ETV Bharat / sports

ଆଜିର ଦିନରେ ଇତିହାସ ରଚିଥିଲା ଭାରତୀୟ କ୍ରିକେଟ ଦଳ, ପ୍ରଥମ ଥର ହାତେଇଥିଲା ବିଶ୍ବକପ - 1983 world cup

author img

By ETV Bharat Odisha Team

Published : Jun 25, 2024, 12:38 PM IST

1983 Cricket World Cup : 40 ବର୍ଷ ତଳେ ଆଜିର ଦିନରେ ପ୍ରଥମ ଥର ବିଶ୍ବକପ ହାତେଇଥିଲା ଭାରତ । ବ୍ୟାଟିଂ ବିପର୍ଯ୍ୟୟ ପରେ ମଧ୍ୟ କମାଲ କରିଥିଲେ ବୋଲର । ଓ୍ବେଷ୍ଟଇଣ୍ଡିଜ ଠାରୁ ଟ୍ରଫି ଛଡାଇ ଆଣିଥିଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

1983 WORLD CUP
1983 WORLD CUP (ETV BHARAT ODISHA)

ହାଇଦ୍ରାବାଦ: 1983 ମସିହା ଜୁନ 25...ଆଜିର ଦିନକୁ କ୍ରିକେଟରଙ୍କଠାରୁ ଆରମ୍ଭ କରି କ୍ରୀଡାପ୍ରେମୀ କେହି କେବେ ଭୁଲି ପାରିବେ ନାହିଁ । ଆଜିର ଦିନରେ ଇତିହାସ ରଚିଥିଲା ଭାରତୀୟ ଦଳ । କ୍ରିକେଟ ଇତିହାସରେ ଆରମ୍ଭ ହୋଇଥିଲା ନୂତନ ଅଧ୍ୟାୟ । ଲଣ୍ଡନର ଲର୍ଡ୍ସ ଷ୍ଟାଡିୟମ ଇଣ୍ଡିଆ, ଇଣ୍ଡିଆ ନାରାରେ ପ୍ରକମ୍ପିତ ହୋଇଥିଲା । ପ୍ରଥମ ଥର ପାଇଁ ୱାର୍ଲ୍ଡ କପ ହାତେଇଥିଲା ଟିମ୍‌ ଇଣ୍ଡିଆ । ୱେଷ୍ଟ ଇଣ୍ଡିଜକୁ ମାତ୍ ଦେଇ ଆଇସିସି ବିଶ୍ବକପ ଟ୍ରଫିକୁ ନିଜ ନାମରେ କରିଥିଲା ଭାରତ । କପିଲ ଦେବଙ୍କ ଅଧିନାୟକତ୍ବରେ ଏହି ସଫଳତା ପାଇଥିଲା ଦଳ । ମାତ୍ର 43 ରନରେ ୱେଷ୍ଟ ଇଣ୍ଡିଜକୁ ପରାସ୍ତ କରି ଏହି ବିଶ୍ବ ବିଜୟ ମୁକୁଟ ପିନ୍ଧିଥିଲା ମେନ ଇନ ବ୍ଲୁ । ଏହି ବିଜୟକୁ 40 ବର୍ଷ ପୁରୁଛି ସତ, କିନ୍ତୁ ସେ ଦିନର ବିଜୟ ମୁହୁର୍ତ୍ତ ଆଜିବି ପ୍ରତିଟି କ୍ରିକେଟ ପ୍ରେମୀଙ୍କ ମନରେ ତାଜା ରହିଛି ।

1983 WORLD CUP
1983 WORLD CUP (ETV BHARAT)

କିପରି ଥିଲା 1983 ବିଶ୍ବକପ ?

ଲଣ୍ଡନର ଲର୍ଡ୍ସ ଷ୍ଟାଡିୟମରେ ବିଶ୍ବକପ ଫାଇନାଲରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହୋଇଥିଲା । ପ୍ରଥମ ବ୍ୟାଟିଂ କରି ଭାରତ 183 ରନ କରିଥିଲା । କିନ୍ତୁ ଭାରତୀୟ ଟିମ ସ୍ବପ୍ନରେ ସୁଦ୍ଧା ଭାବିନଥିଲା ଦୁଇଥର ବିଶ୍ବକପ ଜିତିଥିବା ୱେଷ୍ଟଇଣ୍ଡିଜକୁ ହରାଇ ବିଶ୍ବ ବିଜୟୀ ହେବ । ଅଧିନାୟକ କପିଳ ଦେବଙ୍କ ନେତୃତ୍ବରେ ୱେଷ୍ଟ ଇଣ୍ଡିଜ ବ୍ୟାଟରଙ୍କୁ ଚକ୍ରବିହ୍ୟୁରେ ଫସାଇ ଦେଇଥିଲେ ଭାରତୀୟ ବୋଲର । ଓ୍ବେଷ୍ଟ ଇଣ୍ଡିଜ ମାତ୍ର 140 ରନ୍ କରି ପରାଜିତ ହେବା ପରେ ପ୍ରଥମ ଥର ପାଇଁ ଓ୍ବାର୍ଲ୍ଡ କପ ବିଜୟୀ ହେବାର ସ୍ବାଦ ଚାଖିଥିଲା ଭାରତ । ମ୍ୟାଚକୁ ନିଜ ସପକ୍ଷରେ କରିବା ପାଇଁ କପିଲ ଦେବଙ୍କ ନେତୃତ୍ବ କରିଥିଲା ସବୁ ପ୍ରକାର ପ୍ରୟାସ ।

1983 WORLD CUP
1983 WORLD CUP (ETV BHARAT)

ଏହା ମଧ୍ୟ ପଢନ୍ତୁ-T20 ବିଶ୍ୱକପ: ପ୍ରଥମ ଥର ସେମିରେ ଏଣ୍ଟ୍ରି ମାରିଲା ଆଫଗାନିସ୍ତାନ, ଅଷ୍ଟ୍ରେଲିଆର ଖେଳ ଖତମ୍‌ - AFGHANISTAN DEFEATS BANGLADESH

ସେମିଫାଇନାଲରେ ଭାରତ ଇଂଲଣ୍ଡକୁ 6 ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ପାକିସ୍ତାନକୁ ୮ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଇଣ୍ଡିଜ । ଏହାପରେ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଇଣ୍ଡିଆ ଓ ଓ୍ବେଷ୍ଟ ଇଣ୍ଡିଜ । 1975 ଏବଂ 1979 ଓ୍ବାଲର୍ଡ କପରେ ଓ୍ବେଷ୍ଟ ଇଣ୍ଡିଜ ବିଶ୍ବକପ ହାତେଇଥିବା ବେଳେ 1983 ମସିହାରେ ହାର୍ଟିକ ବିଜୟ ଲକ୍ଷ୍ୟରେ ରହିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନୈରାଶ୍ୟଜନକ ଖେଳ ଆରମ୍ଭ କରିଥିଲା । ଇଣ୍ଡିଜ ବୋଲିଂରେ ଧରାଶାୟୀ ହୋଇଥିଲା ଭାରତ । ମାତ୍ର 183 ରନ କରି ଭାରତ ଅଲ ଆଉଟ ହୋଇଥିଲା । ସମସ୍ତେ ଆଶା ଛାଡି ଦେଇଥିଲେ ଭାରତର ବିଜୟ । କିନ୍ତୁ ଘଟିଥିଲା କିଛି ଅଲଗା । ଅସମ୍ଭବ ସମ୍ଭବ କରିଥିଲେ ଭାରତୀୟ ବୋଲର । ଭାରତୀୟ ଦଳ ମ୍ୟାଚ ଜିତି ସମସ୍ତଙ୍କ ଭାବନାକୁ ଭୁଲ ପ୍ରମାଣିତ କରିଥିଲା । ଆଉ ଆରମ୍ଭ ହୋଇଥିଲା ବିଜୟର ଉତ୍ସବ ପାଳନ ପ୍ରତିଟି ଭାରତୀୟଙ୍କ ଆଖିରେ ଥିଲା ଖୁସିର ଲୁହ ।

1983 WORLD CUP
1983 WORLD CUP (ETV BHARAT)

ଏହାପରେ 2011 ଏପ୍ରିଲ 2 ତାରିଖରେ ଧୋନିଙ୍କ ଅଧିନାୟକତ୍ବରେ ଶ୍ରୀଲଙ୍କାକୁ ହରାଇ ଦ୍ବିତୀୟ ଥର ବିଶ୍ବକପ ଟାଇଟଲ ଜିତିଥିଲା ଭାରତୀୟ କ୍ରିକେଟ ଦଳ । ଇତିହାସ ପୃଷ୍ଠାରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଥିଲା । ସେବେ ଠାରୁ ଆଉଫ ବିଶ୍ବକପ ହାତେଇବାରେ ଭାରତକୁ ସଫଳତା ମିଳିପାରି ନାହିଁ । 2023 ବିଶ୍ବକପରେ ଭାରତର ପ୍ରଦର୍ଶନ ଭଳ ରହିଥିଲେ ମଧ୍ୟ ବିଶ୍ବକପ ହାତେଇବାରେ ଗୋଟିଏ ପାଦ ପଛରେ ରହିଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.