ହାଇଦ୍ରାବାଦ: ପ୍ୟାରିସ ଆଲିମ୍ପିକ୍ସରେ ଆଜି ଠାରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ବ୍ୟକ୍ତିଗତ ତୀରନ୍ଦାଜରେ ଉଭୟ ମହିଳା ଓ ପୁରୁଷ ବିଭାଗରେ ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବ । ମହିଳା ବିଭାଗରେ ଅଙ୍କିତା ଭକତ, ଭଜନ କୌର ଓ ଦୀପିକା କୁମାରୀ ରହିଛନ୍ତି । ସେହିପରି ପୁରୁଷ ବିଭାଗରେ ତରୁଣଦୀପ ରାୟ, ପ୍ରବୀଣ ୟାଦବ ଓ ଧୀରଜ ବୋମାଡୋଭରା ରହିଛନ୍ତି । ମହିଳା ବ୍ୟକ୍ତିଗତ ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବା ବେଳେ ସନ୍ଧ୍ୟା 5ଟା 45ରେ ପୁରୁଷ ବ୍ୟକ୍ତିଗତ ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହେବ ।
𝘞𝘌 𝘈𝘙𝘌 𝘙𝘌𝘈𝘋𝘠!!!
— SAI Media (@Media_SAI) July 24, 2024
The Indian #Archery🏹 team is all set to get India's campaign underway at #ParisOlympics2024🥳
Let's get together to chant #Cheer4Bharat🇮🇳
Take a look at the events scheduled for tomorrow👇 #OlympicsOnJioCinema pic.twitter.com/97w6PsJfPC
2012 ଲଣ୍ଡନ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ ଭାରତୀୟ ତୀରନ୍ଦାଜ ଅଲିମ୍ପିକ୍ସରେ ପ୍ରବେଶ କରିଛନ୍ତି । ଆଜି ଯୋଗ୍ୟତା ହାସଲ କରି ପ୍ରାରମ୍ଭିକ ରାଉଣ୍ଡରେ ସହଜ ପ୍ରତିଦ୍ୱନ୍ଦ୍ୱୀ ପାଇପାରିବେ। ଆସନ୍ତାକାଲି ପ୍ୟାରିସରେ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବ ରହିଛି । ଏହା ପୂର୍ବରୁ ଭାରତର ଅଭିୟାନ ଆରମ୍ଭ ହୋଇଛି । ଆସନ୍ତାକାଲି ଠାରୁ ଅଗଷ୍ଟ 11 ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସରେ ଅଲିମ୍ପିକ୍ସ ଚାଲିବ । ଦୀର୍ଘ 100 ବର୍ଷ ପରେ ପ୍ୟାରିସକୁ ଅଲିମ୍ପିକ୍ସ ଫେରିଥିବାରୁ ଉତ୍ସାହିତ ପ୍ୟାରିସବାସୀ । ଶେଷ ଥର ପାଇଁ 1924ରେ ଆୟୋଜନ କରାଯାଇଥିଲା ।
ଏଥର ଷ୍ଟାଡିୟମ ବାହାରେ ଉଦଘାଟନୀ ଉତ୍ସବ ଆଯୋଜନ କରାଯିବ । ଯାହା ପ୍ରଥମ ଥର ଅଲିମ୍ପିକ୍ସ ଇତିହାସରେ ଦେଖିବାକୁ ମିଳିବ । ଏଥର ନଦୀ ଗର୍ଭରେ ଉତ୍ସବର ଆୟୋଜନ କରାଯିବ । ଫ୍ରାନ୍ସର ସେନ ନଦୀର ଅଷ୍ଟ୍ରେର୍ଲିଜ ବ୍ରିଜ ଠାରୁ ଆଇଫିଲ ଟାଓ୍ବାର ପର୍ଯ୍ୟନ୍ତ ଉତ୍ସବ ଚାଲିବ । ଏହି ଦୁଇ ସ୍ଥାନ ମଧ୍ୟରେ ଦୂରତା 6 କିଲୋମିଟର ରହିଛି । ପରେଡରେ ପ୍ରାୟ 94 ଟି ଡଙ୍ଗା ସାମିଲ କରାଯାଇଛି। ଏଥିରେ ଖେଳାଳି ମାନେ ପରେଡରେ ସାମିଲ ହେବେ ।
ଭାରତରୁ 117 ଜଣ କ୍ରୀଡାବିତକ୍ରୀଡା ମହାକୁମ୍ଭରେ ଅଂଶ ଗ୍ରହଣ କରିବେ । 45 ଇଭେଣ୍ଟରେ ପଦକ ପାଇଁ ଲଢିବେ । ଗତ ଅଲିମ୍ପିକ୍ସରେ 126 ଜଣ ଖେଳାଳି ଭାରତରୁ ପ୍ରତିନିଧିତ୍ବ କରି 7 ପଦକ ହାସଲ କରିଥିବା ବେଳେ ଚଳିତ ଥର ପଦକ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି । ଜୁଲାଇ 27 ତାରିଖରେ ଏୟାର ରାଇଫଲ, ଏୟାର ପିସ୍ତଲ, ବ୍ୟାଡମିଣ୍ଟନ୍, ରୋଇଂ, ବକ୍ସିଂ ଓ ଟେନିସ୍ ଇଭେଣ୍ଟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ