ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀରେ ଭାରତର ଧ୍ବଜା ବାହକ ଘୋଷିତ; ମନୁ ଭାକରଙ୍କ ସହ ପତାକା ଉଡ଼ାଇବେ ପିଆର୍‌ ଶ୍ରୀଜେଶ - Paris Olympics 2024

author img

By ETV Bharat Sports Team

Published : Aug 9, 2024, 5:40 PM IST

Paris Olympics 2024 Closing Ceremony : ପ୍ୟାରିସ୍ ଅଲିମ୍ପିକ୍ସ 2024ର ଉଦ୍‌ଯାପନୀ ସମାରୋହରେ ଭାରତର ଧ୍ବଜା ବାହକ ଘୋଷଣା କରିଛି ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) । ମନୁ ଭାକରଙ୍କ ନାଁ ପ୍ରଥମେ ଘୋଷଣା ହୋଇଥିବାବେଳେ ଏବେ ପିଆର୍‌ ଶ୍ରୀଜେଶଙ୍କୁ ମଧ୍ୟ ସଂଯୁକ୍ତ ଧ୍ବଜା ବାହକ ଘୋଷଣା କରିଛି ସଂଘ । ଅଧିକ ପଢ଼ନ୍ତୁ

Paris Olympics 2024 Closing Ceremony
Paris Olympics 2024 Closing Ceremony (AP and AFP Photos)

ପ୍ୟାରିସ (ଫ୍ରାନ୍ସ) : ପ୍ୟାରିସ୍ ଅଲିମ୍ପିକ୍ସ 2024ର ଉଦ୍‌ଯାପନୀ ସମାରୋହରେ ମନୁ ଭାକର ଏବଂ ପିଆର୍‌ ଶ୍ରୀଜେଶ ହେବେ ଭାରତର ଧ୍ବଜା ବାହକ । ପ୍ୟାରିସ୍ ଅଲିମ୍ପିକ୍ସ 2024ର ଉଦ୍‌ଯାପନୀ ସମାରୋହ ପାଇଁ ଷ୍ଟାର ପିସ୍ତଲ ଶୁଟର ମନୁ ଭାକରଙ୍କ ସମେତ ସଂଯୁକ୍ତ ଧ୍ବଜା ବାହକ ଭାବେ ଭେଟେରାନ୍ ହକି ଗୋଲକିପର ପିଆର୍‌ ଶ୍ରୀଜେଶଙ୍କ ନାଁ ଘୋଷଣା କରିଛି ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ।

'ସବୁଠାରୁ ଲୋକପ୍ରିୟ ବିକଳ୍ପ ପିଆର୍‌ ଶ୍ରୀଜେଶ' :-

ଭାରତୀୟ ଅଲିମ୍ପିକ ଆସୋସିଏସନ (IOA) ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, IOA ସଭାପତି ପିଟି ଉଷା କହିଛନ୍ତି, "IOA ନେତୃମଣ୍ଡଳୀ ମଧ୍ୟରେ ଏକ ଭାବପ୍ରବଣ ତଥା ଲୋକପ୍ରିୟ ପସନ୍ଦ ହେଉଛନ୍ତି ଶ୍ରୀଜେଶ । ଏହି ନେତୃମଣ୍ଡଳୀରେ ସେଫ୍ ଡି ମିଶନ୍ ଗଗନ୍ ନାରଙ୍ଗ ଏବଂ ସମଗ୍ର ଭାରତୀୟ ଦଳ ସାମିଲ ଥିଲା । ଶ୍ରୀଜେଶ 2 ଦଶନ୍ଧିରୁ ଅଧିକ ସମୟ ବିଶେଷ ଭାବରେ ଭାରତୀୟ ହକି ଏବଂ ସାଧାରଣତଃ ଭାରତୀୟ କ୍ରୀଡାକୁ ପ୍ରଶଂସନୀୟ ସେବା ପ୍ରଦାନ କରିଛନ୍ତି ।"

ଶ୍ରୀଜେଶଙ୍କ ନାଁରେ ସହମତି ପ୍ରକାଶ କଲେ ନୀରଜ ଚୋପ୍ରା :-

ଡଃ ପିଟି ଉଷା କହିଛନ୍ତି ଯେ ସେ ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିବା ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରାଙ୍କ ସହ ଶ୍ରୀଜେଶଙ୍କୁ ଧ୍ବଜା ବାହକ କରିବା ବିଷୟରେ କଥା ହୋଇଥିଲେ । ପିଟି ଉଷା କହିଛନ୍ତି, "ମୁଁ ନୀରଜ ଚୋପ୍ରାଙ୍କ ସହିତ କଥା ହୋଇଥିଲି ଏବଂ ସେ ଯେଭଳି ସରଳତାର ସହ ରାଜି ହୋଇଥିଲେ ଯେ ଶ୍ରୀଜେଶ ହିଁ ଉଦ୍‌ଯାପନୀ ସମାରୋହରେ ଭାରତର ଧ୍ବଜା ବାହକ ହେବା ଉଚିତ୍, ତାହାକୁ ମୁଁ ପ୍ରଶଂସା କରୁଛି । ସେ ମୋତେ କହିଥିଲେ, 'ମ୍ୟାଡାମ୍, ଯଦି ଆପଣ ମୋତେ ପଚାରି ନ'ଥାନ୍ତେ, ତେବେ ବି ମୁଁ ଶ୍ରୀଜେଶ ଭାଇଙ୍କ ନାଁ ହିଁ ପରାମର୍ଶ ଦେଇଥା’ନ୍ତି ।' ଏହା ଶ୍ରୀଜେଶଙ୍କ ପାଇଁ ନୀରଜଙ୍କ ମନରେ ଥିବା ସମ୍ମାନ ଏବଂ ଭାରତୀୟ ଖେଳ ପ୍ରତି ତାଙ୍କର ଅବଦାନକୁ ଦର୍ଶାଉଛି ।"

ପୂର୍ବରୁ ଘୋଷଣା ହୋଇଛି ମନୁ ଭାକରଙ୍କ ନାଁ :-

ଉଲ୍ଲେଖଯୋଗ୍ୟ, ପ୍ୟାରିସ୍ ଅଲିମ୍ପିକ୍ସ 2024ର ଉଦ୍‌ଯାପନୀ ସମାରୋହରେ ଭାରତର ମହିଳା ଧ୍ବଜା ବାହକ ଭାବେ IOA ପୂର୍ବରୁ ମନୁ ଭାକରଙ୍କୁ ମନୋନୀତ କରିଥିଲା । ମନୁ ପ୍ରଥମ ଭାରତୀୟ ଆଥଲେଟ୍‌ ଭାବେ ଗୋଟିଏ ଅଲିମ୍ପିକ୍ ଗେମ୍ସରେ ଏକାଧିକ ପଦକ ଜିତିବାର ରେକର୍ଡ ସେଟ୍‌ କରିଛନ୍ତି । ମନୁ ଭାକର ପ୍ୟାରିସରେ ମହିଳା 10 ମିଟର ଏୟାର ପିସ୍ତଲ ଏକକ ବର୍ଗରେ ବ୍ରୋଞ୍ଜ ଜିତି ଭାରତକୁ ଚଳିତ ଅଲିମ୍ପିକ୍ସର ପ୍ରଥମ ପଦକ ଦେଇଥିଲେ । ଏହାପରେ ସେ 10 ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ସରବଜୋତ ସିଂହଙ୍କ ସହ ମିଶି ଦ୍ବିତୀୟ ବ୍ରୋଞ୍ଜ ପଦକ ଜିତିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସ ଉଦଯାପନିରେ ଭାରତର ଧ୍ବଜାବାହକ ମନୁ ଭାକର - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.