ETV Bharat / sports

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପ୍ୟାରିସରୁ ବିଦାୟ ନେଲା ଅଲିମ୍ପିକ୍ସ, ଅପେକ୍ଷା 2028...ଭାରତର ଜାତୀୟ ପତାକା ଧରି ପରେଡ କଲେ ମନୁ ଓ ଶ୍ରୀଜେସ - Paris Olympics 2024

author img

By ETV Bharat Sports Team

Published : Aug 12, 2024, 7:47 AM IST

Updated : Aug 12, 2024, 8:43 AM IST

Paris Olympics 2024 Closing Ceremony: ପ୍ୟାରିସ ଅଲିମ୍ପିକ୍ସରେ ପଡିଲା ଜବନିକା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଶେଷ ହେଲା ଉଦଯାପନୀ ସମାରୋହ । ଭାରତର ଜାତୀୟ ପତାକା ଧରି ପରେଡ କଲେ ମନୁ ଓ ଶ୍ରୀଜେସ । ଅଧିକ ପଢନ୍ତୁ

Closing Ceremony
Closing Ceremony ((AP and ANI Photos))

ହାଇଦ୍ରାବାଦ: ପ୍ୟାରିସରୁ ବିଦାୟ ନେଲା ଅଲିମ୍ପିକ୍ସ 2024 । 16 ଦିନର ଯାତ୍ରା... 32 କ୍ରୀଡାର 329 ଇଭେଣ୍ଟ । ଭାଗ ନେଇଥିଲେ 206 ଦେଶର 10 ହଜାରରୁ ଊର୍ଦ୍ଧ୍ବ କ୍ରୀଡାବିତ । କିଏ ସ୍ବର୍ଣ୍ଣ ଜିତିଥିଲା ତ ଆଉ କିଏ ରୌପ୍ୟ ଓ କାଂସ୍ୟ । ପୁଣି କିଏ ହାତ ପାହାନ୍ତାରୁ ପଦକ ହରାଇ ହୋଇଥିଲେ ନିରାଶ । ବିଶ୍ବ କ୍ରୀଡା ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍ସରେ ଦେଶକୁ ପ୍ରତିନିଧିତ୍ବ କରି ଗର୍ବିତ କରାଥିଲେ ଆଥଲେଟ । ଶେଷରେ ପ୍ୟାରିସରୁ ବିଦାୟ ନେଇଛି ଅଲିମ୍ପିକ୍ସ । ଗତକାଲି ବିଳମ୍ବିତ ରାତିରେ ଅଲିମ୍ପିକ୍ସ ଉଦଯାପନୀ ସମାରୋହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଶେଷ ହୋଇଛି । ଲସଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ଆୟୋଜନକୁ ଅପେକ୍ଷା କରିଛି । ଅଲିମ୍ପିକ୍ସ ପତାକା ଲସଏଞ୍ଜେଲ୍ସକୁ ହସ୍ତାନ୍ତର ହୋଇଛି ।

ଭାରତର ଧ୍ବଜା ଧରିଲେ ମନୁ-ଶ୍ରୀଜେସ: ରବିବାର ରାତି 12ଟା 30ରେ ଫ୍ରାନ୍ସର ଷ୍ଟେ'ଟ ଡି ଫ୍ରାନ୍ସରେ ଉଦଯାପନୀ ସମାରୋହର ଆୟୋଜନ କରାଯାଇଥିଲା। ଫ୍ରାନ୍ସର ସନ୍ତରଣକାରୀ ଅଲିମ୍ପିକ୍ସ ମଶାଲ ଧରି ଷ୍ଟାଡିୟମକୁ ପ୍ରବେଶ କରିଥିଲେ । ଏହାପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସଭାପତି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଉପସ୍ଥିତିରେ ଜାତୀୟ ସଙ୍ଗୀତ ଗାନ ପରେ ପରେଡ ଆରମ୍ଭ ହୋଇଥିଲା। ପ୍ରତି ଦେଶର 2 ଜଣ ଖେଳାଳି ନିଜର ଜାତୀୟ ପତାକା ଧରି ଷ୍ଟାଡିୟମରେ ପରେଡ କରିଥିଲେ । ଭାରତର ଷ୍ଟାର ସୁଟର ମନୁ ଭାକର ଓ ହକି ଦଳର ପିଆର ଶ୍ରୀଜେଶ ତ୍ରିରଙ୍ଗା ଧରି ଷ୍ଟାଡିୟମରେ ପରେଡ କରିଥିଲେ । ଶ୍ରୀଜେଶ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ମନୁ ସୁଟିଂରେ 2ଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବ: କେତେବେଳେ ଓ କେମିତି ଦେଖିବେ ? ଜାଣନ୍ତୁ କଣ ହେବ ସ୍ପେଶାଲ - Paris Olympics 2024

ଶେଷ ଦିନରେ କମ୍ପିଲା ପ୍ୟାରିସ: ରଙ୍ଗାରଙ୍ଗ ଲାଇଟରେ ଆରମ୍ଭ ହୋଇଥିଲା ଅଲିମ୍ପିକ୍ସ ଉଦଯାପନୀ ଉତ୍ସବ । ବହୁ ନାମିଦାମି କଳାକାର ଉପସ୍ଥିତ ରହି ଦର୍ଶକଙ୍କୁ ଝୁମାଇଥିଲେ । ପାଖାପାଖି 80 ହଜାରରୁ ଉର୍ଦ୍ଧ୍ବ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହି ଉଦଯାପନିକୁ ଉପଭୋଗ କରିଥିଲେ । ସେଲିବ୍ରେଟି ଥିଲେ ମୁଖ୍ୟ ଆକର୍ଷଣ । ଉଦ୍‌ଯାପନୀ ସମାରୋହରେ ଫ୍ରାନ୍ସର ପ୍ରକ୍ଷାତ ଥିଏଟର ନିର୍ଦ୍ଦେଶକ ଥୋମାସ୍ ଜୋଲି ଫରାସୀ ଏବଂ ଆମେରିକୀୟ ସଂସ୍କୃତି ପ୍ରଦର୍ଶନ ହୋଇଥିଲା । ପ୍ୟାରିସ୍ ଗେମ୍ସର ଉଦ୍‌ଯାପନୀ ସମାରୋହରେ ଏରିଆଲ୍ ପ୍ରଦର୍ଶନ, ଚମତ୍କାର ଲେଜର ଲାଇଟ୍‌ ଶୋ' ଏବଂ ଲୋକପ୍ରିୟ ସେଲିବ୍ରିଟି ଉପସ୍ଥିତ ରହିଥିଲେ । ଆମେରିକାର ରାପରଙ୍କ ରାପ୍‌ ଓ ହଲିଉଡ ଷ୍ଟାର ଟମ୍‌ କ୍ରୁଇଜଙ୍କ ଷ୍ଟଣ୍ଟ ସୋର ମଜା ଉଠାଇଥିଲେ ଦର୍ଶକ ।

ପଦକ ଟାଲିରେ ଆମେରିକା ଆଗରେ, ଭାରତ 71 ନମ୍ବରରେ: ଅଲିମ୍ପିକ୍ସରେ ଆମେରିକା ସର୍ବାଧିକ ପଦକ ଜିତି ଶୀର୍ଷ ସ୍ଥାନରେ ରହିଛି । ଆମେରିକା 40ଟି ସ୍ବର୍ଣ୍ଣ, 44ଟି ରୌପ୍ୟ ଓ 42ଟି କାଂସ୍ୟ ସହ ମୋଟ 116 ପଦକ ଜିତିଛି । ସେପିପରି ଚାଇନା 40 ସ୍ବର୍ଣ୍ଣ, 27ଟି ରୌପ୍ୟ ଓ 24ଟି କାଂସ୍ୟକୁ ମିଶାଇ ମୋଟ 91 ପଦକ ସହ ଦ୍ବିତୀୟ ସ୍ଥାନରେ ରହିଛି । ଜାପାନ 20 ସ୍ବର୍ଣ୍ଣ, 12 ରୌପ୍ୟ ଓ 13 କାଂସ୍ୟ ସହ ମୋଟ 45 ପଦକ ସହ ତୃତୀୟ ସ୍ଥାନରେ ରହିଛି । ଏଥର ଭାରତ 71 ତମ ସ୍ଥାନରେ ରହିଛି । ଭାରତ ଗୋଟିଏବି ସ୍ବର୍ଣ୍ଣ ଜିତିନଥିବା ବେଳେ ରୌପ୍ୟ ଗୋଟିଏ ଓ କାଂସ୍ୟ ପଦକ 5ଟି ପଦକ ମିଳିଛି ।

Last Updated : Aug 12, 2024, 8:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.