ETV Bharat / sports

ଅସ୍ମିତା ଖେଲୋ ଇଣ୍ଡିଆରେ ଚମକିଲେ ଓଡ଼ିଆ ୱେଟ୍‌-ଲିଫ୍ଟର; ପୋଛି ଆଣିଲେ ୨୭ ପଦକ - Odisha bags 27 Medals

author img

By ETV Bharat Odisha Team

Published : Jul 14, 2024, 9:17 PM IST

Odisha bags 27 Medals: ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ଭାରୋତ୍ତୋଳିକାଙ୍କ ଜବରଦସ୍ତ ପ୍ରଦର୍ଶନ । 27 ପଦକ ସହ ଚମକିଲେ ଓଡ଼ିଆ ଭାରୋତ୍ତୋଳିକା । ଅଧିକ ପଢ଼ନ୍ତୁ

Odisha bags 27 Medals
Odisha bags 27 Medals (ETV Bharat Odisha)

ଭୁବନେଶ୍ବର: ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଭାରୋତ୍ତୋଳିକା । ୨୭ ପଦକ ସହ ଓଡ଼ିଶାର ଚମତ୍କାର ପ୍ରଦର୍ଶନ । କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ୧୧ ତାରିଖରୁ ଆରମ୍ଭ ହୋଇଥିବା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାର (ଜୋନ୍‌- ଏ) ଆଜି ଶେଷ ହୋଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶାର ଭାରୋତ୍ତୋଳିକାମାନେ ବରିଷ୍ଠ, କନିଷ୍ଠ ଏବଂ ଯୁବବର୍ଗରେ ଚମତ୍କାର ପ୍ରଦର୍ଶନ କରି ମୋଟ ୨୭ଟି ପଦକ ଜିତି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି ।

ଯୁବ ବର୍ଗରେ ଓଡ଼ିଶା ୬ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୩ଟି କାଂସ୍ୟ ପଦକ ପାଇଥିଲାବେଳେ କନିଷ୍ଠ ବର୍ଗରେ ୩ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ଜିତିଛି । ସେହିପରି ବରିଷ୍ଠ ବର୍ଗରେ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଛି । ଯୁବବର୍ଗରେ ଝାଡ଼ଖଣ୍ଡ, କନିଷ୍ଠ ବର୍ଗରେ ବିହାର ଏବଂ ବରିଷ୍ଠ ବର୍ଗରେ ଛତିଶଗଡ଼ ରନର୍ସ-ଅପ୍ ହୋଇଛନ୍ତି । ସେହିପରି ଓଡ଼ିଶାର ଜ୍ୟୋସ୍ନା ଶବର (୪୦ କିଲୋଗ୍ରାମ) ଯୁବ ବର୍ଗରେ ଶ୍ରେଷ୍ଠ ଭାରୋତ୍ତଳିକା, କନିଷ୍ଠ ବର୍ଗରେ ଓଡ଼ିଶାର ମୀନା ସାନ୍ତା (୫୫ କିଲୋଗ୍ରାମ) ଶ୍ରେଷ୍ଠ ଭାରୋତ୍ତୋଳିକା ହୋଇଥିଲାବେଳେ ବରିଷ୍ଠ ମହିଳା ବର୍ଗରେ ଛତିଶଗଡ଼ର ଜ୍ଞାନେଶ୍ବରୀ ଯାଦବ (୪୯ କିଲୋଗ୍ରାମ) ଶ୍ରେଷ୍ଠ ଭାରୋତ୍ତୋଳିକା ବିବେଚିତ ହୋଇ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ ହୋଇଥିଲେ ।

ଏହି ଉଦଯାପନୀ ସମାରୋହରେ କ୍ରୀଡ଼ା ଏବଂ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ କୃତି କ୍ରୀଡ଼ାବିତମାନଙ୍କୁ ପୁରସ୍କୃତ କରିବା ସହିତ କ୍ରୀଡ଼ାବିତମାନଙ୍କର କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବର ଉଚ୍ଚ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାରେ ରାଜ୍ୟର ଭାରୋତ୍ତୋଳିକାମାନେ ପ୍ରତ୍ୟେକ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି ଏବଂ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି କହିଥିଲେ । ଭାରତୀୟ ଭାରୋତ୍ତୋଳନ ଫେଡେରେସନର ସାଧାରଣ ସମ୍ପାଦକ ଆନନ୍ଦ ଗୌଡା ତକହିଛନ୍ତି, "ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଭାରୋତ୍ତୋଳନ ସଂଘର ସହଯୋଗରେ ଏହି ପ୍ରତିଯୋଗିତା ସଫଳତାର ସହିତ ଆୟୋଜନ କରାଯାଇପାରିଛି । ତେଣୁ ମୁଁ ଭାରତୀୟ ଭାରୋତ୍ତୋଳନ ଫେଡେରେସନ୍ ପକ୍ଷରୁ ସାଧୁବାଦ ଜଣାଉଛି । ଓଡ଼ିଶା ସରକାର ଭାରୋତ୍ତୋଳନର ଉନ୍ନତି ପାଇଁ ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାର ସୁଫଳ ଏହି ପ୍ରତିଯୋଗିତାରେ ପ୍ରତିଫଳିତ ହୋଇଛି ।" ଅନ୍ୟ ରାଜ୍ୟ ସରକାରମାନେ ମଧ୍ୟ କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ ଓଡିଶାର ପଦାଙ୍କ ଅନୁସରଣ କରନ୍ତୁ ବୋଲି ସେ କହିଛନ୍ତି । ଉଦଯାପନୀ ଉତ୍ସବରେ ଓଡ଼ିଶା ଭାରୋତ୍ତୋଳନ ସଂଘର ସଭାପତି ଚିତ୍ତ ରଞ୍ଜନ ସ୍ବାଇଁ, ସାଧାରଣ ସମ୍ପାଦକ ଅଲମ୍ପିଆନ କେ. ରବି କୁମାର ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସ ଇତିହାସରେ ଓଡିଶା; କେଉଁ ଖେଳାଳି ଦୌଡିଛନ୍ତି ଅଲିମ୍ପିକ୍ସ ଟ୍ରାକରେ, କିଏ କରିଛନ୍ତି ହକିରେ କମାଲ, କିଏ ଜିତିିଛି ମେଡାଲ୍ ? ଦେଖନ୍ତୁ ଓଡିଆ ଖେଳାଳିଙ୍କ ଲିଷ୍ଟ୍ - Paris Olympics 2024

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.