ETV Bharat / sports

ସାତ୍ତ୍ବିକ-ଚିରାଗ ଯୋଡ଼ି ଖେଳିବାକୁ ଥିବା ମୁକାବିଲା ରଦ୍ଦ, ଫଳାଫଳ ଘୋଷଣା କଲା BWF - Paris Olympics 2024

author img

By ETV Bharat Sports Team

Published : Jul 29, 2024, 1:52 PM IST

Paris Olympics 2024 Badminton: ସାତ୍ତ୍ବିକ-ଚିରାଗ ବ୍ୟାଡ୍‌ମିଣ୍ଟନ ଯୋଡ଼ି ଖେଳିବାକୁ ଥିବା ମ୍ୟାଚ୍‌ ହେଲା ରଦ୍ଦ । ଜର୍ମାନ ଖେଳାଳି ଓହରିଯିବାରୁ ଏହି ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି । ଅଧିକ ପଢ଼ନ୍ତୁ

Paris Olympics 2024 Badminton
Paris Olympics 2024 Badminton (AP Photos)

ପ୍ୟାରିସ (ଫ୍ରାନ୍ସ): ଆଜି ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଯୋଡ଼ି ସାତ୍ତ୍ବିକ-ଚିରାଗ ପ୍ୟାରିସ ଅଲିମ୍ପିକ୍ସରେ ଜର୍ମାନ ଯୋଡିଙ୍କୁ ସାମ୍ନା କରିଥାନ୍ତେ । 140 କୋଟି ଭାରତୀୟ ଅଲିମ୍ପିକ୍‌ ମେଡାଲ ଆଶା ରଖିଥିବା ଏହି ଷ୍ଟାର ସଟ୍‌ଲର୍‌ ଯୋଡ଼ିଙ୍କ ପ୍ରତି ମ୍ୟାଚ୍‌ ଉପରେ ରହିଛି ସମସ୍ତଙ୍କ ନଜର । ହେଲେ ଜର୍ମାନ ଖେଳାଳି ମାର୍କ ଲାମ୍ସଫସ୍‌ଙ୍କ ଆଣ୍ଠୁରେ ଆଘାତ ଯୋଗୁଁ ଏହି ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି । ତେବେ, ଏହି ବାତିଲ ହୋଇଥିବା ମ୍ୟାଚ୍ ଲକ୍ଷ୍ୟ ସେନ୍‌ଙ୍କ ପରି କୌଣସି ପୂର୍ବ ମ୍ୟାଚ୍‌ ଉପରେ ପ୍ରଭାବ ପକାଇବ ନାହିଁ । ଅର୍ଥାତ, ସାତ୍ତ୍ବିକ-ଚିରାଗ ଯୋଡ଼ି ପାଇଁ କେବଳ ଦ୍ବିତୀୟ ଖେଳର ଫଳାଫଳ ବର୍ତ୍ତମାନ ଶୂନ୍ୟ ଏବଂ ଅମାନ୍ୟ ହୋଇଯିବ ।

ଓହରିଗଲେ ଜର୍ମାନୀ ଯୋଡ଼ି:-

ସୋମବାର ସକାଳେ ୱାର୍ଲ୍ଡ ବ୍ୟାଡମିଣ୍ଟନ ଆସୋସିଏସନ ଲାମ୍ସଫସଙ୍କ ଆଘାତ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛି । ଏହି ଆଘାତ ଲୁକାସ୍ କର୍ଭି ଏବଂ ରୋନାନ୍ ଲେବରଙ୍କ ଯୋଡ଼ିକୁ ମଧ୍ୟ ପ୍ରଭାବିତ କରିଛି । ​​କାରଣ ଜର୍ମାନ ଯୋଡି ସହିତ ସେମାନଙ୍କର ଖେଳାଯିବାକୁ ଥିବା ମ୍ୟାଚ୍ ମଧ୍ୟ ବର୍ତ୍ତମାନ ଫଳଶୂନ୍ୟ ହୋଇଯାଇଛି ।

ଏମିତି କହିଲା BWF:-

ଏନେଇ BWF ଏକ ପୋଷ୍ଟ ଜରିଆରେ ସୂଚନା ଦେଇ ଲେଖିଛି, 'ଆଣ୍ଠୁରେ ଆଘାତ କାରଣରୁ ଜର୍ମାନ ପୁରୁଷ ଡବଲ୍ସ ଖେଳାଳି ମାର୍କ ଲାମ୍ସଫସ୍ ଅଲିମ୍ପିକ୍ ଗେମ୍ସ ପ୍ୟାରିସ୍ 2024 ବ୍ୟାଡମିଣ୍ଟନ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି । ଲାମ୍ସଫସ୍ ଏବଂ ତାଙ୍କ ସାଥୀ ଖେଳାଳି ମାର୍ଭିନ ସେଡେଲଙ୍କ ଅବଶିଷ୍ଟ ଗ୍ରୁପ୍ 'ସି' ମ୍ୟାଚ୍‌ ଖେଳାଯିବ ନାହିଁ । ସେମାନଙ୍କର ଅବଶିଷ୍ଟ ମ୍ୟାଚ୍‌ ଭାରତର ସାତ୍ତ୍ବିକସାଇରାଜ ରଙ୍କେରେଡ୍ଡୀ-ଚିରାଗ ଶେଟ୍ଟୀ ଏବଂ ଫ୍ରାନ୍ସର ଲୁକାସ୍ କର୍ଭି-ରୋନାନ୍ ଲେବରଙ୍କ ବିପକ୍ଷରେ ରହିଥିଲା । ଏହି ଇଭେଣ୍ଟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚଗୁଡିକ ପୁଣିଥରେ ନିର୍ଦ୍ଧାରିତ କରାଯାଇଛି । ଗ୍ରୁପ୍ ଷ୍ଟେଜ୍ ମ୍ୟାଚ୍‌ ପାଇଁ BWF ସାଧାରଣ ପ୍ରତିଯୋଗିତା ନିୟମାବଳୀ ଅନୁଯାୟୀ, ଗ୍ରୁପ୍ 'ସି'ରେ ଏହି ଜର୍ମାନ ଯୋଡ଼ି ସହିତ ଏପର୍ଯ୍ୟନ୍ତ ଖେଳାଯାଇଥିବା କିମ୍ବା ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ୍‌ର ଫଳାଫଳ ବର୍ତ୍ତମାନ ଶୂନ୍ୟ ବୋଲି ଧରାଗଲା ।'

ପ୍ରକାଶ ଥାଉ, ଏହାପୂର୍ବରୁ ଜୁଲାଇ 27ରେ ଖେଳାଯାଇଥିବା ଲକ୍ଷ୍ୟ ସେନଙ୍କ ମ୍ୟାଚ୍‌ ଆଜି ବାତିଲ ହୋଇଛି । କାରଣ ପ୍ରଥମ ମ୍ୟାଚରେ ତାଙ୍କଠାରୁ ହାରିଥିବା ପ୍ରତିଦ୍ବନ୍ଦ୍ବୀ କେଭିନ କର୍ଡନ ଆହତ କାରଣରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି । ଏଭଳି ପରିସ୍ଥିତିରେ ଲକ୍ଷ୍ୟଙ୍କୁ ଅତିରିକ୍ତ ମ୍ୟାଚ୍‌ ଖେଳିବାକୁ ପଡ଼ିବ ଏବଂ ତାଙ୍କର ପ୍ରଥମ ମ୍ୟାଚ୍‌ର ରେକର୍ଡ ମଧ୍ୟ ହଟାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.