ETV Bharat / sports

ନୌକା କ୍ରୀଡାରେ ନୂଆ ସୁଯୋଗ; ଓଡ଼ିଶା ୟାଚିଂ ସଂଘର ଜାତୀୟସ୍ତରୀୟ ସେଲିଂ କୋର୍ସ

author img

By ETV Bharat Odisha Team

Published : Mar 15, 2024, 8:24 PM IST

Odisha Yachting Association held sailing Course: ନୌକା କ୍ରୀଡାରେ ନୂଆ ନୂଆ ପ୍ରତିଭା ସୃଷ୍ଟି କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ୟାଚିଂ ସଂଘ । କଟକର ମହାନଦୀ ଓ ପୁରୀ ସମୁଦ୍ରର ବିସ୍ତୀର୍ଣ୍ଣ ଜଳରାଶିରେ ଚାଲିଛି ସେଲିଂ କୋର୍ସ (ପାଲଟଣା ନୌକା କୋର୍ସ) । ଅଧିକ ପଢ଼ନ୍ତୁ

Odisha Yachting Association held sailing Course

କଟକ: ନୌକା କ୍ରୀଡାରେ ଓଡିଶା ପାଇଁ ସୃଷ୍ଟି ହେଉଛି ନୂଆ ସୁଯୋଗ । ନୂଆ ନୂଆ ପ୍ରତିଭା ସୃଷ୍ଟି କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ୟାଚିଂ ସଂଘ । ଜାତୀୟସ୍ତରୀୟ ସେଲିଂ କୋର୍ସ (ପାଲଟଣା ନୌକା କୋର୍ସ) କରି ଏବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ହେଉଥିବା ମେଗା ସିଲିଂ ପ୍ରତିଯୋଗିତାରେ ଓଡ଼ିଶାର ଅନେକ ପ୍ରତିଭାକୁ ସାମିଲ କରିବା ପାଇଁ ଏହି ପ୍ରଶିକ୍ଷଣ ଆରମ୍ଭ କରିଛି ରାଜ୍ୟ ସଂଘ । ଯାହାଦ୍ବାରା ଆଗମୀ ଦିନରେ ଓଡିଶା କ୍ରୀଡା ଜଗତ ପାଇଁ ଆଉ ଏକ ମାଇଲଷ୍ଟୋନ ସୃଷ୍ଟି କରିବ ବୋଲି ଲକ୍ଷ୍ୟ ରଖିଛି ରାଜ୍ୟ ୟାଚିଂ ସଂଘ ।

ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଜାରି ରହିଛି ଜାତୀୟସ୍ତରୀୟ ସେଲିଂ କୋର୍ସ (ପାଲଟଣା ନୌକା କୋର୍ସ) । ଓଡିଶାର ବଛା ବଛା ଯୁବ ସମୁଦ୍ର ବୁଡାଳି ଏହି କୋର୍ସ ପାଇଁ ଚୟନ ହୋଇଛନ୍ତି । ମହାନଦୀରେ ବିଭିନ୍ନ ଢଙ୍ଗରେ ପାଲଟଣା ଡଙ୍ଗା ଚଳାଇ ନିଜର ମନୋବଳକୁ ବୃଦ୍ଧି କରିବା ସହ କୋର୍ସରେ ଥିବା 3ଟି ସ୍ତର (ଲେବଲ୍‌) 1, 2 ଓ 3କୁ ସଠିକ ଢଙ୍ଗରେ ଆପଣାଉଛନ୍ତି ସିଲିଂ କୋର୍ସ ପାଇଁ ଚୟନ ହୋଇଥିବା ପ୍ରତିଯୋଗୀ । ବିଶେଷକରି ଏହି କୋର୍ସ ମଧ୍ୟରେ ପାଲଟଣା ଡଙ୍ଗାକୁ ନିଜର ଅକ୍ତିଆର ମଧ୍ୟରେ ରଖିବା, ପବନର ବେଗକୁ ଅନୁଧ୍ୟାନ କରିବା, ଏପରିକି ଯଦି କୌଣସି ପରିସ୍ଥିତିରେ ଅଘଟଣ ଘଟେ, ସେଥିରୁ କିପରି ମୁକୁଳି ହେବ, ତାହା ଏହି କୋର୍ସର ଅନ୍ତର୍ଭୁକ୍ତ । ଯଦି ଏହି 3ଟି ଲେବଲ କୌଣସି ସମୁଦ୍ର ବୁଡାଳି ପାସ କରିନପାରନ୍ତି, ସେ କେବେ ବି ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ପୋର୍ଟସ ଇଭେଣ୍ଟରେ ଭାଗ ନେଇପାରିବ ନାହିଁ । ତେଣୁ ଏହି କ୍ୟାମ୍ପ ପୁରୀ ସମୁଦ୍ର ଓ କଟକ ମହାନଦୀର ଜଳରାଶିରେ ଅନୁଷ୍ଠିତ ହୋଇଥିଲା । ଗତ 5 ତାରିଖରୁ ଆରମ୍ଭ ହୋଇଥିବା ଏହି କୋର୍ସ ଆଗାମୀ ଦିନରେ ଅନେକ କୃତି ଖେଳାଳି ସମ୍ନାକୁ ଆଣିବ ବୋଲି ଆଶା ରଖିଛି ସଙ୍ଘ । ଆଗାମୀ ଦିନରେ ସମର କ୍ୟାମ୍ପ ଜରିଆରେ ଆହୁରି ପ୍ରଶିକ୍ଷଣ ଦିଆଯିବ ଓ ଆହୁରି ନୂଆ ପ୍ରତିଭା ମଧ୍ୟ ଚୟନ ହେବେ ବୋଲି କହିଛନ୍ତି ରାଜ୍ୟ ୟାଚିଂ ସଂଘ ସମ୍ପାଦକ ।

ଏହା ମଧ୍ୟ ପଢ଼ନ୍ତୁ...18ତମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ଫୁଟବଲ ପ୍ରତିଯୋଗିତା, ସାରା ଦେଶରୁ ଭାଗ ନେଇଛନ୍ତି 8ଟି ଟିମ

ତେବେ ଏହି କୋର୍ସ ଗତ 5 ତାରିଖରୁ ଆରମ୍ଭ ହୋଇଥିଲା । କଟକର ମହାନଦୀ ଓ ପୁରୀ ସମୁଦ୍ରର ଗଭୀର ଜଳରାଶିରେ ଅନୁଷ୍ଠିତ ହୋଇଥିଲା ସମସ୍ତ କୋର୍ସ । ମୋଟ 12 ଜଣ ପ୍ରତିଯୋଗୀ ଏହି କୋର୍ସରେ ସାମିଲ ହୋଇଥିଲେ । ତେବେ ଏହି 12 ଜଣଙ୍କ ମଧ୍ୟରୁ 4 ଜଣ ଦକ୍ଷ ପ୍ରତିଯୋଗୀ ମୁମ୍ବାଇରେ ହେବାକୁ ଥିବା ସେଲିଂ ଚମ୍ପିଆନ୍‌ସିପ୍‌ରେ ଭାଗନେବେ । ଏହା ବ୍ୟତୀତ ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ପ୍ରତିଯୋଗୀମାନେ ପାଲ ଟଣା ନୌକା ସହାୟତାରେ ଅନେକ ଅସମ୍ଭବକୁ ସମ୍ଭବ କରିପାରିବେ ବୋଲି କହିଛନ୍ତି ସଂଘର ସମ୍ପାଦକ । ଏହା ଏକ ଅଲିମ୍ପିକ୍‌ସ୍ତରୀୟ ଗେମ ହୋଇଥିବାରୁ ଆଗମୀ ଦିନରେ ଏହି କ୍ରୀଡ଼ାର ବିକାଶ ପାଇଁ ଓଟିଡିସି ପକ୍ଷରୁ ସମସ୍ତ ସାହାଯ୍ୟ ସହଯୋଗ ରହିବ ବୋଲି କହିଛନ୍ତି ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି । ତେବେ ଏହି କ୍ରୀଡାକୁ ଆଗମୀ ଦିନରେ ଅଧିକ ବ୍ୟାପକ କରିବା ପାଇଁ ସମର କ୍ୟାମ୍ପ ସମୟରେ ଅନେକ ନୂଆ ପ୍ରତିଭା ଚୟନ କରିବା ପାଇଁ ଏବେଠୁ ଅଣ୍ଟା ଭିଡ଼ିଛି ରାଜ୍ୟ ସଂଘ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.