଣରରୁ ଆସିଥିଲା । ଏହି ପଦକ ସହିତ ଭାରତ ଚଳିତ ଅଲିମ୍ପିକ୍ସରେ 4ର୍ଥ କାଂସ୍ୟ ପଦକ ହାସଲ କରିଛି । ତେବେ ଗତ 2020 ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତ କାଂସ୍ୟ ପଦକ ଜିତିଥିଲା । ସେହିମ୍ୟାଚରେ ଭାରତ, ଜର୍ମାନୀଙ୍କୁ 5-4 ଗୋଲରେ ହରାଇଥିଲା ।

ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ-

ଭାରତୀୟ ହକି ଟିମ୍ 2020 ବର୍ଷ ପରେ 2024ରେ ପୁଣି ଅଲିମ୍ପିକ୍ସରେ କମାଲ କରିଛି । 52 ବର୍ଷ ପରେ ଲଗାତାର ଭାବେ ଦୁଇଟି ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ଜିତିଛି । ଆଜିର ମ୍ୟାଚରେ ସ୍ପେନ ପକ୍ଷରୁ ମାର୍କ ମିରାଲିସ୍ 18 ତମ ମିନିଟରେ ଗୋଲ ଦେଇଥିଲେ ।

ପ୍ରଥମେ ଗୋଲ କରିଥିଲା ସ୍ପେନ-

ପ୍ରଥମ କ୍ବାର୍ଟରେ ଜବରଦସ୍ତ ଖେଳିଥିଲେ ଦୁଇ ଦଳ । ସ୍କୋର 0-0ରେ ବରାବର ଥିଲା । ଦ୍ବିତୀୟ କ୍ବାର୍ଟରରେ ଦୁଇ ଦଳ ଗୋଲ କରିଥିଲେ । ସ୍ପେନ 18 ତମ ମିନିଟରେ ଏବଂ ଭାରତ 30 ମିନିଟରେ ଗୋଲ କରିଥିଲା । ପରେ ତୃତୀୟ କ୍ବାର୍ଟରେ 33 ମିନିଟରେ ଗୋଲ ଦେଇ ଭାରତକୁ 2-1ରେ ଆଗରେ ରଖିଥିଲେ ଅଧିନାୟକ ହରମନପ୍ରୀତ ସିଂ ।

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଟ୍ବିଟ୍ କରି ଶୁଭେଚ୍ଛା ଦେଇଛନ୍ତି । ସେ ଲେଖିଛନ୍ତି କି, ଏହି ବିଜୟ ଆଗାମୀ ଅନେକ ପିଢୀଙ୍କୁ ପ୍ରେରଣା ଯୋଗାଇବ । ଭାରତୀୟ ହକି ଦଳକୁ ବ୍ରୋଞ୍ଜ ପଦକ ଜିତିଥିବାରୁ ଶୁଭେଚ୍ଛା । ଏହା ସବୁଠୁ ଅଧିକ ସ୍ବତନ୍ତ୍ର କାରଣ ଏହି ପଦକ ସହିତ ଭାରତ ଅଲିମ୍ପିକ୍ସରେ ଲଗାତାର ପଦକ ବିଜୟ ହୋଇଛି ।

ଅଲିମ୍ପିକ୍ସରେ ହକିରେ 13ଟି ପଦକ-

ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଆଜି ଯାଏଁ 8ଟି ଗୋଲ୍ଡ, ଗୋଟିଏ ସିଲଭର ଏବଂ 4ଟି ବ୍ରୋଞ୍ଜ ପଦକ ଜିତିଛି ।1928ରୁ 1980 ମସିହା ପର୍ଯ୍ୟନ୍ତ ଭାରତୀୟ ହକି ଟିମ୍ 8ଟି ଗୋଲ୍ଡ ଜିତଥିବା ବେଳେ 1960ରେ ସିଲଭର ଜିତଥିଲା । ତେବେ 1980 ମସିହା ପରଠୁ 2024 ପର୍ଯ୍ୟନ୍ତ ଭାରତ 4ଟି ବ୍ରୋଞ୍ଜ ଜିତିଛି ।

Last Updated : Aug 8, 2024, 7:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.