ETV Bharat / sports

ଡାଇମଣ୍ଡ ଲିଗ୍‌ରେ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ନୀରଜ, ପିଟରସନ ଚମ୍ପିଆନ - Diamond League

author img

By ETV Bharat Odisha Team

Published : Sep 15, 2024, 7:29 AM IST

Updated : Sep 15, 2024, 8:22 AM IST

Diamond League final: ଡାଇମଣ୍ଡ ଲିଗ୍‌ ଫାଇନାଲରେ ଦ୍ବିତୀୟରେ ସ୍ଥାନରେ ରହିଲେ ନୀରଜ ଚୋପ୍ରା । ଚମ୍ପିଆନ ହେଲେ ପିଟରସନ । ଅଧିକ ପଢନ୍ତୁ

Diamond League final
Diamond League final (ANI)

ବ୍ରୁସେଲ୍ସ: ବ୍ରୁସେଲ୍ସରେ ଆଯୋଜିତ ଡାଇମଣ୍ଡ ଲିଗ୍‌ ଫାଇନାଲରେ ଅଳ୍ପକେ ଚମ୍ପିଆନ ହେବାରୁ ବଞ୍ଚିତ ହୋଇଗଲେ ପ୍ୟାରିସ ଅଲିମ୍ପିକ୍ସ ସିଲଭର ମେଡାଲ ବିଜେତା ନୀରଜ ଚୋପ୍ରା । 87.86 ମିଟର ଜାଭେଲିନ ଫିଙ୍ଗି ଦ୍ବିତୀୟ ସ୍ଥାନରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି । ମାତ୍ର ଗୋଟିଏ ପଏଣ୍ଟ ପଛରେ ରହିବାରୁ ପ୍ରଥମ ସ୍ଥାନରୁ ଗୋଟିଏ ପାଦ ପଛରେ ରହିଗଲେ ନୀରଜ । ପିଟରସନ 87.87 ମିଟର ଜାଭେଲିନ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ । ଜୁଲିଆନ ଓ୍ବେବର 85.97 ମିଟର ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନୀରଜଙ୍କୁ ନେଇ ବଡ଼ କଥା କହିଲେ ମନୁଙ୍କ ମାଆ; 'ତାଙ୍କ ସହ ମିଶି ଖୁସି ଲାଗିଲା, ମୋ ଝିଅ...' - Neeraj Chopra Manu Bhaker

0.01 ମିଟର ପ୍ରାର୍ଥକ୍ୟରେ ପ୍ରଥମ ସ୍ଥାନରୁ ବଞ୍ଚିତ ହେଲେ ନୀରଜ: ଅଳ୍ପକେ ଚମ୍ପିଆନ ହେବାରୁ ବଞ୍ଚିତ ହୋଇଗଲେ ନୀରଜ ଚୋପ୍ରା ଓ ପିଟରସନଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ନୀରଜ ପ୍ରଥମ ପ୍ରୟାସରେ 86.82 ମିଟର ଜାଭେଲିନ ଥ୍ରୋ କରିଥିଲେ । ଦ୍ବିତୀୟରେ 83.49, ତୃତୀୟରେ 87.86 ମିଟର ଜାଭେଲିନ ଥ୍ରୋ କରିଥିଲେ । ପିଟରସନ ପ୍ରଥମ ପ୍ରୟାସରେ 87.87 ମିଟର ଜାଭେଲିନ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ । ଫଳରେ 0.01 ମିଟର ପଛରେ ରହି ନୀରଜ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଦୁଇ ଜଣଙ୍କୁ ଛାଡି ଦେଲେ ଅନ୍ୟ କେହି ଜାଭେଲିର ଫିଙ୍ଗାଳୀ 86 ମିଟର ଅତିକ୍ରମ କରିପାରିନଥିଲେ ।

ଏହା ମଧ୍ୟ ପଢନ୍ତୁ-ଲୁସାନେ ଡାଇମଣ୍ଡ ଲିଗ ଫାଇନାଲରେ ଭାରତର ଗୋଲ୍ଡେନ ବୟ ନୀରଜ, ମାରିଲେ ସିଜିନ ବେଷ୍ଟ ଥ୍ରୋ 89.49 ମିଟର, ଖେଳୁ ନାହାଁନ୍ତି ଅସରଦ - Lausanne Diamond League 2024

ପ୍ରଥମ ଭାରତୀୟ ଭାବେ 2022ରେ ଡାଇମଣ୍ଡ ଲିଗ ଜିତିଥିଲେ ନୀରଜ । 2023ରେ ମଧ୍ୟ ଦ୍ବିତୀୟ ସ୍ଥାନରେ ରହିଥିଲେ । ପଞ୍ଚମ ଥର ପାଇଁ ଡାଇମଣ୍ଡ ଲିଗ୍‌ର ଫାଇନାଲରେ ପହଞ୍ଚିଥିଲେ ନୀରଜ । 2017ରରେ ପ୍ରଥମେ ଖେଳି ସପ୍ତମ ସ୍ଥାନରେ ରହିଥିଲେ । 2022ରେ ଡାଇମଣ୍ଡ ଲିଗ ଜିତିଥିଲେ । 2023ରେ 83.80 ମିଟର ଜାଭେଲିନ ଥ୍ରୋ କରି ଦ୍ବିତୀୟ ସ୍ଥାନରେ ରହିଥିଲେ । ଚଳିତ ମାସ ମେ ରେ ଖେଳାଯାଇଥିବା ଦୋହା ଲିଗ୍‌ରେ ଦ୍ବିତୀୟ ଓ ଅଗଷ୍ଟ ମାସରେ ଖେଳାଯାଇଥିବା ଲୁସାନେ ଡାଇମଣ୍ଡ ଲିଗରେ ଚତୁର୍ଥ ସ୍ଥାନରେ ରହିଥିଲେ ନୀରଜ । ଲୁସାନେ ଡାଇମଣ୍ଡ ଲିଗ 89.49 ମିଟର ଥ୍ରୋ ନୀରଜ ଚୋପ୍ରାଙ୍କର ଏହି ସିଜିନର ବେଷ୍ଟ ଥ୍ରୋ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ଦ୍ବିତୀୟ ବେଷ୍ଟ ଥ୍ରୋ । ପୂର୍ବରୁ ଏହି ପ୍ରତିଯୋଗିତାରେ ନୀରଜ 2022 ସଂସ୍କରଣରେ 89.94 ମିଟର ମାରିଥିଲେ ।

Last Updated : Sep 15, 2024, 8:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.