ହାଇଦ୍ରାବାଦ: ଶେଷ ହୋଇଛି ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲର 17ତମ ସଂସ୍କରଣ । 66ଦିନରେ 75ତମ ମ୍ୟାଚ ଶେଷ ହୋଇଛି । ଫଇନାଲରେ ହାଇଦ୍ରାବାଦକୁ ହରାଇ ଟ୍ରଫି ହାତେଇଛି କୋକାତା ନାଇଟ ରାଇଡର୍ସ । ସେହିପରି ଅରେଞ୍ଜ ଓ ପର୍ପଲ କ୍ୟାପ ରେସ ମଧ୍ୟ ଶେଷ ହୋଇଛି । ଚଳିତ ସିଜିନରେ ବିସ୍ଫୋରକ ବ୍ୟାଟିଂ କରି ସର୍ବାଧିକ ରନ କରି ଅରେଞ୍ଜ୍ କ୍ୟାପ୍ ହାତେଇଛନ୍ତି ଆରସିବିର ବ୍ୟାଟର ବିରାଟ କୋହଲି । 15ଟି ମ୍ୟାଚ ଖେଳି ମୋଟ 741 ରନ ସଂଗ୍ରହ କରି ଚଳିତ ସିଜିନର ଅରେଞ୍ଜ କ୍ୟାପ ହାସଲ କରିଛନ୍ତି ବିରାଟ । ସେହିପରି ଘାତକ ବୋଲିଂ ସର୍ବାଧିକ 24 ଓ୍ବିକେଟ ନେଇ ପଞ୍ଜାବ କିଙ୍ଗ୍ସର ଦ୍ରୁତ ବୋଲର ହର୍ସ ପଟେଲ ପର୍ପଲ କ୍ୟାପ ହାତେଇ କରିଛନ୍ତି।
IPL 2024ରେ କୋହଲିଙ୍କ ରେକର୍ଡ: ଚଳିତ ସଂସ୍କରଣରେ ବେଙ୍ଗାଲୁରୁ ଦଳ ପକ୍ଷରୁ ମୋଟ 15ଟି ମ୍ୟାଚ ଖେଳି ସର୍ବାଧିକ 741 ରନ ସଂଗ୍ରହ କରିଛନ୍ତି ବିରାଟ। ଏଥିରେ ଗୋଟିଏ ଶତକ ସାମିଲ ଥିବା ବେଳେ 5ଟି ଅର୍ଦ୍ଧ ଶତକ ରହିଛି । ଚଳିତ ସିଜିନରେ ତାଙ୍କର ଷ୍ଟ୍ରାଇକ ରେଟ୍ 154 ରହିଥିବା ବେଳେ ସର୍ବାଧିକ ବ୍ୟକ୍ତିଗତ ସ୍କୋର 108 ରହିଛି । ଚଳିତ ସିଜନରେ ବିରାଟ 38 ଟି ଛକା ମାରିଛନ୍ତି । ସେହିପରି ଦ୍ବିତୀୟ ସର୍ବାଧିକ ରନ କରିଛନ୍ତି ଚେନ୍ନାଇର ଅଧିନାୟକ ଋତୁରାଜ । ସେ ମୋଟ 14ଟି ମ୍ୟାଚ ଖେଳି 583 ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ 4ଟି ଅର୍ଦ୍ଧଶତକ ସାମିଲ ରହିଛି । ତୃତୀୟ ସର୍ବାଧିକ ରନ ହାସଲ କରିଛନ୍ତି ରାଜସ୍ଥାନର ରିୟାନ ପରାଗ । ମୋଟ 16ଟି ମ୍ୟାଚରୁ ସେ 573 ରନ ସଂଗ୍ରହ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଚେପକ୍ରେ ମାଟି କାମୁଡ଼ିଲା ହାଇଦ୍ରାବାଦ, କୋଲକାତାକୁ ୩ୟ ଟାଇଟଲ୍ - IPL 2024 Final
ହର୍ସଙ୍କୁ ପର୍ପଲ କ୍ୟାପ: ଚଳିତ ସଂସ୍କରଣରେ ସବୁଠାରୁ ଅଧିକ ଓ୍ବିକେଟ ଅକ୍ତିଆର କରି ଅରେଞ୍ଜ୍ କ୍ୟାପକୁ ନିଜ ନାମରେ କରିଛନ୍ତି ହର୍ସ ପଟେଲ । ମୋଟ 14ଟି ମ୍ୟାଚ୍ ଖେଳି ସର୍ବାଧିକ 24ଟି ଓ୍ବିକେଟ ନେଇ ଚଳିତ ସିଜିନରେ ଓ୍ବିକେଟ ଟେକର ହୋଇଛନ୍ତି। 49 ଓଭର ବୋଲିଂ କରି ସେ 477 ରନ ଦେଇଛନ୍ତି । ଗୋଟିଏ ମ୍ୟାଚରେ ସେ ସର୍ବାଧିକ 4 ଓ୍ବିକେଟ ନେଇଛନ୍ତି । ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି କୋଲକାତାର ବରୁଣ ଚକ୍ରବର୍ତ୍ତୀ । ସେ ମୋଟ 16ଟି ମ୍ୟାଚ ଖେଳି 21 ଟି ଓ୍ବିକେଟ ନେଇଛନ୍ତି । ମୁମ୍ବାଇର ବୁମରା 20ଟି ଓ୍ବିକେଟ ନେଇ ତୃତୟୀ ସ୍ଥାନରେ ରହିଛନ୍ତି ।