ETV Bharat / sports

ଅଲିମ୍ପିକ୍ସରେ ଶାନଦାର ପ୍ରଦର୍ଶନ; ସାଥ ଦେଲା ଓଡିଶା, ବଦଳିଗଲା ଭାରତୀୟ ହକି ଦଳର ଭାଗ୍ୟ - odisha started sponsoring hockey

author img

By ETV Bharat Odisha Team

Published : Aug 7, 2024, 4:47 PM IST

Paris Olympics 2024 from not qualifying for Beijing Olympics 2008 to winning bronze in 2020 Olympics and reaching semifinal in 2024 Paris Olympics: 44 ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ନିକଟରେ ଗୋଲ୍ଡ ଜିତିବାର ସମ୍ପୂର୍ଣ୍ଣ ସୁଯୋଗ ଥିବା ବେଳେ ଏହାକୁ ହାତଛଡା କରିଛି ଭାରତୀୟ ହକି ଟିମ୍ । ମଙ୍ଗଳବାର ଜର୍ମାନୀଠାରୁ ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ 2-3 ଗୋଲରେ ପରାଜିତ ହୋଇ ଏବେ ସ୍ପେନ ବିପକ୍ଷରେ ବ୍ରୋଞ୍ଜ ପଦକ ପାଇଁ ମ୍ୟାଚ ଖେଳିବ । ତେବେ ଦେଖନ୍ତୁ କିପରି ହଠାତ ଭାରତୀୟ ଦଳର ପ୍ରଦର୍ଶନ ଦମଦାର ହେଲା 2018 ମସିହା ପରେ, ଯେବେଠୁ ଓଡିଶା ହକିର ପ୍ରାୟୋଜକ ଦାୟିତ୍ବ ନେଲା । ଅଧିକ ପଢନ୍ତୁ

ଅଲିମ୍ପିକ୍ସରେ ଶାନଦାର ପ୍ରଦର୍ଶନ
ଅଲିମ୍ପିକ୍ସରେ ଶାନଦାର ପ୍ରଦର୍ଶନ (ETV Bharat Odisha)

ହାଇଦ୍ରାବାଦ: 2020 ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଜିତିଥିଲା ଐତିହାସିକ ବ୍ରୋଞ୍ଜ ପଦକ । 41 ବର୍ଷ ପରେ ଅଲିମ୍ପିକ୍ସ ପଦକ ମରୁଡିକୁ କାଂସ୍ୟ ପଦକ ଜିତି ଖୁସି ଏବଂ ଆନନ୍ଦର ସାଗରରେ ଭସାଇଥିଲା । ଏହାପରେ ଭାରତରେ ହକିର ପୁର୍ନଜନ୍ମ ହୋଇଥିବା କୁହାଯାଇଥିଲା । କାରଣ 2011ରେ ହିଁ ଭାରତୀୟ ହକି ଦଳ ଖେଳାଳିଙ୍କ ନିକଟରେ ପିନ୍ଧିବାକୁ ଜୋତା ନଥିଲା । ଏପଟେ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ମଧ୍ୟ ଶାନଦାର ପ୍ରଦର୍ଶନ ଜାରି ରହିଛି ଭାରତୀୟ ହକି ଦଳର । ସେମିଫାଇନାଲରେ ଶକ୍ତିଶାଳି ଜର୍ମାନୀଠାରୁ 2-3 ଗୋଲରେ ହାରି ଫାଇନାଳ ଖେଳିବା ସ୍ବପ୍ନ ଧୂଳିସାତ ହୋଇଯାଇଛି । ହେଲେ ପୁଣିଥରେ ଅଲିମ୍ପିକ୍ସରେ କାଂସ୍ୟ ଜିତିବା ଆଶା ଉଜ୍ଜିବୀତ ରହିଛି । 2020 ଅଲିମ୍ପିକ୍ସରେ ଭାରତ, ଜର୍ମାନୀକୁ 5-4 ଗୋଲରେ ହରାଇ ଇତିହାସ ରଚିବା ସହିତ ଐତିହାସିକ ପଦକ ଜିତିଥିଲା । ତେବେ 2008ରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିନଥିବା ଦଳ କିପରି ଆଜି ଏତେ ଶକ୍ତିଶାଳୀ ହେବା ସହିତ ଉନ୍ନତ ପ୍ରଦର୍ଶନ କରୁଛି ? ଏହା ପଛରେ କିଏ ଆସନ୍ତୁ ଜାଣିବା ।

2008 ଅଲିମ୍ପିକ୍ସ ଯୋଗ୍ୟତାରେ ହାରିଥିଲା ଭାରତ-

2008 ବେଜିଂ (ଚୀନ) ଅଲିମ୍ପିକ୍ସରେ ଭାରତ ଯୋଗ୍ୟତା ପର୍ଯ୍ୟାୟରେ ବିଫଳ ହୋଇଥିଲା । ଭାରତୀୟ ହକି ଦଳ 2008 ଅଲିମ୍ପିକ୍ସ ଖେଳିନଥିଲା ।

2012 ଅଲିମ୍ପିକ୍ସରେ ଗ୍ରୁପ୍ ଷ୍ଟେଜରୁ ବିଦାୟ-

2012 ଲଣ୍ଡନ (ବ୍ରିଟେନ) ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଗ୍ରୁପ ଷ୍ଟେଜରୁ ବିଦାୟ ନେଇଥିଲା । 12 ତମ ସ୍ଥାନରେ ରହିଛି ଗ୍ରୁପ ଷ୍ଟେଜରୁ ଘରକୁ ଫେରିଥିଲା ।

2016 ଅଲିମ୍ପିକ୍ସରେ କ୍ବାର୍ଟର ଫାଇନାଲରୁ ବିଦୟ-

2016 ରିଓ ଅଲିମ୍ପିକ୍ସରେ 8ତମ ସ୍ଥାନରେ ରହି ଅଲିମ୍ପିକ୍ସ ଯାତ୍ରା ଶେଷ କରିଥିଲା ଭାରତୀୟ ହକି ଦଳ । କ୍ବାର୍ଟର ଫାଇନାଲରେ ପରାଜୟ ପରେ ଘରକୁ ଫେରିଥିଲେ ଖେଳାଳି ।

ଅଲିମ୍ପିକ୍ସରେ ପ୍ରଦର୍ଶନ
ଅଲିମ୍ପିକ୍ସରେ ପ୍ରଦର୍ଶନ (wikipedia)

2020 ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ-

2020 ଜାପାନ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ତୃତୀୟ ସ୍ଥାନରେ ରହିଥିଲା । ଭାରତ ବ୍ରୋଞ୍ଜ ପଦକ 41 ବର୍ଷ ପରେ ଅଲିମ୍ପିକ୍ସରେ ଜିତିଥିଲା । ସେମିଫାଇନାଲରେ ହାରିବା ପରେ ବ୍ରୋଞ୍ଜ ମ୍ୟାଚରେ ଜର୍ମାନୀକୁ 5-4 ଗୋଲରେ ହରାଇଥିଲା ।

2024 ଅଲିମ୍ପିକ୍ସରେ ବ୍ରୋଞ୍ଜ ପାଇଁ ଖେଳିବ ଭାରତ

ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତ ସେମି ଫାଇନାଲରେ ଜର୍ମାନୀଠାରୁ ହାରିବା ପରେ ବ୍ରୋଞ୍ଜ ମ୍ୟାଚ ଖେଳିବ ସ୍ପେନ ବିପକ୍ଷରେ । ମଙ୍ଗଳବାର ଭାରତ ଜର୍ମାନୀଠାରୁ 3-2 ଗୋଲରେ ହାରି ସେମିଫାଇନାଲ ମ୍ୟାଚରୁ ବିଦାୟ ନେଇଛି ।

ହକିରେ ଅଲିମ୍ପିକ୍ସରେ 8 ଗୋଲ୍ଡ-

1980 ମସିହାରେ ଭାରତ ଶେଷ ଥର ପାଇଁ ଅଲିମ୍ପିକ୍ସ ଫାଇନାଲ ଖେଳିଥିଲା । ସେହି ବର୍ଷ ମଧ୍ୟ ଭାରତ ଗୋଲ୍ଡ ଜିତିଥିଲା । ବର୍ତ୍ତମାନ ଯାଏଁ ଭାରତ ହକିରେ 8ଟି ଗୋଲ୍ଡ ଜିତିଛି । 44 ବର୍ଷ ଧରି ଫାଇନାଲ ଖେଳିନାହିଁ ଭାରତ ।

ହାଇ ପରଫରମାନ୍ସ ସେଣ୍ଟର
ହାଇ ପରଫରମାନ୍ସ ସେଣ୍ଟର (ETV Bharat Odisha)

2011ରେ ଭାରତୀୟ ଖେଳାଳିଙ୍କ ପାଖରେ ନଥିଲା ଜୋତା-

2011ରେ ଭାରତୀୟ ହକି ଦଳ ପାକିସ୍ତାନକୁ ହରାଇ ଏସିଆନ ଚମ୍ପିଆନ୍ସ ଟ୍ରଫି ଜିତିଥିଲା । ଏହା ପରେ ଦଳର ତତ୍କାଳୀନ ଅଧିନାୟକ ରାଜପାଲ ସିଂ କହିଥିଲେ, "ଆମେ ଏହି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ଖେଳାଳିଙ୍କ ପିଛା ମାତ୍ର 25 ହଜାର ଟଙ୍କା ହକି ଇଣ୍ଡିଆ ଘୋଷଣା କରିଛି ।" ଏହାକୁ ସେ ଘୋର ନିନ୍ଦା କରିଥଲେ । ସେ କହିଥିଲେ ଯେ ଏତେ ବଡ ଟୁର୍ଣ୍ଣାମେଣ୍ଟ ଆମେ ବହୁତ କଷ୍ଟରେ ବିଜୟ ହୋଇଛୁ । ତେବେ ଏହି ଘୋଷଣାରେ ସେ ନାରାଜ ଥିଲେ । ସେ ପୁଣି କହିଥିଲେ ଆମ ପିଲାଙ୍କ ନିକଟରେ ପିନ୍ଧିବାକୁ ଜୋତା ନାହିଁ । ଆମେ ଯେଉଁ ଖେଳ ସାମଗ୍ରୀ ବ୍ୟବହାର କରୁଛି ତାହା ଅତ୍ୟନ୍ତ ନିମ୍ନ ମାନର । ଏହା ସହିତ ରାଜପାଲ ମଧ୍ୟ ହକି ଇଣ୍ଡିଆ ଉପରେ ନାରାଜ ପ୍ରକାଶ କରିଥିଲେ । ସେ କହିଥିଲେ ଏଭଳି ଆଭିମୁଖ୍ୟ ରଖିଲେ ହକି ଖେଳାଳିଙ୍କ ପ୍ରତି ଆଗାମୀ ସମୟରେ ନୂଆ ଖେଳାଳି ସୃଷ୍ଟି ହେବା କଷ୍ଟକର ହୋଇଯିବ ।

ହାଇ ପରଫରମାନ୍ସ ସେଣ୍ଟର ଗ୍ରାଉଣ୍ଡ
ହାଇ ପରଫରମାନ୍ସ ସେଣ୍ଟର ଗ୍ରାଉଣ୍ଡ (ETV Bharat Odisha)

ହକି ଇଣ୍ଡିଆକୁ ସାଥ ଦେଲା ଓଡିଶା-

2018ରେ ଓଡିଶା ସରକାର ହକିର ପ୍ରାୟୋଜକ ଦାୟିତ୍ବ ଗ୍ରହଣ କରିଥିଲେ । ବର୍ତ୍ତମାନ ନବୀନ ସରକାର ଯିବା ପରେ ମୋହନ ସରକାର ଆସିବା ପରେ ମଧ୍ୟ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡିଶା । ଆସନ୍ତା 2036 ବର୍ଷ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡିଶା । ପ୍ରଥମେ 2018ରୁ 2023 ପର୍ଯ୍ୟନ୍ତ ଏହି ଚୁକ୍ତି ହୋଇଥିଲା ପରେ ଏହି ବଢି 2033 ପର୍ଯ୍ୟନ୍ତ ହୋଇଥିଲା । ତେବେ ନୂଆ ସରକାର ଆସିବା ପରେ 2036 ପର୍ଯ୍ୟନ୍ତ ପ୍ରାୟୋଜକ ବୃଦ୍ଧି ପାଇଛି ।

ବିଶ୍ବସ୍ତରୀୟ ହକି ଷ୍ଟାଡିୟମରୁ ଖେଳାଳିଙ୍କୁ ଟଙ୍କା ବର୍ଷା-

ଭୁବନେଶ୍ବର ପରେ ରାଉରକେଲାରେ ପୂର୍ବତନ ଓଡିଶା ସରକାର ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରିଥିଲେ । ଏହା ସହିତ 2023ରେ ହକି ବିଶ୍ବକପ ଆୟୋଜନ ମଧ୍ୟ କରିଥିଲେ । ଏପଟେ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିଙ୍କୁ ପାଇଁ ଟଙ୍କା ବର୍ଷା କରିଛନ୍ତି । 19 ତମ ଏସିଆନ ଗେମ୍ସରେ ଗୋଲ୍ଡ ବିଜୟ ପରେ ରାଜ୍ୟର ଖେଳାଳି ଅମିତ ରୋହିଦାସଙ୍କୁ 1.5 କୋଟି ଟଙ୍କା ପ୍ରଦାନ କରିଥିଲେ । ଏହା ସହିତ ସମସ୍ତ ଖେଳାଳିଙ୍କ ପାଇଁ ପ୍ରତ୍ୟେକ 5 ଲକ୍ଷ୍ୟ ଲେଖାଏଁ ଘୋଷଣା କରିଥିଲେ । ଏପରିକି ଟୋକିଓ ଅଲିମ୍ପିକ୍ସ ଉନ୍ନତ ପ୍ରଦର୍ଶ ପାଇଁ ମଧ୍ୟ ରାଜ୍ୟର ଦୁଇ ଖେଳାଳି ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ପ୍ରତ୍ୟେକ 2.5 କୋଟି ଏବଂ ଦୁଇ ମହିଳା ଖେଳାଳିଙ୍କୁ 50 ଲକ୍ଷ ଲେଖାଏଁ ପ୍ରଦାନ କରିଥିଲେ ।

ଖାଲି ହକି ପ୍ରାୟୋଜକ ନୁହେଁ, ଅନ୍ୟ ଖେଳର ଉନ୍ନତିରେ ଓଡିଶାର ହାତ -

ବିଶ୍ବସ୍ତରୀୟ କ୍ରୀଡା ଭିତ୍ତିଭୂମି ନିର୍ମାଣ କରି ଓଡିଶା ଅନ୍ୟ କ୍ରୀଡା ପ୍ରତି ସହାୟତାର ହାତ ବଢାଇଛି ।

ଦକ୍ଷିଣ ଏସିଆର ସବୁଠୁ ବଡ ଇନଡୋର ଆଥଲେଟିକ୍ସ ଷ୍ଟାଡିୟମ୍

  • ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ
  • ଭାରତର ପ୍ରଥମ ଫିଫା ଟ୍ୟାଲେଣ୍ଟ ଏକାଡେମୀ
  • ଫିଫା ପ୍ରମାଣପତ୍ର ପ୍ରାପ୍ତ ଫୁଟବଲ ପଡିଆ
  • ଭାରତର ସର୍ବ ବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର
  • ଆଥଲେଟଙ୍କ ପାଇଁ ହାଇ ପରଫରମାନ୍ସ ସେଣ୍ଟର
  • ଜିନ୍ମାଷ୍ଟିକଙ୍କ ପାଇଁ ହାଇ ପରଫରମାନ୍ସ ସେଣ୍ଟର
  • ସୁଇମିଂ ହାଇ ପରଫରମାନ୍ସ ସେଣ୍ଟର
  • ଆକ୍ବାଟିକ୍ ସେଣ୍ଟର
  • ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର
  • ଟେନିସ ସେଣ୍ଟର

ଏହା ବି ପଢନ୍ତୁ- ଭାଙ୍ଗିଗଲା ସବୁ ଆଶା; ଫାଇନାଲ୍‌ ଖେଳିପାରିବେନି ଭିନେଶ ଫୋଗତ; ଅଯୋଗ୍ୟ ଘୋଷଣା କଲା - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.