ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ; ସେମିରେ ଭାଙ୍ଗିଲା ହୃଦୟ, ଏବେ ବ୍ରୋଞ୍ଜ ଉପରେ ଲକ୍ଷ୍ୟ - Paris Olympics 2024

author img

By ETV Bharat Sports Team

Published : Aug 4, 2024, 4:52 PM IST

Paris Olympics 2024 Badminton : ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ହାରିଲେ ଲକ୍ଷ୍ୟ ସେନ୍‌ । ବର୍ତ୍ତମାନର ଅଲିମ୍ପିକ୍ ଚମ୍ପିଆନ୍ ଡେନମାର୍କର ଭିକ୍ଟର ଆକ୍ସେଲସେନଙ୍କଠାରୁ ପରାସ୍ତ ହୋଇଛନ୍ତି ଭାରତୀୟ ଷ୍ଟାର ସଟ୍‌ଲର ଲକ୍ଷ୍ୟ ସେନ୍‌ । ଅଧିକ ପଢ଼ନ୍ତୁ

Paris Olympics 2024 Badminton
Paris Olympics 2024 Badminton (AP Photo)

ପ୍ୟାରିସ (ଫ୍ରାନ୍ସ) : ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସର ସେମିଫାଇନାଲରେ ଭାଙ୍ଗିଲା ଭାରତୀୟଙ୍କ ହୃଦୟ । ଭାରତର ଷ୍ଟାର ସଟଲର ଲକ୍ଷ୍ୟ ସେନ୍ ବର୍ତ୍ତମାନର ଅଲିମ୍ପିକ୍ ଚମ୍ପିଆନ୍ ଡେନମାର୍କର ଭିକ୍ଟର ଆକ୍ସେଲସେନଙ୍କଠାରୁ ପରାସ୍ତ ହୋଇଛନ୍ତି । ଏକ କଡ଼ା ମୁକାବିଲାରେ ଭିକ୍ଟର 22-20 ଓ 21-14ରେ ଲକ୍ଷ୍ୟଙ୍କୁ ପରାସ୍ତ କରିଛନ୍ତି । ଫଳରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଦୌଡ଼ରୁ ବାଦ ପଡ଼ିଛନ୍ତି ଲକ୍ଷ୍ୟ । ହେଲେ ସେ ଏବେ ବି ଅଲିମ୍ପିକ୍ସ ପଦକ ଦୌଡ଼ରେ ରହିଛନ୍ତି । ଆସନ୍ତାକାଲି (ସୋମବାର) ବ୍ରୋଞ୍ଜ ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ ଲକ୍ଷ୍ୟ ସେନ୍‌ ।

ଜିତୁ ଜିତୁ ହାରିଗଲେ ପ୍ରଥମ ସେଟ୍‌ :-

ଭାରତର 22 ବର୍ଷୀୟ ଯୁବ ସଟଲର୍ ଲକ୍ଷ୍ୟ ସେନ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ମ୍ୟାଚ୍‌ ଆରମ୍ଭ କରିଥିଲେ । ମିଡ୍‌ ବ୍ରେକ୍‌ ପର୍ଯ୍ୟନ୍ତ 11-9 ସ୍କୋର ସହିତ 2 ପଏଣ୍ଟ ଅଗ୍ରଣୀ ନେଇଥିଲେ ଲକ୍ଷ୍ୟ । ଏହାପରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ପ୍ରତିପକ୍ଷ ଖେଳାଳିଙ୍କୁ କୌଣସି ସହଜ ସୁଯୋଗ ଦେଇନଥିଲେ । ପ୍ରଥମ ସେଟରେ ଗୋଟିଏ ସମୟରେ ଲକ୍ଷ୍ୟ 18-15 ସ୍କୋର ସହ 3 ପଏଣ୍ଟର ଅଗ୍ରଣୀ ରଖିଥିଲେ । କିନ୍ତୁ ଭିକ୍ଟର ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ସ୍କୋରକୁ 20-20ରେ ସମାନ କରିଥିଲେ ଏବଂ ପରେ ଲଗାତାର ଦୁଇଟି ପଏଣ୍ଟ ନେଇ 22-20ରେ ପ୍ରଥମ ସେଟ୍ ଜିତିଥିଲେ ।

ଦ୍ବିତୀୟ ସେଟ୍‌ରେ ବି ଦେଲେ କଡ଼ା ଫାଇଟ୍‌ :-

ଦୁଇ ଖେଳାଳିଙ୍କ ମଧ୍ୟରେ ଦ୍ବିତୀୟ ସେଟ୍‌ ମଧ୍ୟ ବହୁତ ରୋମାଞ୍ଚକର ଥିଲା । ଏଥିରେ ଆକ୍ସେଲସେନ୍ 7-0ରେ ପଛୁଆ ରହିବା ପରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ମିଡ୍‌ବ୍ରେକ୍‌ ପର୍ଯ୍ୟନ୍ତ ଲକ୍ଷ୍ୟ ସେନ୍‌ 11-10 ସ୍କୋରର ଅଗ୍ରଣୀ ନେଇଥିଲେ । କିନ୍ତୁ ଏହାପରେ ସେ ନିଜର ଅଗ୍ରଣୀ ହରାଇ ପ୍ରତିଦ୍ବନ୍ଦ୍ବୀ ଭିକ୍ଟର ଆକ୍ସେଲସେନଙ୍କ ଠାରୁ 14-21ରେ ହାରିଯାଇଥିଲେ । ଦ୍ବିତୀୟ ସେଟକୁ ହରାଇ ସେ ସେମିଫାଇନାଲରୁ ବାହାରିଥିଲେ ।

ସୋମବାର ଖେଳିବେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ :-

ପ୍ରଥମ ଅଲିମ୍ପିକ୍ସରେ ଖେଳୁଥିବା ଭାରତର ଯୁବ ସଟଲର ଲକ୍ଷ୍ୟ ସେନ୍‌ ଆସନ୍ତାକାଲି (ସୋମବାର) ବ୍ରୋଞ୍ଜ ପଦକ ମ୍ୟାଚ୍ ଖେଳିବେ । ଏହି ମ୍ୟାଚ୍‌ରେ ସେ ମାଲେସିଆର ଲି ଜି ଜିୟାଙ୍କୁ ଭେଟିବେ । ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସେ ଭାରତ ପାଇଁ ପ୍ରଥମ ପଦକ ଜିତିବାର ସୁଯୋଗ ପାଇଛନ୍ତି । ବ୍ରୋଞ୍ଜ ପଦକ ପାଇଁ ମ୍ୟାଚ୍‌ ସୋମବାର ଦିନ ଭାରତୀୟ ସମୟ ସନ୍ଧ୍ୟା 6ଟା ସମୟରେ ଖେଳାଯିବ ।

ସେମିଫାଇନାଲରେ ପହଞ୍ଚି ରଚିଛନ୍ତି ଇତିହାସ :-
ଶୁକ୍ରବାର ଦିନ ଖେଳାଯାଇଥିବା କ୍ବାର୍ଟର ଫାଇନାଲରେ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ସଟଲର ଲକ୍ଷ୍ୟ ସେନ ଚାଇନାର ତାଇପେଇର ଚାଉ ତିଆନ ଚେନଙ୍କୁ ପରାସ୍ତ କରିଥିଲେ । ଏହି ବିଜୟ ସହିତ ସେ ଅଲିମ୍ପିକ୍ସରେ ପୁରୁଷ ଏକକ ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ଯାରିସ ଅଲିମ୍ପିକ୍ସ ସେମିରେ ଭାରତ; ରୋମାଞ୍ଚକର ଶୁଟ୍‌ଆଉଟ୍‌ରେ ହାରିଲା ଗ୍ରେଟ୍‌ ବ୍ରିଟେନ୍‌ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.