ETV Bharat / sports

ଓଡ଼ିଶା ଫେରିଲେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଅମିତ ରୋହିଦାସ; ହକି ତାରକାଙ୍କୁ ଭବ୍ୟ ସ୍ବାଗତ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ - HOCKEY STAR AMIT ROHIDAS RETURNS

author img

By ETV Bharat Sports Team

Published : Aug 16, 2024, 11:22 AM IST

Updated : Aug 16, 2024, 1:02 PM IST

Paris Olympics Bronze Medalist Amit Rohidas Returns to Odisha: ଓଡି଼ିଶା ଫେରିଲେ ହକି ତାରକା ଅମିତ ରୋହିଦାସ । ବିମାନବନ୍ଦରରେ ଭବ୍ୟ ସ୍ବାଗତ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ସମ୍ବର୍ଦ୍ଧିତ । ଅଧିକ ପଢନ୍ତୁ,

ହକି ତାରକା ଅମିତ ରୋହିଦାସ
ହକି ତାରକା ଅମିତ ରୋହିଦାସ (ETV Bharat Odisha)
Amit Rohidas (ETV BHARAT ODISHA)

ଭୁବେନଶ୍ବର: ଓଡ଼ିଶା ଫେରିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ ରୋହିଦାସ । ପ୍ୟାରିସରେ ନିଜ ଦେଶ ସହ ରାଜ୍ୟକୁ ଗୌରବାନ୍ବିତ କରିବା ପରେ ଓଡ଼ିଶା ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଭାରତୀୟ ହକି ଦଳର ଓଡ଼ିଆ ଡିଫେଣ୍ଡର । ଆଜି ସକାଳେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଅମିତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। କ୍ରୀଡା ବିଭାଗ ସହ ବନ୍ଧୁ ଓ ପ୍ରିୟଜନ ତାଙ୍କୁ ସ୍ୱାଗତ କରିଥିଲେ।

Amit Rohidas
Amit Rohidas (ETV Bharat Odisha)

'ଆମକୁ ଦେଖି ଆଗାମୀ ପିଢି ଆଗକୁ ଯିବେ': ଅମିତ ରୋହିତ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ''2036 ଯାଏ ହକି ଇଣ୍ଡିଆ ସ୍ପନସରସିପ ବଡାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ । ଗତକାଲି ଆମେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥୁଲୁ । 4 କୋଟି ପ୍ରୋତ୍ସାନ ରାଶି ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଆମକୁ ଦେଖିକି ଆଗାମୀ ପିଢି ଆଗକୁ ଯିବାକୁ ଚେଷ୍ଟା କରିବେ । ସେମାନେ ମଧ୍ୟ ଡୋମେଷ୍ଟିକ ଓ ଅଲିମ୍ପକ୍ସରେ ଭାଗ ନେଇ ଭବିଷ୍ୟତ ଉଜ୍ଜ୍ବଳ ହେବ । ''

ଏହା ମଧ୍ୟ ପଢନ୍ତୁ-ପ୍ୟାରିସରୁ ଆସିଲା ଓଡ଼ିଆ ପୁଅ ଅମିତିଙ୍କ ଭିଡିଓ, ଓଡ଼ିଶାବାସୀଙ୍କୁ ଦେଲେ ଧନ୍ୟବାଦ - Amit Rohidas Expresses Gratitude

Amit Rohidas
Amit Rohidas (ETV Bharat Odisha)

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅମିତ: ଭୁବନେଶ୍ବର ବିମାନବନ୍ଦରରୁ ସିଧା ଲୋକସେବା ଭବନରେ ପହଞ୍ଚିଥିଲେ ଅମିତ ରୋହିଦାସ । ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ଅମିତଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ । ଅମିତି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି । ସେ ଆମର ଗର୍ବ ଓ ଗୌରବ । ସେ ଏକମାତ୍ର ଖେଳାଳି ଭାବେ ଲଗାତାର 2ଟି ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଛନ୍ତି । ଓଡ଼ିଆ ଅସ୍ମିତାକୁ ସେ ବିଶ୍ବ ଦରବାରରେ ପହଞ୍ଚାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Amit Rohidas
Amit Rohidas (ETV Bharat Odisha)

ଅମିତିଙ୍କୁ 4 କୋଟି: ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ଜିତିବା ପରେ ଆର୍ଥିକ ପୁରସ୍କାର ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅମିତଙ୍କ ପାଇଁ 4 କୋଟି ଟଙ୍କା ଘୋଷଣା କରିଥିବା ବେଳେ ପ୍ରତ୍ୟେକ ଖେଳାଳି ପାଇଁ 15 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ । ସ୍ପେନକୁ 2-1ରେ ହରାଇ 52 ବର୍ଷ ପରେ ଲଗାତାର ଭାବେ ଦୁଇଟି ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ଜିତିଛି ଭାରତ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Aug 16, 2024, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.