ETV Bharat / sports

ଭାରତ ଫେରିଲେ ମନୁ ଭାକର; ଦିଲ୍ଲୀରେ ଭବ୍ୟ ସ୍ବାଗତ - Paris Olympics 2024 - PARIS OLYMPICS 2024

Manu Bhaker Arrived Delhi : ପ୍ୟାରିସ ଅଲିମ୍ପିକ୍ସରେ ଦୁଇ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଷ୍ଟାର ଶୁଟର ମନୁ ଭାକର ଭାରତ ଫେରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ମନୁଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ପରିବାର ଓ ପ୍ରଶଂସକ । ଅଧିକ ପଢ଼ନ୍ତୁ

Manu Bhaker Arrived Delhi
Manu Bhaker Arrived Delhi (ETV Bharat)
author img

By ETV Bharat Sports Team

Published : Aug 7, 2024, 3:46 PM IST

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତ ପାଇଁ ଦୁଇ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଶୁଟର ମନୁ ଭାକର ଭାରତ ଫେରିଛନ୍ତି । ଦିଲ୍ଲୀ ଫେରିବା ପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ମନୁ ଭାକରଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏଠାରେ ତାଙ୍କ ପରିବାରର ପ୍ରାୟ 100 ଲୋକ ତାଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ଥିଲେ । ଏହା ସହିତ ତାଙ୍କ ପ୍ରଶିକ୍ଷକ ଜସପାଲ ରାଣା ମଧ୍ୟ ତାଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ଉପସ୍ଥିତ ଥିଲେ ।

ଭାକରଙ୍କୁ ଭବ୍ୟ ସ୍ବାଗତ :-

ବିମାନ ବନ୍ଦରରେ ପହଞ୍ଚିବା ପରେ ବାଜା ବଜାଇ ଏବଂ ଫୁଲମାଳ ଦେଇ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହି ସମୟରେ ମନୁ ତାଙ୍କ ପଦକ ଧରି ବହୁତ ଖୁସି ଦେଖା ଯାଉଥିଲେ । ପ୍ରଶଂସକମାନେ ମନୁ ଭାକର ଓ ତାଙ୍କ ପ୍ରଶିକ୍ଷକ ଜସପାଲ ରାଣାଙ୍କୁ ଫୁଲମାଳ ଦେଇ ସ୍ବାଗତ କରୁଥିବା ଦେଖିବାକୁ ମିଳିଥିଲା । ଏହା ସହିତ ମନୁ ଓ ଜସପାଲଙ୍କ ଫଟୋ ଥିବା ବ୍ୟାନର ଧରି ନାଚି, ନାରା ଲଗାଇ ପ୍ରଶଂସକମାନେ ଭାକରଙ୍କ ସଫଳତାକୁ ସେଲିବ୍ରେଟ କରିଥିଲେ ।

ପ୍ୟାରିସ ଅଲିମ୍ପିକ୍ସରେ ରଚିଛନ୍ତି ଇତିହାସ :-

ମନୁ ଭାକର ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ 10 ମିଟର ବ୍ୟକ୍ତିଗତ ଏବଂ 10 ମିଟର ମିଶ୍ରିତ ଏୟାର ପିସ୍ତଲ ଶୁଟିଂ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଗୋଟିଏ ଅଲିମ୍ପିକ୍ସ ସଂସ୍କରଣରେ ସେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଥିଲେ । ଭାକର ଏବେ ଭାରତ ଫେରିଥିବାବେଳେ ସେ ଶନିବାର ପୁନର୍ବାର ପ୍ୟାରିସକୁ ଫେରିବେ ଏବଂ ରବିବାର ଦିନ ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀ ସମାରୋହରେ ଭାରତୀୟ ଦଳର ଧ୍ବଜାବାହକ ହେବେ ।

ଏପର୍ଯନ୍ତ ଭାରତ ପାଇଛି 3 ପଦକ :-

ପ୍ରକାଶ ଥାଉ, ଚଳିତ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ କେବଳ 3ଟି ପଦକ ଜିତିପାରିଛି । ସେଥି ମଧ୍ୟରୁ କେବଳ ମନୁ ଭାକର 2ଟି ପଦକ ଜିତିଛନ୍ତି । ମହିଳା 10 ମିଟର ବ୍ୟକ୍ତିଗତ ଏୟାର ପିସ୍ତଲ ଶୁଟିଂରେ ମନୁ ଭାକର ବ୍ରୋଞ୍ଜ ମେଡାଲ ଜିତି ଦେଶକୁ ଚଳିତ ଅଲିମ୍ପିକ୍ସର ପ୍ରଥମ ପଦକ ଦେଇଥିଲେ । ଏହାପରେ 10 ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ସରବଜୋତ ସିଂହଙ୍କ ସହ ମିଶି ମନୁ ଦେଶ ପାଇଁ ଦ୍ବିତୀୟ ପଦକ ଜିତିଥିଲେ । ଅନ୍ୟପଟେ ଭାରତକୁ ତୃତୀୟ ମେଡାଲ ଦେଇଥିଲେ 50 ମିଟର ଏୟାର ରାଇଫଲ ଶୁଟର ସ୍ବପ୍ନୀଲ କୁସାଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: କୁସ୍ତିରେ ଭାରତକୁ ବଡ଼ ଝଟକା, ଫାଇନାଲ୍‌ ଖେଳିପାରିବେନି ଭିନେଶ ଫୋଗତ; ଅଯୋଗ୍ୟ ଘୋଷିତ ସହ ହେଲେ ବିଦା - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.