ETV Bharat / sports

ଅଲିମ୍ପିକ୍ସ ଆରମ୍ଭରୁ ଚମକିଲେ ଭାରତୀୟ, ତୀରନ୍ଦାଜ କ୍ବାଟର୍ସ ଫାଇନାଲରେ ମହିଳା-ପୁରୁଷ ଦଳ - Paris Olympics 2024

author img

By ETV Bharat Odisha Team

Published : Jul 26, 2024, 8:11 AM IST

Updated : Jul 26, 2024, 9:48 AM IST

Paris Olympics 2024: ଯୋଗ୍ୟତା ପର୍ଯ୍ୟାୟରେ ଚମକିଲେ ଭାରତୀୟ ପୁରୁଷ ଓ ମହିଳା ତୀରନ୍ଦାଜୀ ଟିମ୍‌ । ତୃତୀୟ ଓ ଚତୁର୍ଥ ସ୍ଥାନରେ ରହି କ୍ବାଟର୍ସରେ କଲେ ପ୍ରବେଶ । ବ୍ୟକ୍ତିଗତରେ ଶ୍ରେଷ୍ଠ ଅଙ୍କିତା ଓ ଧୀରଜ । ଅଧିକ ପଢନ୍ତୁ

Paris Olympics 2024
Paris Olympics 2024 (@Media_SAI)

ପ୍ୟାରିସ: ଅଲିମ୍ପିକ୍ସ ଆରମ୍ଭରୁ ଭାରତୀୟ ଆଥଲେଟ୍ସଙ୍କ ଜଲଓ୍ବା । ପ୍ରଥମ ଦିନରେ ତୀରନ୍ଦାଜରେ ଚମକିଲେ ଉଭୟ ମହିଳା ଓ ପୁରୁଷ ଦଳ । ପ୍ରଥମେ ମହିଳା ଓ ପରେ ପୁରୁଷ ଦଳ ଯୋଗ୍ୟତା ପର୍ଯ୍ୟାୟରୁ କ୍ବାଟର ଫାଇନାଲକୁ ଉନ୍ନିତ ହୋଇଛନ୍ତି । ଦୁଇ ଦଳର 6 ଖେଳାଳି ହେଉଛନ୍ତି ମହିଳା ବିଭାଗରେ ଅଙ୍କିତା ଭକତ, ଭଜନ କୌର ଓ ଦୀପିକା କୁମାରୀ । ପୁରୁଷ ବିଭାଗରେ ରହିଛନ୍ତି ତରୁଣଦୀପ ରାୟ, ପ୍ରବୀଣ ୟାଦବ ଓ ଧୀରଜ ବୋମ୍ମାଦେବରା । ଆସନ୍ତା 28 ଓ 29 ତାରିଖରେ ତାରିଖରେ ମହିଳା ଓ ପୁରୁଷ ଦଳର ଟିମ୍‌ ଇଣଭେଣ୍ଟ ନକ ଆଉଟ ରାଉଣ୍ଡ ସହ ପଦକ ଚୂଡାନ୍ତ ହେବ ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ, ତୀରନ୍ଦାଜରେ ଯୋଗ୍ୟତା ପର୍ଯ୍ୟାୟ - Paris Olympics 2024

ମହିଳା ଦଳ ରାଙ୍କିଙ୍ଗ ଅନୁଯାୟୀ ଭାରତ ଯୋଗ୍ୟତା ରାଉଣ୍ଡକୁ ଚତୁର୍ଥ ସ୍ଥାନରେ କରି କ୍ବାଟର୍ସକୁ କ୍ବାଲିଫାଏ କରିଛି। ଭାରତ 1983 ପଏଣ୍ଟ ପାଇ ଥିବାବେଳେ କୋରିଆ 2046 ପଏଣ୍ଟ ସହ ଶୀର୍ଷରେ ରହିଛି। ଚୀନ୍ ଏବଂ ମେକ୍ସିକୋ ଟିମ୍‌ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ମହିଳା ଯୋଗ୍ୟତା ରାଉଣ୍ଡରେ ଅଙ୍କିତା ଶ୍ରେଷ୍ଠ ପ୍ରଦର୍ଶନ କରି 11 ତମ ସ୍ଥାନରେ ରହି 666 ପଏଣ୍ଟ କରିଥିଲେ । ସେହିପରି ଭଜ 659 ପଏଣ୍ଟ ସହ 22 ତମ ସ୍ଥାନ ଏବଂ ଦୀପିକା 658 ପଏଣ୍ଟ ସହ 23ତମ ସ୍ଥାନରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ୟୁନିକ୍ ଷ୍ଟାଇଲରେ ଅଲିମ୍ପିକ୍ସ ଉଦଘାଟନ; ନଦୀ ଗର୍ଭରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, 6ଘଣ୍ଟା ଚାଲିବ ପରେଡ୍ ଅଫ୍ ନେସନ୍ସ, ପ୍ରଥମ ଥର ଖୋଲା ଆକାଶ ତଳେ ଦେଖିବାକୁ ମିଳିବ... - Paris Olympic 2024

ସେହିପରି ପୁରୁଷ ଟିମ୍‌ ଇଭେଣ୍ଟରେ ଭାରତ 2013 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ପୁରୁଷ ରାଙ୍କିଂ ରାଉଣ୍ଡରେ ଧୀରଜ 681 ପଏଣ୍ଟ ସହ ଚତୁର୍ଥ ସ୍ଥାନ, ତରୁଣଦୀପ 674 ପଏଣ୍ଟ ସହ 14 ତମ ସ୍ଥାନ ଓ ପ୍ରବୀଣ 658 ପଏଣ୍ଟ ସହ 38 ତମ ସ୍ଥାନରେ ରହିଛନ୍ତି । କୋରିଆ 2049 ପଏଣ୍ଟ ସହ ପ୍ରଥମ, ଫ୍ରାନ୍ସ 2025 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ଭାରତର ମିକ୍ସଡ ଟିମ୍‌ ମଧ୍ୟ ଚୂଡାନ୍ତ ହୋଇଛି । ରାଙ୍କିଂ ରାଉଣ୍ଡରେ ଶ୍ରେଷ୍ଠ ଦୁଇ ଭାରତୀୟ ଏହି ଟିମ୍‌ରେ ସାମିଲ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2024, 9:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.