ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ ସେମିରେ ଭାରତ; ରୋମାଞ୍ଚକର ଶୁଟ୍‌ଆଉଟ୍‌ରେ ହାରିଲା ଗ୍ରେଟ୍‌ ବ୍ରିଟେନ୍‌ - Paris Olympics 2024

author img

By ETV Bharat Sports Team

Published : Aug 4, 2024, 3:24 PM IST

Updated : Aug 4, 2024, 3:30 PM IST

Paris Olympics 2024 Hockey: ପ୍ୟାରିସ ଅଲିମ୍ପିକ୍ସ 2024 ସେମିଫାଇନାଲ୍‌ରେ ଭାରତୀୟ ହକି ଦଳ । କ୍ବାର୍ଟରଫାଇନାଲ୍‌ରେ ଗ୍ରେଟ ବ୍ରିଟେନକୁ 4-2ରେ ମାତ ଦେଲେ ହରମନପ୍ରୀତ ସିଂହ ଆଣ୍ଡ କୋ । ଅଧିକ ପଢ଼ନ୍ତୁ

Paris Olympics 2024 Hockey
Paris Olympics 2024 Hockey (AP Photo)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସ 2024 ମେଡାଲ ଅଭିମୁଖେ ଭାରତୀୟ ହକି ଦଳ । କ୍ବାର୍ଟରଫାଇନାଲ୍‌ରେ ରବିବାର ଗ୍ରେଟ ବ୍ରିଟେନକୁ 4-2ରେ ମାତ ଦେଲେ ହରମନପ୍ରୀତ ସିଂହ ଆଣ୍ଡ କୋ । ଏକ ରୋମାଞ୍ଚକର ମ୍ୟାଚରେ ଭାରତ ଶୁଟଆଉଟରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ପୂର୍ଣ୍ଣ ସମୟ ପର୍ଯ୍ୟନ୍ତ ସ୍କୋର 1-1ରେ ବରାବାର ରହିଥିଲା । ଭାରତ ପାଇଁ ହରମାନପ୍ରୀତ ସିଂ (22 ତମ ମିନିଟ) ଗୋଟିଏ ଗୋଲ ସ୍କୋର କରିଥିଲେ । ଏଥି ସହିତ ଲି ମୋର୍ଟନ୍ (27 ତମ ମିନିଟ୍) ଗ୍ରେଟ୍ ବ୍ରିଟେନ ପାଇଁ ଗୋଲ୍ ସ୍କୋର କରିଥିଲେ । ଏହାପରେ ସମସ୍ତ କ୍ବାର୍ଚର ଗୋଲଶୂନ୍ୟ ରହିବାରୁ ମ୍ୟାଚ୍ ଶୁଟଆଉଟକୁ ଗଲା । ଏଥିରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ପ୍ରତିପକ୍ଷକୁ 4-2ରେ ମାତ ଦେଇଛନ୍ତି ।

ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ :-

ଏହି ମ୍ୟାଚ୍‌ରେ ଗ୍ରେଟ ବ୍ରିଟେନ ଆକ୍ରମଣାତ୍ମକ ଆରମ୍ଭ କରିଥିଲା । ଫଳସ୍ୱରୂପ, ମାତ୍ର 5ମ ମିନିଟରେ ସେମାନେ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲେ, ଯାହାକୁ ଭାରତ ଭଲ ଭାବରେ ରକ୍ଷା ମଧ୍ୟ କରିପାରଥିଲା । ପ୍ରଥମ କ୍ବାର୍ଟରରେ ବ୍ରିଟିଶ ଖେଳାଳିମାନେ ଅଧିକାଂଶ ସମୟ ବଲ୍‌କୁ ନିଜ କବଜାରେ ରଖିଥିଲେ । ଏହି କ୍ବାର୍ଟରରେ ଭାରତକୁ କିଛି ଛୋଟ ଛୋଟ ସୁଯୋଗ ମଧ୍ୟ ମିଳିଥିଲା, ଯାହାକୁ ଭାରତ ଉପଯୋଗ କରିପାରିଲା ନାହିଁ । ଏହି କ୍ବାର୍ଟରରେ ଭାରତ ରକ୍ଷଣାତ୍ମକ ଖେଳିଥିଲା ​​ଏବଂ ଅଭିଜ୍ଞ ଗୋଲକିପର ପି.ଆର ଶ୍ରୀଜେଶ ଚମତ୍କାର ପ୍ରଦର୍ଶନ କରି କିଛି ଗୋଲ ମଧ୍ୟ ରକ୍ଷା କରିଥିଲେ । 13 ତମ ମିନିଟରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା, ଯେଉଁଥିରେ ସରପଞ୍ଚ ହରମନପ୍ରୀତ ସିଂ ଗୋଲ କରିବାରେ ସକ୍ଷମ ହୋଇନଥିଲେ । ପ୍ରଥମ କ୍ୱାର୍ଟର ସ୍କୋର 0-0 ସହିତ ଶେଷ ହୋଇଥିଲା ।

ଅମିତ ରୋହିଦାସଙ୍କୁ ରେଡକାର୍ଡ ପରେ ଅଗ୍ନିମୁଖା ହୋଇଗଲା ଭାରତୀୟ ଦଳ :-

18ତମ ମିନିଟରେ ଭାରତର ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ରେଡ କାର୍ଡ ଦେଖାଯାଇଥିଲା ଏବଂ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଲା । ଅର୍ଥାତ ଭାରତକୁ 11 ବଦଳରେ 10 ଖେଳାଳିଙ୍କ ସହ ପୁରା ମ୍ୟାଚ୍ ଖେଳିବାକୁ ପଡିଥିଲା । ଏହାପରେ ଭାରତୀୟ ଦଳ ଅଧିକ ଆକ୍ରମଣାତ୍ମକ ହୋଇ 22 ତମ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା ।​ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଏହି ସୁଯୋଗକୁ ହାତଛଡ଼ା କରିନଥିଲେ । ସେ ଏକ ଚମତ୍କାର ଗୋଲ ସ୍କୋର କରି ଭାରତକୁ ମ୍ୟାଚରେ 1-0ରେ ଅଗ୍ରଣୀ କରାଇଥିଲେ । ଏହାପରେ 27ତମ ମିନିଟରେ ବ୍ରିଟେନର ଲି ମୋର୍ଟନ୍ ଏକ ଚମତ୍କାର ଫିଲ୍ଡ ଗୋଲ୍ ସ୍କୋର କରି ଦଳକୁ 1-1 ରେ ବରାବର ସ୍ଥିତିକୁ ଆଣିଥିଲେ । ହାଫ୍‌ ଟାଇମ ପର୍ଯ୍ୟନ୍ତ ସ୍କୋର 1-1ରେ ବରାବର ରହିଲା ।

ତୃତୀୟ କ୍ବାର୍ଟର ଗୋଲଶୂନ୍ୟ :-

ତୃତୀୟ କ୍ୱାର୍ଟରରେ ଗ୍ରେଟ ବ୍ରିଟେନ ଦଳ ଭାରତ ଉପରେ କିଛିମାତ୍ରାରେ ଭାରି ସାବ୍ୟସ୍ତ ହୋଇଥିଲା । ପେନାଲ୍ଟି କର୍ଣ୍ଣର ସମେତ ଗୋଲ ସ୍କୋର କରିବାକୁ ବ୍ରିଟେନକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମିଳିଥିଲା, କିନ୍ତୁ ଭାରତର ଦୃଢ଼ ଡିଫେନ୍ସ ସମସ୍ତ ବ୍ରିଟିଶ ଆକ୍ରମଣକୁ ବିଫଳ କରିଥିଲା । ଏଥିସହିତ ଗୋଲକିପର ପି.ଆର ଶ୍ରୀଜେଶ ପୁରା କ୍ବାର୍ଟରରେ ବ୍ୟସ୍ତ ରହିଥିଲେ । ତେବେ ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଲା ଏବଂ ସ୍କୋର ଲାଇନ୍ 1-1 ସହିତ ସମାପ୍ତ ହେଲା ।

ଚତୁର୍ଥ କ୍ବାର୍ଟର ହେଲା ରୋମାଞ୍ଚକର :-

ଭାରତ ଏବଂ ଗ୍ରେଟ ବ୍ରିଟେନ ମଧ୍ୟରେ ଚତୁର୍ଥ କ୍ବାର୍ଟର ବହୁତ ରୋମାଞ୍ଚକର ଥିଲା । ଏହି କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗ୍ରୀନ୍ କାର୍ଡ ପାଇଥିଲେ । ଅର୍ଥାତ, ଉଭୟ ଦଳକୁ 2 ମିନିଟ୍ ପର୍ଯ୍ୟନ୍ତ ଜଣେ ଲେଖାଏଁ ଖେଳାଳିଙ୍କୁ କମ କରି ଖେଳିବାକୁ ପଡିଲା । ଉଭୟ ଦଳ ପରସ୍ପର ଉପରେ ଅନେକ ଆକ୍ରମଣ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ବ୍ରିଟେନ ଅନେକ ବିପଜ୍ଜନକ ଆକ୍ରମଣ କରିଥିଲା ​​କିନ୍ତୁ ଭାରତର ୱାଲ୍‌ କୁହାଯାଉଥିବା ଗୋଲକିପର ଶ୍ରୀଜେଶ ସମସ୍ତ ଆକ୍ରମଣକୁ ବିଫଳ କରି ସ୍କୋରକୁ 1-1ରେ ବରାବର ରଖିଥିଲେ । ଫଳରେ ମ୍ୟାଚ୍ ଫଳାଫଳ ପାଇଁ ଶୁଟ୍ଆଉଟରେ ପ୍ରବେଶ କରିଥିଲେ ଦୁଇ ଦଳ ।

ଶୁଟ୍‌ଆଉଟ୍‌ରେ ଜିତିଲା ଭାରତ :-

ଶୁଟଆଉଟରେ ଭାରତ ପାଇଁ ଅଧିନାୟକ ସରପଞ୍ଚ ହରମନପ୍ରୀତ ସିଂହ ପ୍ରଥମ ଗୋଲ ସ୍କୋର କରିଥିଲେ । ଦ୍ବିତୀୟ ଗୋଲ୍ ସୁଖଜିତ୍ ସିଂ ଏବଂ ତୃତୀୟ ଗୋଲ୍ ଲଲିତ କୁମାର ଉପାଧ୍ୟାୟଙ୍କ ଦ୍ବାରା ହୋଇଥିଲା । ଏହାପରେ ରାଜକୁମାର ପାଲ ଚତୁର୍ଥ ଗୋଲ ସ୍କୋର କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ । ଅନ୍ୟପଟେ ସବୁଠାରୁ ଉଲ୍ଲେଖନୀୟ କାର୍ଯ୍ୟ ପୁଣି ଥରେ ଭାରତର ଅଭିଜ୍ଞ ଗୋଲକିପର ପି.ଆର ଶ୍ରୀଜେଶ କରି ଦେଖାଇଥିଲେ । ବ୍ରିଟିଶ ଖେଳାଳିଙ୍କ ଦୁଇଟି ଦୁଇଟି ଆକ୍ରମଣରୁ ଦଳକୁ ରକ୍ଷା କରି ଭାରତକୁ ସେମିଫାଇନାଲରେ ପ୍ରବେଶ କରାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଓଡ଼ିଆ ପୁଅ କିଶୋର ଜେନା ଓ ସୁନା ପୁଅ ନୀରଜ କେବେ କରିବେ ଜାଭେଲିନ ଥ୍ରୋ ? ଜାଣନ୍ତୁ କେମିତି ଦେଖିବେ LIVE - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 4, 2024, 3:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.