ETV Bharat / sports

ୱାଙ୍ଖଡେରେ ଖାତା ଖୋଲିଲା ମୁମ୍ବାଇ, ଦିଲ୍ଲୀକୁ ୨୯ ରନରେ ଦେଲା ମାତ୍‌ - IPL 2024

author img

By ETV Bharat Odisha Team

Published : Apr 7, 2024, 8:36 PM IST

Updated : Apr 7, 2024, 8:56 PM IST

MI vs DC: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ବିଜୟ । ୱାଙ୍ଖଡେରେ ହାଇ-ସ୍କୋରିଂ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ ଦେଲା ମୁମ୍ବାଇ । ରୋମାରିଓ ଶେଫର୍ଡ ଶ୍ରେଷ୍ଠ ଖେଳାଳି । ଅଧିକ ପଢ଼ନ୍ତୁ

IPL 2024
IPL 2024

ମୁମ୍ବାଇ: ୱାଙ୍ଖଡେରେ ବର୍ଷିଲା ଚୌକା ଓ ଛକା । ହାଇ-ସ୍କୋରିଂ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ମାତ ଦେଇ ଆଇପିଏଲ୍‌ ୨୦୨୪ରେ ପ୍ରଥମ ବିଜୟ ହାସଲ କରିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଆଜି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୩୪ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଟ୍ରିଷ୍ଟନ ଷ୍ଟବ୍ସଙ୍କ ବିସ୍ଫୋରକ ପାଳି ସତ୍ତ୍ବେ ୨୦୫ରେ ଅଟକିଯାଇଥିଲା ଦିଲ୍ଲୀ । ଫଳରେ ଏହି ମ୍ୟାଚ୍‌କୁ ୨୯ ରନରେ ଜିତି ଚଳିତ ସିଜିନର ପ୍ରଥମ ବିଜୟର ସ୍ବାଦ ଚାଖିଛି ମୁମ୍ବାଇ । ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ରୋମାରିଓ ଶେଫର୍ଡ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ମୁମ୍ବାଇ ବ୍ୟାଟିଂ: ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ମୁମ୍ବାଇକୁ ଆହ୍ବାନ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ଦଳ ପାଇଁ ମଧ୍ୟ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ ରୋହିତ ଶର୍ମା ଓ ଇଶାନ କିଷାନ । ହେଲେ ଉଭୟଙ୍କ ମଧ୍ୟରୁ କେହି ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ରୋହିତ ୨୭ ବଲରୁ ୪୯ ରନ କରି ଆଉଟ୍‌ ହେବାପରେ ୨୩ ବଲରୁ ୪୨ ରନ କରି ଆଉଟ୍‌ ହୋଇଥିଲେ ଇଶାନ କିଷାନ । ସେପଟେ ଆଜି କମ୍‌ବ୍ୟାକ୍‌ କରିଥିବା ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ସମସ୍ତଙ୍କୁ ନିରାଶ କରି ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୩୯ ଓ ତିଲକ ବର୍ମା ୬ ରନ କରି ଆଉଟ୍‌ ହୋଇଥିଲେ । ଶେଷରେ ଟିମ୍‌ ଡେଭିଡ୍‌ ୨୧ ବଲରୁ ୪୫ ଓ ରୋମାରିଓ ଶେଫର୍ଡଙ୍କ ୧୦ ବଲରୁ ୩୯ ରନର ଅପରାଜିତ ବିସ୍ଫୋରକ ପାଳି ମୁମ୍ବାଇକୁ ୨୩୪ ରନରେ ପହଞ୍ଚାଇଥିଲା । ଏଥିରୁ କେବଳ ଶେଷ ଓଭରରେ ଦିଲ୍ଲୀର ଷ୍ଟାର ବୋଲର ଅନରିଚ୍‌ ନୋର୍କିଆଙ୍କ ଓଭରରୁ ୩୨ ରନ ସଂଗ୍ରହ କରିଥିଲେ ଶେଫର୍ଡ ।

ଏହି ପାଳିରେ ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ ୪ ଓଭରରୁ ୩୯ ରନ ବ୍ୟୟରେ ଗୋଟିଏ ୱିକେଟ୍‌ ନେଇଥିଲେ । ସେହିଭଳି ୪ ଓଭରରୁ ୩୫ ରନ ଦେଇ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ ଅକ୍ଷର ପଟେଲ । ନୋର୍କିଆ ପ୍ରଥମ ୩ ଓଭରରେ ୩୩ ରନ ବ୍ୟୟରେ ୨ଟି ୱିକେଟ୍‌ ନେଇଥିଲେ ମଧ୍ୟ ଶେଷ ଓଭରରେ ୩୨ ରନ ବ୍ୟୟ କରି ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଯାହା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ଡବଲ ହେଡର ମ୍ୟାଚ, ମୁହାଁମୁହିଁ ହେବେ ମୁମ୍ବାଇ-ଦିଲ୍ଲୀ ଓ ଲକ୍ଷ୍ନୌ-ଗୁଜୁରାଟ - IPL 2024

ଦିଲ୍ଲୀ ବ୍ୟାଟିଂ: ୨୩୫ ରନ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ହେଲେ ଓପନର ଡେଭିଡ ୱାର୍ଣ୍ଣର ସମସ୍ତଙ୍କୁ ନିରାଶ କରିଥିଲେ । ସେ କେବଳ ୧୦ ରନ କରି ଆଉଟ ହୋଇଥିଲେ । ଏହାପରେ ଅଭିଷେକ ପୋରେଲଙ୍କ ସହ ମିଶି ଦଳୀୟ ସ୍କୋର ବୋର୍ଡକୁ ଆଗେଇ ନେଇଥିଲେ ପୃଥ୍ବୀ ଶ' । ସେ ୪୦ ବଲରୁ ୬୬ ରନ କରି ଆଉଟ ହୋଇଥିଲେ । ସେପଟେ ପୋରେଲ ମଧ୍ୟ ୪୧ ରନ ହିଁ କରିବାରେ ସକ୍ଷମ ହୋଇଥିଲେ । ଅଧିନାୟକ ପନ୍ତ ୧ ରନ କରି ଆଉଟ ହେବା ପରେ ଦଳ ସଙ୍କଟରେ ପଡ଼ିଥିଲା । ଗୋଟିଏ ପଟେ ୨୩ ବର୍ଷୀୟ ଦକ୍ଷିଣ ଆଫ୍ରିକୀୟ ଟ୍ରିଷ୍ଟନ ଷ୍ଟବ୍ସ ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ ଅନ୍ୟପଟେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଷ୍ଟବ୍ସ କେବଳ ୨୫ ବଲରୁ ୩ ଚୌକା ଓ ୭ ଛକା ବଳରେ ୭୧ ରନର ପାଳି ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ପାଳିରେ ମୁମ୍ବାଇ ପକ୍ଷରୁ ଗେରାଲ୍ଡ କୋଏଜି ୪ ଓଭରରୁ ୩୪ ରନ ବ୍ୟୟରେ ସର୍ବାଧିକ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଯଶପ୍ରୀତ ବୁମ୍‌ରା ୪ ଓଭରରେ ୨୨ ରନ ଖର୍ଚ୍ଚ କରି ୨ଟି ୱିକେଟ୍‌ ପାଇଥିବା ବେଳେ ଶେଫର୍ଡ ୪ ଓଭରରେ ୫୪ ରନ ବ୍ୟୟୟରେ ଗୋଟିଏ ସଫଳତା ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 7, 2024, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.