ETV Bharat / sports

Paris Olympics 2024; ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସ କ୍ବାର୍ଟର ଫାଇନାଲରେ ସାତ୍ତ୍ବିକ-ଚିରାଗ - badminton mens doubles group stage

author img

By ETV Bharat Sports Team

Published : Jul 30, 2024, 7:54 AM IST

Updated : Jul 30, 2024, 10:18 AM IST

satwik-chirag-pair-qualifies-for-mens-doubles-quarterfinals: ବ୍ୟାଡମିଣ୍ଟନରେ ପୁରୁଷ ଡବଲ୍ସ କ୍ବାର୍ଟର ଫାଇନାଲରେ ସାତ୍ତ୍ବିକ-ଚିରାଗଙ୍କ ଯୋଡି । ମଙ୍ଗଳବାର ସାତ୍ତ୍ବିକ-ଚିରାଗ ଯୋଡି ଆରଡିଆଣ୍ଟୋ-ଆଲଫିଆନ୍ ଯୋଡିଙ୍କୁ ଭେଟିବେ । ଅଧିକ ପଢନ୍ତୁ

Chirag Shetty and Satwiksairaj Rankireddy
Chirag Shetty and Satwiksairaj Rankireddy (IANS)

ହାଇଦ୍ରାବାଦ: ବ୍ୟାଡମିଣ୍ଟନରେ ପୁରୁଷ ଡବଲ୍ସ କ୍ବାର୍ଟର ଫାଇନାଲରେ ସାତ୍ତ୍ବିକ-ଚିରାଗଙ୍କ ଯୋଡି । ପୂର୍ବରୁ ସାତ୍ତ୍ବିକ-ଚିରାଗ ବ୍ୟାଡ୍‌ମିଣ୍ଟନ ଯୋଡ଼ି ଖେଳିବାକୁ ଥିବା ମ୍ୟାଚ୍‌ ହେଲା ରଦ୍ଦ । ଜର୍ମାନ ଖେଳାଳି ଓହରିଯିବାରୁ ଏହି ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି । ମେଡାଲ ଦାବିଦାର ଭାରତୀୟ ବ୍ୟାଡମିଣ୍ଟନ ପୁରୁଷ ଯୋଡି ସାତ୍ତ୍ବିକସାଇରାଜ ରଙ୍କେରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ସୋମବାର ଚଳିତ ଅଲିମ୍ପିକ୍ସରେ କ୍ବାର୍ଟର ଫାଇନାଲକୁ ଉଠିଛନ୍ତି । ତେବେ ଉଭୟଙ୍କ ଆଉ ଗୋଟିଏ ଗ୍ରୁପ ମ୍ୟାଚ ବାକି ରହିଛି । ବିଶ୍ବର 3ନମ୍ବର ମାନ୍ୟତାରେ ଥିବା ଭାରତୀୟ ଷ୍ଟାର ସଟଲରଙ୍କ ଯୋଡି ସୋମବାର ଦିନ ଜର୍ମାନୀର ଷ୍ଟାର ଯୋଡି ମାର୍କ ଲାମ୍ସଫସ୍ ଏବଂ ମାରଭିନ୍ ସିଡେଲଙ୍କ ସହିତ ମ୍ୟାଚ ଖେଳିଥାନ୍ତେ କିନ୍ତୁ ଏହି ମ୍ୟାଚରୁ ଆହତ ସମସ୍ୟା ପାଇଁ ଓହରି ଯାଇଥିଲେ ଲାମ୍ସଫସ୍ । ତେବେ ଏହି ଭାରତୀୟ ଷ୍ଟାର ସଟଲର ଯୋଡିଙ୍କ ଗ୍ରୁପ ପର୍ଯ୍ୟାୟର ଦ୍ବିତୀୟ ମ୍ୟାଚ ଥିଲା ।

ଏହା ବି ପଢନ୍ତୁ- ଅଲିମ୍ପିକ୍ସରେ ଇତିହାସ ରଚିଲେ ମନିକା; ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବେ ରାଉଣ୍ଡ-16ରେ ଏଣ୍ଟ୍ରି, ଭାରତୀୟ ବଂଶୋଦ୍ଭବଙ୍କୁ ହରାଇଲେ - Table Tennis Singles Round of 32

ଏହି ମ୍ୟାଚ ବାତିଲ ଯୋଗୁଁ ସାତ୍ତ୍ବିକ-ଚିରାଗ ଯୋଡି ଏବଂ ଆରଡିଆଣ୍ଟୋ-ଆଲଫିଆନ୍ ଯୋଡି କ୍ବାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ଏପଟେ ମଙ୍ଗଳବାର ସାତ୍ତ୍ବିକ-ଚିରାଗ ଯୋଡି ଆରଡିଆଣ୍ଟୋ-ଆଲଫିଆନ୍ ଯୋଡିଙ୍କୁ ଭେଟିବେ । ଏହି ମ୍ୟାଚର ବିଜୟୀ ଯୋଡି ଗ୍ରୁପରେ ଟପ୍ କରିବେ । ତେବେ ବୁଧବାରଠାରୁ ମେନ୍ସ ଡବଲ ନକଆଉଟ୍ ଗେମ୍ ଆରମ୍ଭ ହେବ ।

ଏହା ବି ପଢନ୍ତୁ- ସାତ୍ତ୍ବିକ-ଚିରାଗ ଯୋଡ଼ି ଖେଳିବାକୁ ଥିବା ମୁକାବିଲା ରଦ୍ଦ, ଫଳାଫଳ ଘୋଷଣା କଲା BWF - Paris Olympics 2024

ପୂର୍ବରୁ ଏନେଇ BWF ଏକ ପୋଷ୍ଟ ଜରିଆରେ ସୂଚନା ଦେଇ ଲେଖିଥିଲା କି, "'ଆଣ୍ଠୁରେ ଆଘାତ କାରଣରୁ ଜର୍ମାନ ପୁରୁଷ ଡବଲ୍ସ ଖେଳାଳି ମାର୍କ ଲାମ୍ସଫସ୍ ଅଲିମ୍ପିକ୍ ଗେମ୍ସ ପ୍ୟାରିସ୍ 2024 ବ୍ୟାଡମିଣ୍ଟନ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି । ଲାମ୍ସଫସ୍ ଏବଂ ତାଙ୍କ ସାଥୀ ଖେଳାଳି ମାର୍ଭିନ ସେଡେଲଙ୍କ ଅବଶିଷ୍ଟ ଗ୍ରୁପ୍ 'ସି' ମ୍ୟାଚ୍‌ ଖେଳାଯିବ ନାହିଁ । ସେମାନଙ୍କର ଅବଶିଷ୍ଟ ମ୍ୟାଚ୍‌ ଭାରତର ସାତ୍ତ୍ବିକସାଇରାଜ ରଙ୍କେରେଡ୍ଡୀ-ଚିରାଗ ଶେଟ୍ଟୀ ଏବଂ ଫ୍ରାନ୍ସର ଲୁକାସ୍ କର୍ଭି-ରୋନାନ୍ ଲେବରଙ୍କ ବିପକ୍ଷରେ ରହିଥିଲା । ଏହି ଇଭେଣ୍ଟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚଗୁଡିକ ପୁଣିଥରେ ନିର୍ଦ୍ଧାରିତ କରାଯାଇଛି । ଗ୍ରୁପ୍ ଷ୍ଟେଜ୍ ମ୍ୟାଚ୍‌ ପାଇଁ BWF ସାଧାରଣ ପ୍ରତିଯୋଗିତା ନିୟମାବଳୀ ଅନୁଯାୟୀ, ଗ୍ରୁପ୍ 'ସି'ରେ ଏହି ଜର୍ମାନ ଯୋଡ଼ି ସହିତ ଏପର୍ଯ୍ୟନ୍ତ ଖେଳାଯାଇଥିବା କିମ୍ବା ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ୍‌ର ଫଳାଫଳ ବର୍ତ୍ତମାନ ଶୂନ୍ୟ ବୋଲି ଧରାଗଲା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 30, 2024, 10:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.