ETV Bharat / sports

କେତେ ପ୍ରସ୍ତୁତ ଭାରତ; କେଉଁ ଇଭେଣ୍ଟରେ ମିଳିବ ମେଡାଲ, ପୁଣି କମାଲ କରିବେ ନୀରଜ ନା ସରପ୍ରାଇଜ୍ ଦେବେ ସିନ୍ଧୁ, ହକି ଟିମ୍ ଚାନ୍ସ କେତେ, କଣ ଚ୍ୟାଲେଞ୍ଜ ? - Paris 2024 Olympics Indian team

author img

By ETV Bharat Odisha Team

Published : Jul 16, 2024, 6:23 PM IST

Updated : Jul 16, 2024, 7:55 PM IST

INDIAN ATHLETICS CONTINGENT Olympic Medal Hopes: ଗତ ଟୋକିଓ ଅଲିମ୍ପିକରେ ଭାରତ ୭ଟି ପଦକ ଜିତିଥିଲା । ଏଥରେ ନୀରଜ ଚୋପ୍ରା ଜାଭଲିନରେ ସ୍ବର୍ଣ୍ଣ ଜିତିଥିଲେ । ଯାହା ଭାରତର ସର୍ବକାଳୀନ ରେକର୍ଡ ଅଟେ । ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକରେ ଭାରତ ୬ଟି ପଦକ ଜିତିଥିଲା, ଦୁଇଟି ସିଲଭର ଏବଂ ୪ଟି ବ୍ରୋଞ୍ଚ ଜିତିଥିଲା । ଅଲିମ୍ପିକରେ ଏଯାଏଁ ଭାରତ ମୋଟ ୩୫ ଟି ପଦକ ଜିତିଥିବା ବେଳେ ସେଥିରେ ସାମିଲ ରହିଛି ୧୦ଟି ଗୋଲ୍ଡ । ହକିରେ ୮ଟି ଗୋଲ୍ଡ ମେଡାଲ ଆସିଥିବା ବେଳେ ବ୍ୟକ୍ତିଗତ ସ୍ତରରେ ଅଭିନବ ବିନ୍ଦା, ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ।

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ପ୍ୟାରିସ୍ ୨୦୨୪ ଅଲିମ୍ପିକ ପାଇଁ କେତେ ପ୍ରସ୍ତୁତ ଭାରତ ? କେଉଁ କେଉଁ ଇଭେଣ୍ଟରୁ ରହିଛି ପଦକ ଆଶା । କେଉଁ ଖେଳିଳିଙ୍କ ଉପରେ ଦେଶବାସୀଙ୍କ ନଜର । ପୁଣି ଆଥଲେଟ୍ ଇଭେଣ୍ଟରେ ପୋଡିୟମ୍ ଫିନିସ କରିବେ କି ନୀରଜ ଚୋପ୍ରା ନା ସରପ୍ରାଇଜ୍ ମେଡାଲ ଦେଶବାସୀଙ୍କୁ ଗିଫ୍ଟ କରିବେ ଷ୍ଟାର ସଟଲର ପିଭି ସିନ୍ଧୁ । ହକିରେ ପୁଣି ଭାରତର ତ୍ରିରଙ୍ଗା ଉଡାଇବେ କି ହକି ଷ୍ଟାର ? ଏଭଳି ଶତାଧିକ ପ୍ରଶ୍ନ ଏବେ ଦେଶବାସୀଙ୍କ ମନରେ ଉଙ୍କି ମାରୁଛି କାରଣ ଭାରତୀୟ କଣ୍ଟିନଜେଣ୍ଟ ଚଳିତ ପ୍ୟାରିସ ଅଲିମ୍ପିକ ପାଇଁ ପ୍ରସ୍ତୁତ ଶେଷ କରି ମେଡାଲ କଣ୍ଟେଣ୍ଡର ଭାବେ ବିଶ୍ବର ସର୍ବବୃହତ କ୍ରୀଡା ମହାକୁମ୍ଭକୁ ଆତ୍ମବିଶ୍ବାସର ସହ ଯାଉଛନ୍ତି ।

ତେବେ ଚଳିତ ପ୍ୟାରିସ ଅଲିମ୍ପିକରେ ଭାରତର ପଦକ ଆଶା ଅଧିକା ରହିଛି । କାରଣ ଆଥଲେଟ ବିଭାଗରେ ଭାରତୀୟ ଖେଳିଳି ଯଥା ଜାଭଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା, ଓ୍ବେଟଲିପ୍ଟିଂରେ ମୀରାବାଇ ଚାନୁ ଏବଂ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଏଥର ପଦକ ଆଣିବା ନେଇ ଆଶା ରହିଛି । ଚଳିତ ଥରର ଭାରତୀୟ କଣ୍ଟିନଜେଣ୍ଟ ମଧ୍ୟ ପୂର୍ବପ୍ରଦର୍ଶନ ଅପେକ୍ଷା ଏଥର ବହୁତ ଭଲ ପ୍ରଦର୍ଶନ କରି ପୂର୍ବ ଥରର ପଦକ ରେକର୍ଡ କାଟିବ ବୋଲି ଦେଶବାସୀ ଆଶାବାଦୀ ରହିଛନ୍ତି ।

ଚଳିତ ପ୍ୟାରିସ ଅଲିମ୍ପିକ ଭାରତୀୟ କଣ୍ଟନଜେଣ୍ଟ ବିଭିନ୍ନ ବିଭାଗରେ ପଦକ ଦାବିଦାର ରହିଛନ୍ତି । ନଜର ପକାନ୍ତୁ ଭାରତର କେଉଁ କେଉଁ ଖେଳାଳି ବୈଶ୍ବିକ କ୍ରୀଡା ମହାକୁମ୍ଭରେ ଚମତ୍କାର ପ୍ରଦର୍ଶନ କରି ଭାରତ ପାଇଁ ମେଡାଲ ଆଣିବେ !

ନୀରଜ ଚୋପ୍ରା
ନୀରଜ ଚୋପ୍ରା (ETV Bharat Odisha)

ନୀରଜ ଚୋପ୍ରା-ଜାଭଲିନ୍ ଥ୍ରୋୟର

ଡିଫେଣ୍ଡିଙ୍ଗ୍ ଅଲିମ୍ପିକ୍ ଚାମ୍ପିଆନ ହେଲେ ନୀରଜ ଚୋପ୍ରା । ସେ ଗତ ଟୋକିଓ ଅଲିମ୍ପିକରେ ପୁରୁଷ ଜାଭଲିନ ଥ୍ରୋ ବିଭାଗରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିଥିଲେ । ୮୭-୮୯ ମିଟର ଜାଭଲିନ୍ ଥ୍ରୋ କରି ନୀରଜ ଅଲିମ୍ପିକରେ ସ୍ବର୍ଣ୍ଣ ବିଜୟୀ ହୋଇଥିଲେ । ତେବେ ଚଳିତ ଥର ତାଙ୍କ ପାଇଁ ରହିଛି ଅନେକ ଚ୍ୟାଲେଞ୍ଜ । କାରଣ ୨୦୨୪ରେ ନୀରଜ ସେପରି ବିଶେଷ ପ୍ରତିଯୋଗିତାରେ ଖେଳି ନାହାଁନ୍ତି ଏବଂ ତାଙ୍କ ଫିଟନସେ ମଧ୍ୟ ବଡ ଚ୍ୟାଲେଞ୍ଜିଂ ରହିପାରେ ।

ମୀରାବାଇ ଚାନୁ
ମୀରାବାଇ ଚାନୁ (ETV Bharat Odisha)

ମୀରାବାଇ ଚାନୁ- ଓ୍ବେଟଲିଫ୍ଟିଂ

ଟୋକିଓ ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିଲେ । ଏଥର ଲକ୍ଷ୍ୟ ସ୍ବର୍ଣ୍ଣ । ତାଙ୍କର ଦକ୍ଷତା ୨୦୦ ରୁ ୨୧୦ କେଜି ଭାରୋତ୍ତଳନ କରିବା । ତାଙ୍କ ପାଖରେ ଅନେକ ବର୍ଷର ଅଭିଜ୍ଞତା ରହିଛି । ତାଙ୍କ ଆଗରେ ଚ୍ୟାଲେଞ୍ଜ ରହିଛି ଆହତ ସମସ୍ୟା ଏବଂ ସେ ୨୦୨୩ ପରଠୁ କୌଣସି ପ୍ରତିଯୋଗିତାରେ ଖେଳାନାହିଁନ୍ତି ।

ପିଭି ସିନ୍ଧୁ
ପିଭି ସିନ୍ଧୁ (ETV Bharat Odisha)

ପିଭି ସିନ୍ଧୁ- ବ୍ୟାଡମିଣ୍ଟନ

ଦୁଇ ଦୁଇ ଥର ଅଲିମ୍ପିକ ପଦକ ବିଜୟୀ ହୋଇଛନ୍ତି । ବଡ ବଡ ଟୁର୍ଣ୍ଣାମେଣ୍ଟ ଖେଳାଳି, ଲଗାତାର ବିଜୟୀ ହୋଇଛନ୍ତି ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ । ବିଜୟ ପ୍ରତିଶତ ମଧ୍ୟ ଅଧିକ ରହିଛି । ତାଙ୍କ ପାଇଁ ଚ୍ୟାଲେଞ୍ଜ ରହିଛି କି, ପ୍ରେସର ପରିସ୍ଥିତିରେ ନର୍ଭସ ନହେବା ।

ଏହା ବି ପଢନ୍ତୁ- ଅଲିମ୍ପିକ୍ସ ଇତିହାସରେ ଓଡିଶା; କେଉଁ ଖେଳାଳି ଦୌଡିଛନ୍ତି ଅଲିମ୍ପିକ୍ସ ଟ୍ରାକରେ, କିଏ କରିଛନ୍ତି ହକିରେ କମାଲ, କିଏ ଜିତିିଛି ମେଡାଲ୍ ? ଦେଖନ୍ତୁ ଓଡିଆ ଖେଳାଳିଙ୍କ ଲିଷ୍ଟ୍ - Paris Olympics 2024

ପୁରୁଷ ହକି ଟିମ୍
ପୁରୁଷ ହକି ଟିମ୍ (ETV Bharat Odisha)

ପୁରୁଷ ହକି ଟିମ୍ -

ଗତ ଟୋକିଓ ଅଲିମ୍ପିକରେ ବ୍ରୋଞ୍ଜ ପଦକ ବିଜୟୀ ଦଳ । ଟିମ୍ ବହୁତ ଷ୍ଟ୍ରଙ୍ଗ ରହିଛି । ସମସ୍ତ ଖେଳାଳିଙ୍କ ନିକଟରେ ଅଭିଜ୍ଞତା ରହିଛି । ପିଆର ଶ୍ରୀଜେସ ଏବଂ ହରମନପ୍ରିତ୍ ସିଂଙ୍କ ଉପରେ ନଜର । ନକଆଉଟ ମ୍ୟାଚ ଖେଳିବାକୁ ହେଲେ ଟିମକୁ ଆରମ୍ଭରୁ ଗ୍ରୁପ ଷ୍ଟେଜରେ ମ୍ୟାଚ ଜିତିବାକୁ ହେବ ।

ଲଭଲିନା ବୋର୍ଗୋହେନ୍‌
ଲଭଲିନା ବୋର୍ଗୋହେନ୍‌ (ETV Bharat Odisha)

ଲଭଲିନା ବୋର୍ଗୋହେନ୍‌ - ବକ୍ସିଂ

୭୫ କେଜି ବର୍ଗରେ ଟୋକିଓ ଅଲିମ୍ପିକ ବ୍ରୋଞ୍ଜ ମେଡାଲିଷ୍ଟ । ଲଭଲିନା ୬୯ କେଜି ବର୍ଗରେ ଦମଦାର ପ୍ରଦର୍ଶନ କରୁଥିବା ବେଳେ ନିକଟରେ ମଧ୍ୟ ଏହି ବର୍ଗରେ ସଫଳତା ପାଇଛନ୍ତି । ଚଳିତ ଅଲିମ୍ପିକ ପାଇଁ ପ୍ରସ୍ତୁତିରେ ସେ ଅଧିକ ପ୍ରତିଯୋଗିତାରେ ଖେଳି ନାହାଁନ୍ତି ଏହାସହିତ ଆହତ ସମସ୍ୟା ଉପୁଜିପାରେ ।

ଭିନେଶ ଫୋଗତ
ଭିନେଶ ଫୋଗତ (ETV Bharat Odisha)

ଭିନେଶ ଫୋଗତ - ରେସଲିଂ

ପ୍ରଥମ ମହିଳା ରେସଲର ଭାବେ ଲଗାତାର ୩ଟି ଅଲିମ୍ପିକକୁ ଯୋଗ୍ୟତା ହାସଲ କରି ଇତିହାସ ରଚିଛନ୍ତି । ୫୦ କେଜି ବର୍ଗରେ ମେଡାଲ ଚାନ୍ସ ରହିଛି ହେଲେ ଅଭିଜ୍ଞତା କମ ରହିଛି ।

ନିଖତ ଜରିନ୍- ବକ୍ସିଂ

ଦୁଇ ଦୁଇ ଥରର ବିଶ୍ବ ଚାମ୍ପିଆନ୍ । ତାଙ୍କର ଟେନନିକ୍ ବହୁତ ସନଦାର । ସମସ୍ତ ପ୍ରତିଯୋଗିତାରେ ନିରନ୍ତର ପ୍ରଦର୍ଶନ କରୁଛନ୍ତି । ଏହା ତାଙ୍କର ପ୍ରଥମ ଅଲମ୍ପିକ୍ ଇଭେଣ୍ଟ ।

ସିଫ୍ଟ୍ କୌର ଶର୍ମା- ସୁଟିଂ

ମହିଳା ୫୦ ମିଟର ରାଇଫଲ ସୁଟିଂରେ ବିଶ୍ବ ରେକର୍ଡ କରିଛନ୍ତି । ଚାପରେ ଉନ୍ନତ ପ୍ରଦର୍ଶନ କରୁଛନ୍ତି । ଅଲିମ୍ପିକରେ ଭାରତୀୟ ସୁଟର ସବୁବେଳେ ଖରାପ ପ୍ରଦର୍ଶନ କରିଥାନ୍ତି ।

ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ- ବ୍ୟାଡମିଣ୍ଟନ ଡବଲ

ପୂର୍ବତନ ବିଶ୍ବର ଏକ ନମ୍ବର ଡବଲ୍ସ ଟିମ୍ । ବଡ ବଡ ପ୍ରତିଯୋଗିତାରେ ଦମଦାର ଟ୍ରାକ୍ ରେକର୍ଡ । ନିକଟରେ ସାତ୍ତ୍ବିକଙ୍କ କାନ୍ଧରେ ଆଘାତ ଲାଗିଛି ଏବଂ ଦୁହେଁ ନିରନ୍ତର ପ୍ରଦର୍ଶନ ଦେବାରେ ବିଫଳ ହୋଇଛନ୍ତି ।

ଅଦିତି ଅଶୋକ- ଗଲ୍ଫ ଖେଳାଳି

ନିକଟରେ ଏସିଆନ୍ ଗେମ୍ସରେ ରୌପ୍ୟ ଜିତିଛନ୍ତି । ବର୍ତ୍ତମାନ ସମୟରେ ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି । ଦିନକୁ ଦିନ ଅଦିତିଙ୍କର ଡ୍ରାଇଭିଂ ଡିଷ୍ଟାନ୍ସ ସର୍ଟରେ ବୃଦ୍ଧି ଘଟୁଛି । ଚାପରେ ଭଲ ପ୍ରଦର୍ଶନ ଦେବା ଏଥର ଚ୍ୟାଲେଞ୍ଜ ।

ଏଥର ଭାରତୀୟ କଣ୍ଟିନଜେଣ୍ଟ ଟୋକିଓ ପ୍ରଦର୍ଶନକୁ କାଟିବ ବୋଲି ଆଶା ରହିଛି । ଅଲିମ୍ପିକରେ ଏଯାଏଁ ଭାରତ ମୋଟ ୩୫ ଟି ପଦକ ଜିତିଥିବା ବେଳେ ସେଥିରେ ସାମିଲ ରହିଛି ୧୦ଟି ଗୋଲ୍ଡ ମେଡାଲ । ହକିରେ ୮ଟି ଗୋଲ୍ଡ ମେଡାଲ ଆସିଥିବା ବେଳେ ବ୍ୟକ୍ତିଗତ ସ୍ତରରେ ଅଭିନବ ବିନ୍ଦା, ନୀରଜ ଚୋପ୍ରା ବିଜୟୀ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2024, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.