ETV Bharat / sports

ଅଲମ୍ପିଆନ୍ସଙ୍କ ପାଇଁ ଖୋଲିଲା ଅଲମ୍ପିକ୍ସ ଗ୍ରାମ, ଖେଳାଳିଙ୍କୁ ଦିଆଗଲା ଭବ୍ୟ ସ୍ବାଗତ - paris olympic 2024

author img

By ETV Bharat Odisha Team

Published : Jul 19, 2024, 4:38 PM IST

Olympic Village Opens: ପ୍ୟାରିସରେ ଖେଳାଳିଙ୍କ ପାଇଁ ଖୋଲିଲା କ୍ରୀଡାଗ୍ରାମ । ବିଶ୍ବର କ୍ରୀଡାବିତଙ୍କୁ କରାଯାଉଛି ଭବ୍ୟ ସ୍ବାଗତ । ଅଧିକ ପଢନ୍ତୁ

Etv Bharat
Etv Bharat (IANS)

ହାଇଦ୍ରାବାଦ: ପ୍ୟାରିସ ଅଲିମ୍ପିକ୍ସକୁ ଆଉ ମାତ୍ର 7 ଦିନ । ଏହା ପୂର୍ବରୁ ଫ୍ରାନ୍ସର ରାଜଧାନୀରେ ଥିବା ଅଲିମ୍ପିକ୍ସ ଗ୍ରାମକୁ ଆନୁଷ୍ଠାନିକ ଭାବରେ ଖେଳାଳିଙ୍କ ପାଇଁ ଖୋଲି ଦିଆୟାଇଛି । ବର୍ତ୍ତମାନ ସାରା ବିଶ୍ବରୁ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅଲିମ୍ପିଆନ୍ସ ମାନେ ପହଞ୍ଚିବା ଆରମ୍ଭ କରୁଛନ୍ତି । ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧ୍ୟକ୍ଷ ଥୋମାସ୍ ବାଚ୍ କିଛି ଆଗମନକାରୀଙ୍କୁ ସ୍ୱାଗତ କରୁଛନ୍ତି । 206 ଦିନର 10 ହଜାରରୁ ଊର୍ଦ୍ଧ୍ବ ଖେଳାଳି ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିବେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସେନ୍ ନଦୀ କୂଳରେ ଅବସ୍ଥିତ 54 ହେକ୍ଟର ଅଲିମ୍ପିକ୍ସ ଗ୍ରାମରେ ରହିବେ ।

ଆୟୋଜକଙ୍କ କହିବା ଅନୁଯାୟୀ, ଚାଟୋରକ୍ସ, ଲିଲ୍, ମାର୍ସେଲ ଏବଂ ତାହିତିରେ ଶୁଟିଂ, ବାସ୍କେଟବଲ, ହ୍ୟାଣ୍ଡବଲ୍, ସେଲିଂ ଏବଂ ସର୍ଫିଂ ପ୍ରତିଯୋଗିତା କରାଯିବ । ପ୍ୟାରିସ୍ 2024 ଅଧ୍ୟକ୍ଷ ଟୋନି ଏଷ୍ଟାଙ୍ଗୁଏଟ୍ ଏବଂ ଆଇଓସି ସମନ୍ୱୟ ଆୟୋଗର ଅଧ୍ୟକ୍ଷ ପିୟରୋ-ଅଲିବର୍ ବେକର୍ସ ଭିଆଗେଣ୍ଟଙ୍କ ସହ ବାଚ୍ ଅଲିମ୍ପିକ୍ ଗ୍ରାମର ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଆଇଓସି ଅଧ୍ୟକ୍ଷ କିଛି ଆଥଲେଟଙ୍କୁ ଗ୍ରାମରେ ସ୍ବାଗତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସ ଇତିହାସରେ ଅଜବ-ଗଜବ କ୍ରୀଡା; ସ୍ୱିମିଂ ହଡଲ୍ସ, ଘୋଡା ଉପରେ ଡ୍ୟାନ୍ସ... - Paris Olympic 2024

ଅଲିମ୍ପିକ୍ସ ଗ୍ରାମରେ ରହିବେ ଖେଳାଳି: ଅଲିମ୍ପିକ୍ସ ଗ୍ରାମକୁ ଖେଳାଳି ମାନେ ବ୍ୟବହାର କରିବେ । ଗ୍ରାମରେ 3,200 ସିଟ୍ ବିଶିଷ୍ଟ ଡାଇନିଂ ହଲ୍, 24 ଘଣ୍ଟିଆ ଜିମ୍, 3500 ବର୍ଗ ମିଟର ପଲିକ୍ଲିନିକ୍ ଏବଂ ଏକ ଛୋଟ ସୁପର ମାର୍କେଟ ରହିଛି । ଏହି ସୁବିଧା ଆଥଲେଟଙ୍କର ଆବଶ୍ୟକତା ପୂରଣ କରିବ । ଏଥିସହ ଗ୍ରାମକୁ ଇକୋ ଫ୍ରେଣ୍ଡଲି କରାଯାଇଛି । କ୍ରୀଡା ଗ୍ରାମରେ 14ହଜାର 5ଶହ ଜଣଙ୍କ ରହିବା ବ୍ୟବସ୍ଥା ରହିଛି । କ୍ରୀଡାବିତଙ୍କ ପାଇଁ 900 ଶଯ୍ୟା ସଂରକ୍ଷିତ କରାଯାଇଛି ।

ଆସନ୍ତା 26 ତାରିଖରୁ ଅଗଷ୍ଟ 8 ତାରିଖ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଆୟୋଜନ କରାଯିବ । ଉଦଘାଟନି ଉତ୍ସବରେ ସାରା ବିଶ୍ବରୁ କ୍ରୀଡା ପ୍ରେମୀଙ୍କ ସମାଗମ ହେବ । ପ୍ରାୟ 5ରୁ 6 ଲକ୍ଷ ଦର୍ଶକ ଉଦଘାଟନୀ ସମାରୋହରେ ସାମିଲ ହେବା ଆଶା କରାଯାଉଛି । ଉଦଘାଟନୀ ଉତ୍ସବର ପରେଡ ସେନ ନଦୀରେ ହେବ । ଦର୍ଶକ ମାନେ ବିଭିନ୍ନ ଉଚ୍ଛ ସ୍ଥାନରେ ରହି ଉତ୍ସବର ମଜା ନେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.