ETV Bharat / sports

ଗାଙ୍ଗୁଲିଙ୍କୁ କଡ଼ା ସମାଲୋଚନା କଲେ ଶାମିଙ୍କ ପୂର୍ବତନ ପତ୍ନୀ; କହିଲେ... - Haseen Jahan Criticized Ganguly

author img

By ETV Bharat Sports Team

Published : Aug 21, 2024, 8:01 PM IST

Haseen Jahan Criticized Ganguly: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଛାତିଥରା ଘଟଣା ଉପରେ ସୌରଭ ଗାଙ୍ଗୁଲିଙ୍କ ବିବୃତ୍ତିକୁ ନେଇ କଡ଼ା ସମାଲୋଚନା କରିଛନ୍ତି ମହମ୍ମଦ ଶାମିଙ୍କ ପୂର୍ବତନ ପତ୍ନୀ ହସିନ ଜାହାଁ । ଅଧିକ ପଢ଼ନ୍ତୁ

Haseen Jahan Criticized Ganguly
Haseen Jahan Criticized Ganguly (ETV Bharat)

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଛାତିଥରା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଡ୍ୟୁଟିରେ ଥିବା ଜଣେ ଟ୍ରେନି ଡାକ୍ତରଙ୍କୁ ଏଭଳି ଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରିବାକୁ ନେଇ ଦେଶବ୍ୟାପୀ ଚାଲିଛି ଆନ୍ଦୋଳନ । ଖୋଦ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏନେଇ ମାମଲା ରୁଜୁ କରିଛନ୍ତି । ତେବେ ନିକଟରେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୋରଭ ଗାଙ୍ଗୁଲି ଏନେଇ ଦେଇଥିବା ଏକ ଅସମ୍ବେଦନଶୀଳ ବୟାନକୁ ନେଇ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଯଦିଓ ସେ ପରେ ଏହାର ସ୍ପଷ୍ଟୀକରଣ ରଖିସାରିଛନ୍ତି, ହେଲେ ତାଙ୍କର ଏଭଳି ବୟାନକୁ ନେଇ ତାଙ୍କୁ ଏବେ କଡ଼ା ସମାଲୋଚନା କରିଛନ୍ତି ଭାରତୀୟ ଦଳର କ୍ରିକେଟର ମହମ୍ମଦ ଶାମିଙ୍କ ପୂର୍ବତନ ପତ୍ନୀ ହସିନ ଜାହାଁ ।

କଣ କହିଥିଲେ ଗାଙ୍ଗୁଲି ?

ପ୍ରକାଶ ଥାଉକି, ଏହା ପୂର୍ବରୁ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗରେ ଥିବା ମମତା ବାନାର୍ଜୀ ସରକାରଙ୍କୁ ରକ୍ଷା କରିବାକୁ ଯାଇ ଏହି ଜଘନ୍ୟ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତବ୍ୟ ଦେଇ ଏହାକୁ ଏକ 'ଦୁର୍ଘଟଣା' ବୋଲି କହିଥିଲେ । ସେ କହିଥିଲେ, "ମୁଁ ଭାବୁନାହିଁ ଯେ ଗୋଟିଏ ଘଟଣା ଆଧାରରେ ହିଁ ସବୁକିଛି ବିଚାର କରାଯିବା ଉଚିତ । ଏହି ଗୋଟିଏ ଘଟଣା ପାଇଁ ସମସ୍ତେ ସୁରକ୍ଷିତ ନୁହଁନ୍ତି ବୋଲି ଭାବିବାର କୌଣସି ଅର୍ଥ ନାହିଁ । ସମଗ୍ର ବିଶ୍ବରେ ଏଭଳି ଦୁର୍ଘଟଣା ଘଟେ । ହେଲେ ଝିଅମାନେ ସୁରକ୍ଷିତ ନୁହଁନ୍ତି ବୋଲି ଭାବିବା ଅନୁଚିତ । କେବଳ ପଶ୍ଚିମବଙ୍ଗରେ ନୁହେଁ, ସମଗ୍ର ଭାରତରେ ମହିଳାମାନେ ସୁରକ୍ଷିତ ଅଛନ୍ତି । ଯେଉଁଠାରେ ଆମେ ରହୁଛୁ, ତାହା ସର୍ବୋତ୍ତମ ସ୍ଥାନ । କୌଣସି ଗୋଟିଏ ଘଟଣାକୁ ନେଇ ସବୁକଥା ବିଚାର କରିବା ଉଚିତ୍ ନୁହେଁ ।"

ଏମିତି କହିଲେ ହସିନ ଜାହାଁ :-

କ୍ରିକେଟର ମହମ୍ମଦ ଶାମିଙ୍କ ପୂର୍ବତନ ପତ୍ନୀ ହସିନ ଜାହାଁ ଗାଙ୍ଗୁଲିଙ୍କର ଏହି ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରି ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ ଲେଖିଛନ୍ତି, "ସୌରଭ ଗାଙ୍ଗୁଲିଙ୍କ ପରି ଲୋକଙ୍କ ପାଇଁ ମହିଳା ମାନେ କେବଳ ମନୋରଞ୍ଜନ କରିବାର ଏକ ବସ୍ତୁ । ସେଥିପାଇଁ ସେ କହିଛନ୍ତି ଏପରି ଦୁଷ୍କର୍ମ ଘଟଣା ସାରା ଦେଶରେ ଘଟୁଛି । କହିବାକୁ ଗଲେ ଗାଙ୍ଗୁଲିଙ୍କ ନିଜ ଝିଅ ସୁରକ୍ଷିତ ଅଛନ୍ତି, ସେଥିପାଇଁ ଅନ୍ୟ ଝିଅଙ୍କ ଅସୁରକ୍ଷିତ ନେଇ ଗାଙ୍ଗୁଲିଙ୍କୁ କିଛି ଫରକ ପଡ଼ୁନାହିଁ ।

ପରେ ପୁଣି ସ୍ପଷ୍ଟୀକରଣ ରଖିଛନ୍ତି ଗାଙ୍ଗୁଲି :-

ଏଭଳି ଅସମ୍ବେଦନଶୀଳ ବିବୃତ୍ତି ପରେ ବହୁ ସମାଲୋଚନାର ସମ୍ମୁଖୀନ ହେବା ପରେ ଗାଙ୍ଗୁଲି ପୁଣିଥରେ ନିଜ କଥାର ସ୍ପଷ୍ଟୀକରଣ ରଖିଥିଲେ । ହସିନ ଜାହାଁ ଏଭଳି ସମାଲୋଚନା କରିବାର ବହୁ ପୂର୍ବରୁ ଗାଙ୍ଗୁଲି ନିଜ ସ୍ପଷ୍ଟୀକରଣ ରଖିସାରିଥିଲେ । ସେ କହିଥିଲେ, "ମୁଁ ଜାଣେ ନାହିଁ ଯେ ଗତ ରବିବାର ମୁଁ ଯାହା କହିଥିଲି, ଏହାର ଅର୍ଥ କ’ଣ ବାହାର କରାଗଲା ବା ଏହାର ବ୍ୟାଖ୍ୟା କିପରି କରାଯାଇଥିଲା । ମୁଁ ଏହା ପୂର୍ବରୁ କହିଛି ଅପରାଧ ଏକ ଭୟଙ୍କର କାର୍ଯ୍ୟ । ବର୍ତ୍ତମାନ ସିବିଆଇ ଏବଂ ପୋଲିସ ଏହି ମାମଲାର ତଦନ୍ତ କରୁଛନ୍ତି । ଯାହା ଘଟିଛି ତାହା ଅତ୍ୟନ୍ତ ଲଜ୍ଜାଜନକ ଅଟେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.