ETV Bharat / sports

ହକି ପାଇଁ ନୂଆ ସରକାରଙ୍କ ବଡ଼ ଘୋଷଣା; ୨୦୩୬ ଯାଏଁ ପ୍ରାୟୋଜକ ରହିବ ଓଡ଼ିଶା, ୩ବର୍ଷ ବଢ଼ିଲା ହକି ଇଣ୍ଡିଆ ସ୍ପନସର୍‌ସିପ୍‌ - Hockey sponsorship extended

author img

By ETV Bharat Odisha Team

Published : Jun 21, 2024, 3:29 PM IST

Updated : Jun 21, 2024, 6:05 PM IST

Odisha to sponsor Indian Hockey Teams till 2036: ଓଡ଼ିଶାରେ କମ୍‌ ହେବନି ହକି ଫିଭର । ନୂଆ ସରକାର କଲେ ବଡ଼ ଘୋଷଣା । ଆଉ ୩ ବର୍ଷ ବଢ଼ିଲା ହକି ଇଣ୍ଡିଆ ସ୍ପନସର୍‌ସିପ୍‌ । ଏଣିକି ୨୦୩୩ ନୁହେଁ, ୨୦୩୬ ପର୍ଯ୍ୟନ୍ତ ଉଭୟ ପୁରୁଷ ଓ ମହିଳା ଦଳର ପ୍ରାୟୋଜକ ରହିବ ଓଡ଼ିଶା । ଅଧିକ ପଢ଼ନ୍ତୁ

Odisha to sponsor Indian Hockey Teams till 2036
Odisha to sponsor Indian Hockey Teams till 2036 (ETV Bharat Odisha)

ଭୁବନେଶ୍ବର: ଜାତୀୟସ୍ତରରେ ଜାରି ରହିବ ଓଡିଶାର ଗୌରବ । ୨୦୩୬ ଯାଏଁ ଓଡ଼ିଶା ରହିବ ଭାରତୀୟ ହକି ଦଳର ପ୍ରାୟୋଜକ । ଆଜି ଏନେଇ ଘୋଷଣା କରିଛନ୍ତି ଓଡିଶା ସରକାର । ୨୦୧୮ରୁ ୨୦୩୩ ଯାଏଁ ଓଡିଶା ଭାରତୀୟ ହକିର ପ୍ରାୟୋଜକ ଥିବାବେଳେ ଏହାକୁ ଆଉ ୩ ବର୍ଷ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହକି ଇଣ୍ଡିଆର କର୍ମକର୍ତ୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ରାଜ୍ୟ ଅତିଥି ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି । ଆଲୋଚନା ପ୍ରସଙ୍ଗରେ ସେମାନେ କହିଥିଲେ ଯେ ହକି ପାଇଁ ଓଡ଼ିଶାକୁ ବିଶ୍ବରେ ଗୋଟିଏ ଅଲଗା ପରିଚୟ ମିଳିଛି । ଭାରତୀୟ ହକି ଦଳର ବିକାଶରେ ଓଡ଼ିଶାର ପ୍ରଶଂସନୀୟ ଅବଦାନ ରହିଛି । ଭବିଷ୍ୟତରେ ଓଡ଼ିଶା ସରକାରଙ୍କ ସହ ମିଶି ହକିକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ମିଳିମିଶି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି । ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆକୁ ପ୍ରାୟୋଜକ ଅବଧି ସମୟକୁ ଆଉ ତିନି ବର୍ଷ ବୃଦ୍ଧି କରାଯିବ । ୨୦୩୩ରୁ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ହକିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ।" ଓଡ଼ିଶା ସରକାର ୨୦୧୮ ମସିହାରୁ ଭାରତୀୟ ହକି ଦଳର ପ୍ରାୟୋଜକ ଦାୟିତ୍ଵ ନେଇଛନ୍ତି । ୨୦୨୩ରୁ ୧୦ ବର୍ଷ ପାଇଁ ପ୍ରାୟୋଜକ କରିବା ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ ।

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ହକି ପ୍ରତି ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ହକି ଇଣ୍ଡିଆ ସଭାପତି ଓ ମହାସଚିବ ସ୍ବାଗତ କରିଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 21, 2024, 6:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.