ETV Bharat / sports

ଅଲିମ୍ପିକ୍ସରେ ଭାରତକୁ ବଡ ଝଟକା, ପ୍ରି-କ୍ବାର୍ଟର ଫାଇନାଲରେ ନିଖତ ପରାଜିତ, ପଦକ ଆଶା ମଉଳିଗଲା - end of Nikhat campaign

author img

By ETV Bharat Sports Team

Published : Aug 1, 2024, 3:33 PM IST

Updated : Aug 1, 2024, 5:14 PM IST

Paris Olympics 2024 Boxing: ଅଲିମ୍ପିକ୍ସରେ ଭାରତକୁ ବଡ ଝଟକା । ପ୍ରି-କ୍ବାର୍ଟର ଫାଇନାଲରେ ନିଖତ ପରାଜିତ । ଅଧିକ ପଢନ୍ତୁ

Nikhat Zareen
Nikhat Zareen (AP Photo)

ପ୍ୟାରିସ (ଫ୍ରାନ୍ସ): ଅଲିମ୍ପିକ୍ସରେ ଭାରତକୁ ବଡ ଝଟକା । ପ୍ରି-କ୍ବାର୍ଟର ଫାଇନାଲରେ ନିଖତ ଜରିନ ପରାଜିତ । ପଦକ ଆଶା ମଉଳିଗଲା । ଗୁରୁବାର ଚଳିତ ଅଲିମ୍ପିକ୍ସରେ ଭାରତକୁ ବଡ ଝଟକା ଲାଗିଛି । ଭାରତର ଷ୍ଟାର ବକ୍ସର ନିଖତ ଜରିନ ପ୍ରି-କ୍ବାର୍ଟର ଫାଇନାଲରେ ପରଜୟର ମୁହଁ ଦେଖିଛନ୍ତି । ଫଳରେ ରାଉଣ୍ଡ-16ରେ ପରାଜୟ ପରେ ନିଖତଙ୍କ ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଛି । ମହିଳା 50 କେଜି ବର୍ଗରେ ରାଉଣ୍ଡ-16 ବା ପ୍ରି- କ୍ବାର୍ଟର ଇଭେଣ୍ଟରେ ଚୀନ ଖେଳାଳି ବୁ ୟୁଙ୍କ ଠାରୁ 0-5 ପଏଣ୍ଟରେ ହାରି ଚଳିତ ଅଲିମ୍ପିକ୍ସ ମେଡାଲ ରେସରୁ ବାଦ ପଡିଛନ୍ତି ।

ଏହା ବି ପଢନ୍ତୁ- ଭାରତୀୟ ହକି ଟିମର ପ୍ରଥମ ପରାଜୟ, 2-1ରେ ହରାଇଲା ବେଲଜିୟମ୍ - INDIAN HOCKEY TEAM AT OLYMPICS

ଏହା ବି ପଢନ୍ତୁ- PARIS OLYMPICS 2024: ଭାରତକୁ ମିଳିଲା 3ୟ ମେଡାଲ, 50 ମିଟର ରାଇଫଲ 3 ପୋଜିସନ୍ ଇଭେଣ୍ଟରେ ବ୍ରୋଞ୍ଜ ଜିତିଲେ ସ୍ବପ୍ନୀଲ - swapnil kusale won bronze

ନିଖତଙ୍କ ଅଲିମ୍ପିକ୍ସ ଅଭିଯୋନ ଶେଷ -

ଚଳିତ ପ୍ୟାରିସ ଅଲମ୍ପିକ୍ସ 2024ରେ ନିଖତ ପଦକ ବିଜୟ ନେଇ 140 କୋଟି ଦେଶବାସୀ ଆଶାବାଦୀ ଥିଲେ । କନ୍ତୁ ସେ ପ୍ରି-କ୍ବାର୍ଟର ଫାଇନାଲରେ ଚୀନ ଖେଳାଳିଙ୍କ ଠାରୁ ପରାଜିତ ହୋଇ ଅଲିମ୍ପିକ୍ସ ଅଭିଯୋନ ଶେଷ କରିଛନ୍ତି । ପ୍ରଥମରୁ ଚୀନ ଖେଳାଳି ଆକ୍ରମଣାତ୍ମକ ବକ୍ସିଂ ଆରମ୍ଭ କରିଥିଲେ । ପ୍ରଥମ ରାଉଣ୍ଡରେ ବୁୟୁ ଜରିନଙ୍କ ଉପରେ ଭାରି ଥିଲେ । ତେବେ ଦୁଇ ଦୁଇ ଥରର ବିଶ୍ବ ଚାମ୍ପିଆନ ତଥା ଭାରତର ଷ୍ଟାର ବକ୍ସର ନିଖତ ଶାନଦାର କମବ୍ୟାକ କରିଥିଲେ ମଧ୍ୟ ଚୀନ ଖେଳାଳି ରାଉଣ୍ଡକୁ ଜିତି ନେଇଥିଲେ ।

ଏହା ବି ପଢନ୍ତୁ- ଅଲିମ୍ପିକ୍ସରେ କମାଲ କଲେ ଏହି ଖେଳାଳି...ପକେଟରେ ହାତ ପୁରାଇ ଜିତିଲେ ସିଲଭର ମେଡାଲ, ଦର୍ଶକ ଆବାକ୍ - TURKISH SHOOTER YUSUF DIKEC

ତେବେ ଏହି ପରାଜୟ ପୂର୍ବରୁ ଭାରତର ନିଖତ ଜରିନ ରାଉଣ୍ଡ 32ରେ ଜର୍ମାନୀ ବକ୍ସରଙ୍କୁ ହରାଇ ରାଉଣ୍ଡ 16ରେ ଏଣ୍ଟ୍ରି କରିଥିଲେ ।

ବକ୍ସିଂ ବିଶ୍ବ ଚମ୍ପିଆନ୍‌ସିପ୍‌-

ପୂର୍ବରୁ କ୍ରମାଗତ ଦୁଇଥର ବକ୍ସିଂ ବିଶ୍ବ ଚମ୍ପିଆନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ଭାରତୀୟ ବକ୍ସର ନିଖତ ଜରିନ। ବିଶ୍ବ ବକ୍ସିଂ ଚମ୍ପିଆନ୍‌ସିପ୍‌ 50 କେଜି ବର୍ଗ ଫାଇନାଲ୍‌ ମ୍ୟାଚ୍‌ରେ ଭିଏତନାମ୍‌ର ନ୍ୟୁଏନ୍‌ ଥିତାମ୍‌ଙ୍କୁ 5-0 ପଏଣ୍ଟରେ ପରାଜିତ କରିଥିଲେ। ଦୁଇଥରର ଏସୀୟ ଚମ୍ପିଆନ୍‌ ହେଉଛନ୍ତି ନ୍ୟୁଏନ୍‌ ଥିତାମ୍‌। ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁଁ ବିପକ୍ଷ ଖେଳାଳିଙ୍କ ଉପରେ ନିଜର ଦବଦବା ଜାହିର କରି ଆସିଥିଲେ ନିଖତ ଜରିନ। ଯାହା ଫଳରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 1, 2024, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.