ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଭାରତକୁ ଡବଲ ଝଟ୍‌କା, ରୋଇଂ ଓ ଜୁଡୋରେ ଏମିତି ସରିଲା ଅଭିଯାନ - Paris Olympics 2024

author img

By ETV Bharat Sports Team

Published : Aug 2, 2024, 3:59 PM IST

Paris Olympics 2024: ରୋଇଂ ଓ ଜୁଡୋରେ ହାର୍ଟବ୍ରେକ୍‌ । ଏହି ଦୁଇ ଇଭେଣ୍ଟରେ ସରିଲା ଭାରତର ଅଲିମ୍ପିକ୍ସ ଅଭିଯାନ । ଅଧିକ ପଢ଼ନ୍ତୁ

Paris Olympics 2024
Paris Olympics 2024 (AP Photos)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ର 7ମ ଦିନରେ ଆଜି ଭାରତୀୟ ଆଥଲେଟ୍‌ଙ୍କ ପ୍ରଦର୍ଶନ ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇପାରିନାହିଁ । ଶୁକ୍ରବାର ଭାରତର ବଲରାଜ ପାନୱାର 7:02.37 ସମୟ ସହ ପୁରୁଷ ସିଙ୍ଗଲ୍ସ ସ୍କଲ୍ସରେ 5ମ ସ୍ଥାନରେ ରହି ନଜ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି । ଅନ୍ୟପଟେ ଭାରତୀୟ ଜୁଡୋ ଖେଳାଳି ତୁଲିକା ମାନ ପ୍ୟାରିସ ଅଲିମ୍ପିକ୍ସରେ ମହିଳା 78 କିଲୋଗ୍ରାମ ଓଜନ ବର୍ଗର ରାଉଣ୍ଡ ଅଫ୍‌ 32ରେ କ୍ୟୁବାର ଇଡାଲିସ୍ ଅର୍ଟିଜଙ୍କ ଠାରୁ 10-0ରେ ଶୋଚନୀୟ ବାବେ ହାରିଯାଇଛନ୍ତି । ଏହି ଦୁଇଜଣଙ୍କ ପରାଜୟ ସହିତ ରୋଇଂ ଏବଂ ଜୁଡୋରେ ଭାରତର ଅଭିଯାନ ଶେଷ ହୋଇଛି ।

ବଲରାଜ ପାନୱାର ଅଲିମ୍ପିକ୍ସରୁ ବାଦ:-

ପ୍ୟାରିସ୍ 2024 ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ ସ୍କଲ୍ସ ଇଭେଣ୍ଟରେ ଭାରତର ବଲରାଜ ପାନୱାର୍ 5ମ ସ୍ଥାନରେ ରହିବା ସହିତ ପ୍ୟାରିସ୍ ଗେମ୍ସରୁ ବାଦ ପଡିଛନ୍ତି । ପ୍ୟାରିସରେ ତାଙ୍କର ପ୍ରଥମ ଅଲିମ୍ପିକ୍ସ ଅଭିଯାନରେ ସେ 23ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି । ତାଙ୍କ ପାଖରେ ଅଲିମ୍ପିକ୍ସରେ ରୋଇଂରେ ଭାରତର ସର୍ବୋତ୍ତମ ରେକର୍ଡ କରିବାର ଯେଉଁ ସୁଯୋଗ ଥିଲା, ସେ ତାହା କରିପାରିନାହାନ୍ତି । ଟୋକିଓ ଅଲିମ୍ପିକ୍ସ 2020ରେ ଏକାଦଶ ସ୍ଥାନ ହାସଲ କରିଥିବା ଅର୍ଜୁନ ଲାଲ ଜାଟ୍‌ ଏବଂ ଅରବିନ୍ଦ ସିଂହଙ୍କ ପୁରୁଷ ଲାଇଟ୍‌ୱେଟ୍‌ ଡବଲ୍ ସ୍କଲ୍ସ ଯୋଡିଙ୍କ ନାମରେ ଏହି ରେକର୍ଡ ରହିଛି ।

ତୁଲିକା ମାନଙ୍କ ଅଭିଯାନ ମଧ୍ୟ ଶେଷ:-

ପ୍ୟାରିସ୍ ଅଲିମ୍ପିକ୍ସରେ ଜୁଡୋ ମହିଳା 78 କିଲୋଗ୍ରାମ ବର୍ଗରେ ମଧ୍ୟ ଭାରତର ଅଭିଯାନ ଶେଷ ହୋଇଛି । କ୍ୟୁବାର ଇଡାଲିସ୍ ଅର୍ଟିଜଙ୍କ ବିପକ୍ଷରେ ଭାରତୀୟ ଜୁଡୋକା ତୁଲିକା ମାନ ମାତ୍ର 28 ସେକେଣ୍ଡରେ 10-0 ବ୍ୟବଧାନରେ ହାରିଛନ୍ତି । ଅନ୍ୟପଟେ ଏହି ବିଜୟ ସହିତ ଲଣ୍ଡନ ଅଲିମ୍ପିକ୍ସ 2012 ଚମ୍ପିଆନ ଅର୍ଟିଜ ରାଉଣ୍ଡ ଅଫ୍‌ 16ରେ ପ୍ରବେଶ କରିଛନ୍ତି । ପ୍ରକାଶ ଥାଉ କି, ତୁଲିକା ମାନ କମନୱେଲଥ୍‌ ଗେମ୍ସରେ ଦମଦାର ପ୍ରଦର୍ଶନ କରି ରୌପ୍ୟ ପଦକ ବିଜେତା ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଭାରତୀୟ ତୀରନ୍ଦାଜୀ ଟିମ୍‌ର ଦମଦାର ପ୍ରଦର୍ଶନ; ଜାଣନ୍ତୁ କେମିତି ଅଛି ସ୍ଥିତି - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.