ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ; ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ଭାଙ୍ଗିଲା 52 ବର୍ଷର ରେକର୍ଡ - Paris Olympics 2024 Hockey

author img

By ETV Bharat Sports Team

Published : Aug 2, 2024, 6:40 PM IST

PARIS OLYMPICS 2024 HOCKEY : ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଇତିହାସ ରଚିଲା ଭାରତୀୟ ହକି ଦଳ । 52 ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ଦେମା ମାତ । ଅଧିକ ପଢ଼ନ୍ତୁ

PARIS OLYMPICS 2024 HOCKEY
PARIS OLYMPICS 2024 HOCKEY (IANS PHOTOS)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାଙ୍ଗିଲା 52 ବର୍ଷର ରେକର୍ଡ । ଅଷ୍ଟ୍ରେଲିଆକୁ ହରାଇଲା ଭାରତ । ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ହରମନପ୍ରୀତ ବାହିନୀ କଙ୍ଗାରୁ ଦଳକୁ 3-2ରେ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ଅଭିଷେକ ଏବଂ ହରମନପ୍ରୀତ ସିଂହ ଅଷ୍ଟ୍ରେଲିଆକୁ ଆରମ୍ଭରୁ ହିଁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ତେବେ ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ମୋଟ 5ଟି ମ୍ୟାଚ୍‌ ଖେଳିଥିବାବେଳେ ସେଥିମଧ୍ୟରୁ 3ଟି ମ୍ୟାଚ୍‌ ଜିତିଛି । ଗୋଟିଏ ମ୍ୟାଚ୍‌ ଆର୍ଜେଣ୍ଟିନା ବିପକ୍ଷରେ ଡ୍ର' ହୋଇଥିବାବେଳେ ବେଲଜିୟମ ବିପକ୍ଷ ଗୋଟିଏ ମ୍ୟାଚ୍‌ ହାରିଥିଲା ଭାରତ ।​ ବର୍ତ୍ତମାନ 140 କୋଟି ଭାରତୀୟଙ୍କ ମେଡାଲ ସ୍ବପ୍ନ ନେଇ ପ୍ୟାରିସ୍‌ରେ ଧମାଲ କରୁଥିବା ଭାରତୀୟ ହକି ଦଳ କ୍ବାର୍ଟର ଫାଇନାଲରେ ଲଗାଇବ ଦମ ।

ପ୍ରଥମ କ୍ବାର୍ଟରରୁ ଭାରତର ଦମଦାର ପ୍ରଦର୍ଶନ:-

ଏହି ମ୍ୟାଚର ପ୍ରଥମ କ୍ୱାର୍ଟରରୁ ହିଁ ଅଷ୍ଟ୍ରେଲିଆ ଉପରେ ଭାରି ପଡ଼ିଥିଲା ଭାରତ । 12ତମ ମିନିଟରରେ ଅଭିଷେକ ଭାରତୀୟ ଦଳ ପାଇଁ ଏକ ଚମତ୍କାର ଫିଲ୍ଡ ଗୋଲ ସ୍କୋର କରିଥିଲେ । ଏହି ସଟ୍‌ର କୌଣସି ଜବାବ ଅଷ୍ଟ୍ରେଲୀୟ ଗୋଲକିପର ଥୋମାସ କ୍ରେଗଙ୍କ ପାଖରେ ନଥିଲା । ଏହାସହ ଭାରତ 1-0ର ଲିଡ୍‌ ନେଇଥିଲା । ଏହାପରେ ମ୍ୟାଚର 13ତମ ମିନିଟରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା ​​ଏବଂ ଅଧିନାୟକ ହରମନପ୍ରୀତ ଏକ ଚମତ୍କାର ସଟ୍‌ ମାରି ଗୋଲ ସ୍କୋର କରିବା ସହ ଭାରତର ଲିଡ୍‌କୁ 2-0କୁ ବୃଦ୍ଧି କରିଥିଲେ । ଏହି ମ୍ୟାଚର 15 ମିନିଟରେ ଅଷ୍ଟ୍ରେଲିଆର ଟମ ଏକ ସଟ୍ ନେଇ ଗୋଲ ସ୍କୋର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଭାରତର ଗୋଲକିପର ଶ୍ରୀଜେଶ ତାଙ୍କ ଉଦ୍ୟମକୁ ବିଫଳ କରିଦେଇଥିଲେ । ଏହାସହ ଭାରତ ପ୍ରଥମ କ୍ବାର୍ଟରକୁ 2-0 ଲିଡ୍‌ ନେଇ ସମାପ୍ତ କରିଥିଲା ।

ପୁଣି ଚମକିଲେ ହରମନପ୍ରୀତ:-

ଏହି ମ୍ୟାଚ୍‌ର ଦ୍ବିତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ ପ୍ରଥମ ଗୋଲ ସ୍କୋର କରିଥିଲା । ମ୍ୟାଚ୍‌ର 25ତମ ମିନିଟରେ କ୍ରେଗ୍‌ ଥୋମାସ ଅଷ୍ଟ୍ରେଲିଆ ପାଇଁ ଏକ ଗୋଲ ସ୍କୋର କରି ଦଳକୁ 1-2 ସ୍ଥିତିକୁ ଆଣିଥିଲେ । ତୃତୀୟ କ୍ୱାର୍ଟରରେ ଭାରତ ତୃତୀୟ ଗୋଲ ସ୍କୋର କରିଥିଲା । 32ତମ ମିନିଟରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା, ଯେଉଁଥିରେ ହରମନପ୍ରୀତ ସିଂ ଚମତ୍କାର ସଟ୍‌ ଖେଳି ଦଳ ପାଇଁ ଆଉ ଗୋଟିଏ ଗୋଲ ସ୍କୋର କରିଥିଲେ । କ୍ୟାପଟେନ ହରମନପ୍ରୀତ ସିଂ ଏହି ମ୍ୟାଚର ତୃତୀୟ ତଥା ଦ୍ବିତୀୟ ବ୍ୟକ୍ତିଗତ ଗୋଲ ସ୍କୋର କରିଥିଲେ । ଏହାସହ ସେ ଭାରତର ଅଗ୍ରଣୀକୁ 3-1ରେ ବୃଦ୍ଧି କରିଥିଲେ ।

3-2ରେ ମ୍ୟାଚ୍‌ ଜିତିଲା ଭାରତ:-

ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଗୋଭର୍ସ ବ୍ଲେକ୍ 55ତମ ମିନିଟରେ ନିଜ ଦଳ ପାଇଁ ଦ୍ବିତୀୟ ଗୋଲ୍ ସ୍କୋର କରି ସ୍କୋରକୁ 3-2 ସ୍ଥିତିକୁ ଆଣିଥିଲେ । ଏହାପରେ ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ କଡ଼ା ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ଦୁଇ ଦଳର କୌଣସି ଗୋଲ୍‌ ସ୍କୋର କରିପାରିନଥିଲେ, ଫଳରେ ଭାରତ ମ୍ୟାଚ୍‌କୁ 3-2ରେ ଜିତି ନେଇଛି ।

ଭାଙ୍ଗିଲା 52 ବର୍ଷର ପରାଜୟ ଧାରା:-
ଅଷ୍ଟ୍ରେଲିଆକୁ 3-2ରେ ମାତ ଦେବା ସହ ଭାରତ 52 ବର୍ଷର ପରାଜୟ ଧାରା ଭାଙ୍ଗିଛି । ଶେଷଥର 1972 ମସିହାରେ ମ୍ୟୁନିକ୍‌ ଅଲିମ୍ପିକ୍ସରେ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା । ଏହାପରେ ପ୍ୟାରିସ ଅଲିମ୍ପିକ୍ସ 2024ରେ, ଅର୍ଥାତ 52 ବର୍ଷ ପରେ ପ୍ରଥମ ଥର ଅଷ୍ଟ୍ରେଲିଆକୁ ହରାଇଛି ଭାରତ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ପୁଣି ଫାଇନାଲରେ ମନୁ ଭାକର; ଆଣିବେ ତୃତୀୟ ପଦକ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.