ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: 6 ପଦକରୁ 4ଟି ଜିତିଛନ୍ତି ହରିୟାଣା ଆଥଲେଟ; ଆଉ କାହା ଭାଗରେ କେତେ ? - Paris Olympics 2024

author img

By ETV Bharat Sports Team

Published : Aug 13, 2024, 8:00 PM IST

Paris Olympics 2024: ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତ ଜିତିଥିବା 6ଟି ପଦକ ମଧ୍ୟରୁ 4ଟି ଜିତିଛନ୍ତି କେବଳ ହରିୟାଣା ଆଥଲେଟ । ଅର୍ଥାତ ମୋଟ ପଦକର 66 ପ୍ରତିଶତ ଆଣିଛନ୍ତି ହରିୟାଣା ଆଥଲେଟ । ଓଡ଼ିଶା ଭାଗରେ କେତେ ? ଅଧିକ ପଢ଼ନ୍ତୁ

Paris Olympics 2024
Paris Olympics 2024 (ETV Bharat Odisha)

ହାଇଦ୍ରାବାଦ : ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତର ଅଭିଯାନ ମାତ୍ର 6ଟି ପଦକ ସହିତ ଶେଷ ହୋଇଛି । ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାର ପଦକ ଜିତିବା ଲକ୍ଷ୍ୟରେ ଭାରତୀୟ ଦଳ ପ୍ୟାରିସ ଯାଇଥିଲା । ହେଲେ 6 ଜଣ ଆଥଲେଟ୍‌ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିବା ଏବଂ ଭିନେଶ ଫୋଗତଙ୍କ ଅଯୋଗ୍ୟତା ଯୋଗୁଁ ଭାରତକୁ ନିରାଶ ହେବାକୁ ପଡ଼ିଛି । କେବଳ ଗୋଟିଏ ରୌପ୍ୟ ଓ 5ଟି ବ୍ରୋଞ୍ଜ ପଦକ ସମେତ 6 ପଦକ ପାଇ ଭାରତ ନୈରାଶ୍ୟଜନକ ଭାବେ ଅଭିଯାନ ଶେଷ କରିଛି । ତେବେ ଆପଣ ଜାଣନ୍ତି କି ? ଭାରତ ଏଥର ଅଲିମ୍ପିକ୍ସରେ ଜିତିଥିବା 6 ପଦକ ମଧ୍ୟରୁ 4ଟି ପଦକ ଜିତିଛନ୍ତି ହରିୟାଣା ଆଥଲେଟ୍‌ । ହରିୟାଣାର କ୍ଷେତ୍ରଫଳ ହେଉଛି ଭାରତ କ୍ଷେତ୍ରଫଳର ମାତ୍ର 1.4 ପ୍ରତିଶତ । ହେଲେ ଭାରତ ଜିତିଥିବା ମୋଟ ପଦକର 66 ପ୍ରତିଶତ ଜିତିଛନ୍ତି ହରିୟାଣା ଆଥଲେଟ ।

80 ପ୍ରତିଶତ ବ୍ୟକ୍ତିଗତ ପଦକ ହରିୟାଣାର :-

ଏଥର ପ୍ୟାରିସ ଅଲିମ୍ପିକ୍ସରୁ ଭରତକୁ ଦଳଗତ ଭାବେ ଦୁଇଟି ପଦକ ଆସିଛି । ଗୋଟିଏ ଭାରତୀୟ ହକି ଟିମ୍‌ ଆଣିଥିବାବେଳେ ଅନ୍ୟଟି ମନୁ ଭାକର ଓ ସରବଜୋତ ସିଂହ ଶୁଟିଂରେ ଆଣିଛନ୍ତି । ହକି ଟିମ୍‌କୁ ବାଦ ଦେଲେ ମନୁ ଓ ସରବଜୋତ ମୁଖ୍ୟତଃ ହରିୟାଣାର । ଦେଶକୁ ପଦକ ଆଣିଥିବା ଅନ୍ୟ ମେଡାଲିଷ୍ଟ ମାନଙ୍କ ଉପରେ ନଜର ପକାଇଲେ ନୀରଜ ଚୋପ୍ରା ଓ ଅମନ ସେରାୱତ ମଧ୍ୟ ହରିୟାଣାର । କେବଳ ଗୋଟିଏ ପଦକ (ସ୍ବପ୍ନୀଲ କୁଶାଲେ) ମହାରାଷ୍ଟ୍ରକୁ ଯାଇଛି । ଅର୍ଥାତ ପ୍ୟାରିସରୁ ଆସିଥିବା 5ଟି ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ମଧ୍ୟରୁ 4ଟି (80 ପ୍ରତିଶତ) ହରିୟାଣା ଆଥଲେଟ୍‌ ଆଣିଛନ୍ତି । ହକିକୁ ବାଦ ଦେଲେ ଅନ୍ୟ କୌଣସି ରାଜ୍ୟର ଜଣେ ବି ଆଥଲେଟ୍‌ ପ୍ୟାରିସ ଅଲିମ୍ପିକ୍ସରେ ବ୍ୟକ୍ତିଗତ ପଦକ ଜିତିପାରିନାହାନ୍ତି । ପରିସୀମା ଦୃଷ୍ଟିରୁ ହରିୟାଣା ଭାରତ କ୍ଷେତ୍ରଫଳର ମାତ୍ର 1.4 ପ୍ରତିଶତ । ହେଲେ ଅଲିମ୍ପିକ୍ସ ବିଜୟରେ ଏହି ଛୋଟିଆ ରାଜ୍ୟ ଏକ ନମ୍ବର ସ୍ଥାନରେ ରହିଛି ।

70 ଲକ୍ଷ ଜନସଂଖ୍ୟାରେ ଗୋଟିଏ ପଦକ :-

ପ୍ୟାରିସ ଅଲିମ୍ପିକ୍ସ 2024ରେ ମୋଟ 206 ଦେଶ ଅଂଶଗ୍ରହଣ କରିଥିବା ବେଳେ ସେଥ୍ରୁ ସମୁଦାୟ 91ଟି ଦେଶ କିଛି ନା କିଛି ପଦକ ଜିତିଛନ୍ତି । ଏହି 91ଟି ଦେଶ ପଦକ ଟ୍ୟାଲିରେ 82ଟି ସ୍ଥାନରେ ରହିଛନ୍ତି । ଯେଉଁଥିରେ ଭାରତ 71ତମ ସ୍ଥାନରେ ରହିଛି । ହେଲେ ଯଦି ଏହି ଦେଶ ଗୁଡ଼ିକର ଜନସଂଖ୍ୟା ଓ ଅଲିମ୍ପିକ୍ସ ପଦକ ଅନୁପାତକୁ ବିଚାର କରାଯାଏ, ତେବେ ଭାରତ ତଳଆଡ଼ୁ ତୃତୀୟରେ ରହିବ । ଏଥର ଭାରତର 6ଟି ପଦକକୁ ହିସାବକୁ ନେଲେ ପ୍ରତି 24.2 କୋଟି ଜନସଂଖ୍ୟାରେ ଭାରତ ଗୋଟିଏ ପଦକ ଜିତିଛି । ଅନ୍ୟପଟେ ହରିୟାଣା ପ୍ରତି 70 ଲକ୍ଷ ଜନସଂଖ୍ୟାରେ ଗୋଟିଏ ପଦକ ଜିତିଛି ।

ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଥିବା ଓଡ଼ିଶାରେ ଖେଳାଳି ନାହାନ୍ତି ! :-

ଅନ୍ୟପଟେ 52 ବର୍ଷର ଇତିହାସକୁ ଦୋହରାଇ ଟୋକିଓ ଅଲିମ୍ପିକ୍ସ ପରେ ପ୍ୟାରିସରେ କ୍ରମାଗତ ଦ୍ବିତୀୟ ପଦକ ଜିତିଥିବା ଭାରତୀୟ ହକି ଦଳର 17 ଜଣ ଖେଳାଳିଙ୍କ ମଧ୍ୟରୁ କେବଳ 9 ଜଣ ହେଉଛନ୍ତି ପଞ୍ଜାବର । ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଦାବି କରୁଥିବା ଓଡ଼ିଶାରୁ କେବଳ ଜଣେ ଖେଳାଳି (ଅମିତ ରୋହିଦାସ) ଭାରତୀୟ ହକି ଦଳରେ ରହି ସଫଳତା ପାଇଛନ୍ତି । ଭାରତର ଅନ୍ୟତମ ଜାଭେଲିନ ଥ୍ରୋୟର ଓଡ଼ିଆ ପୁଅ କିଶୋର କୁମାର ଜେନା ମଧ୍ୟ ଏଥର ଅଲିମ୍ପିକ୍ସକୁ ଯାଇଥିଲେ । ହେଲେ ସେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ବିଫଳ ରହିଲେ ।

71ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ :-

ପ୍ୟାରିସ ଅଲିମ୍ପିକ୍ସ 2024ରେ ଚୀନ୍‌ ମେଡାଲ ଟ୍ୟାଲିରେ ଆମେରିକାକୁ ପଛରେ ପକାଇ ଶୀର୍ଷରେ ରହିଛି । ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ, ଜାପାନ ଚତୁର୍ଥରେ ଓ ଆୟୋଜକ ଫ୍ରାନ୍ସ 5ମ ସ୍ଥାନରେ ରହିଛି । ଅନ୍ୟପଟେ ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତର ପ୍ରଦର୍ଶନ ସେତେଟା ଭଲ ନଥିଲା । କେବଳ ଗୋଟିଏ ରୌପ୍ୟ ଏବଂ 5ଟି ବ୍ରୋଞ୍ଜ ସହିତ ମୋଟ 6ଟି ପଦକ ଜିତି ପଦକ ତାଲିକାରେ 71ତମ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଛି ଭାରତ । ପ୍ୟାରିସ୍ ଅଲିମ୍ପିକ୍ସରେ ମୋଟ 206 ଦେଶ ଅଂଶଗ୍ରହଣ କରିଥିବା ବେଳେ ସେଥ୍ରୁ ସମୁଦାୟ 91ଟି ଦେଶ କିଛି ନା କିଛି ପଦକ ଜିତିଛନ୍ତି । ଏହି 91ଟି ଦେଶ ପଦକ ଟ୍ୟାଲିରେ 82ଟି ସ୍ଥାନରେ ରହିଛନ୍ତି । ଯେଉଁଥିରେ ଭାରତ 71ତମ ସ୍ଥାନରେ ରହିଛି ।​ କେବଳ ଗୋଟିଏ ପଦକ ପାଇ ପାକିସ୍ତାନ ମଧ୍ୟ ଭାରତ ଠାରୁ ଊର୍ଦ୍ଧ୍ବରେ 62ତମ ସ୍ଥାନରେ ରହିଛି । କାରଣ ଜାଭେଲିନ ଥ୍ରୋ ଇଭେଣ୍ଟରେ ପାକିସ୍ତାନ ସ୍ବର୍ଣ୍ଣ ପଦକ ହାସଲ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ମେଡାଲ ଟ୍ୟାଲିରେ ପାକିସ୍ତାନଠୁ ବି ପଛରେ ରହିଲା ଭାରତ; ଆମେରିକାକୁ ପଛରେ ପକାଇଲା ଚାଇନା - Paris Olympics 2024

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଏହି ଖେଳାଳି ଦେଶ ପାଇଁ ଜିତିଲେ ମେଡାଲ; ଭାଙ୍ଗିଲା ଅନେକ ରେକର୍ଡ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.