ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟଙ୍କୁ ମିଳିଲା ସରକାରୀ ଚାକିରି ଅଫର; ଏମିତି କହି ପ୍ରତ୍ୟାଖ୍ୟାନ କଲେ ସରବଜୋତ ସିଂହ - Paris Olympics 2024

author img

By ETV Bharat Sports Team

Published : Aug 11, 2024, 1:13 PM IST

Sarabjot Singh rejected government job : ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତକୁ ବ୍ରୋଞ୍ଜ ମେଡାଲ ଦେଇଥିବା ଷ୍ଟାର ସୁଟର ସରବଜୋତ ସିଂହଙ୍କୁ ମିଳିଲା ସରକାରୀ ଚାକିରି ଅଫର । ପରିବାର ଲୋକଙ୍କ ଇଚ୍ଛା ସତ୍ତ୍ବେ ପ୍ରତ୍ୟାଖ୍ୟାନ କଲେ ଚାକିରି । ଅଧିକ ପଢ଼ନ୍ତୁ

Sarabjot Singh rejected government job
Sarabjot Singh rejected government job (IANS and ETV Bharat Odisha)

ହାଇଦ୍ରାବାଦ: ପ୍ୟାରିସ୍ ଅଲିମ୍ପିକ୍ସ 2024ରେ 10 ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ମନୁ ଭାକରଙ୍କ ସହ ବ୍ରୋଞ୍ଜ ପଦକ ଜିତିଥିବା ଭାରତର ଷ୍ଟାର ସୁଟର ସରବଜୋତ ସିଂହ ପୁଣି ଥରେ ଚର୍ଚ୍ଚା ଆସିଛନ୍ତି । ଯେତେବେଳେ ଆମ ଦେଶର ଖେଳାଳିମାନେ ଏକ ଭଲ ସରକାରୀ ଚାକିରି ପାଇବା ପାଇଁ ଜାତୀୟସ୍ତରରେ ଖେଳିବାକୁ ଲକ୍ଷ୍ୟ ରଖିଥାନ୍ତି, ଏଭଳି ସମୟରେ ଅଲିମ୍ପିକ୍ସ ପଦକ ବିଜେତା ସରବଜୋତ ସରକାରୀ ଚାକିରିକୁ ପ୍ରତ୍ୟାଖ୍ୟାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ହରିୟାଣା ସରକାର ସରବଜୋତଙ୍କୁ ଏକ ସରକାରୀ ଚାକିରି ପାଇଁ ଦେଇଥିବା ଅଫରକୁ ସରବଜୋତ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାର କାରଣ ମଧ୍ୟ ଜାଣିଲେ ଆପଣ ସରବଜୋତଙ୍କ ପ୍ରଶଂସା ନକରି ରହିପାରିବେ ନାହିଁ ।

ଏଥିପାଇଁ ପ୍ରତ୍ୟାଖ୍ୟାନ କଲେ ସରକାରୀ ଚାକିରି :-

ପ୍ୟାରିସରେ ପ୍ରଥମ ଅଲିମ୍ପିକ୍ସ ଖେଳିବାକୁ ଯାଇଥିବା ପଦକ ଜିତିଥିବା ସୁଟର ସରବଜୋତ ସିଂହ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସରବଜୋତଙ୍କୁ ହରିୟାଣା ସରକାର ଏକ ସରକାରୀ ଚାକିରି କରିବାକୁ ଅଫର ଦେଇଥିଲେ । କିନ୍ତୁ ସେ ସୁଟିଂ ଉପରେ ଧ୍ୟାନ ଦେବାକୁ ଚାହୁଁଥିବାରୁ ଚାକିରିକୁ ମନା କରିଦେଇଥିଲେ । ସରବଜୋତଙ୍କୁ ହରିୟାଣା ସରକାର କ୍ରୀଡ଼ା ବିଭାଗର ଡେପୁଟି ଡାଇରେକ୍ଟର ପଦବୀ ପ୍ରଦାନ କରିଥିଲେ, କିନ୍ତୁ ସେ ଏହି ପଦବୀ ନେବାକୁ ମନା କରିଦେଇଥିଲେ ।

ପରିବାର ବି ଚାହୁଁଥିଲେ ଭଲ ଚାକିରି :-

ଏହି ବିଷୟରେ ଗଣମାଧ୍ୟମକୁ ସରବଜୋତ କହିଛନ୍ତି, "ମୁଁ ପ୍ରଥମେ ସୁଟିଂ ଉପରେ ଧ୍ୟାନ ଦେବାକୁ ଚାହୁଁଛି । ମୋ ପରିବାର ମଧ୍ୟ ଭଲ ଚାକିରି କରିବାକୁ ମୋତେ ବାଧ୍ୟ କରୁଛନ୍ତି । କିନ୍ତୁ ମୁଁ ବର୍ତ୍ତମାନ ଏହା କରିବାକୁ ଚାହୁଁନାହିଁ । ମୁଁ ମୋର କୌଣସି ନିଷ୍ପତ୍ତି ବିରୋଧରେ ଯାଇପାରିବି ନାହିଁ । ତେଣୁ ମୁଁ ଏବେ ଚାକିରି କରିବାକୁ ଚାହୁଁନାହିଁ ।" ଏଠାରେ ଉଲ୍ଲେଖଯୋଗ୍ୟ, ବ୍ରୋଞ୍ଜ ପଦକ ଜିତିବା ପରେ ସରବଜୋତ ସିଂହ କହିଥିଲେ ଯେ ସେ 2026 ଅଲିମ୍ପିକ୍ସରେ ଦେଶକୁ ସ୍ବର୍ଣ୍ଣ ପଦକ ଦେବେ । ତେଣୁ ସେ ସୁଟିଂରେ ଧ୍ୟାନ ଦେବା ପାଇଁ ସରକାରୀ ଚାକିରି ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।

ନିଜେ ମୁଖ୍ୟମନ୍ତ୍ରୀ ଯାଚିଥିଲେ ଚାକିରି :-

ପ୍ୟାରିସ ଅଲିମ୍ପିକ୍ସରେ 10 ମିଟର ଏୟାର ପିସ୍ତଲ ମିଶ୍ରିତ ଦଳରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ସୁଟର ସରବଜୋତ ସିଂ ଏବଂ ମନୁ ଭାକରଙ୍କ ସହିତ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ଏବଂ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସଞ୍ଜୟ ସିଂ ଚଣ୍ଡିଗଡ଼ସ୍ଥିତ ମୁଖ୍ୟମନ୍ତ୍ରୀ ଆବାସରେ ଭେଟିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ଚାକିରି ଅଫର୍ ଦେଇଥିଲେ । ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଉଭୟ ଶୁଟରଙ୍କୁ କ୍ରୀଡ଼ା ବିଭାଗର ଡେପୁଟି ଡାଇରେକ୍ଟର ଭାବେ ଚାକିରି କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଏହି ଖେଳାଳି ଦେଶ ପାଇଁ ଜିତିଲେ ମେଡାଲ; ଭାଙ୍ଗିଲା ଅନେକ ରେକର୍ଡ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.