ETV Bharat / sports

ବାପା ତାମିଲନାଡ଼ୁରେ ଦାଦନ; ଓଡ଼ିଶା ପାଇଁ ଗୌରବ ଆଣିଲେ ପୁଅ - Manish Bhoi Inspirational Story

author img

By ETV Bharat Sports Team

Published : Aug 25, 2024, 5:56 PM IST

Manish Bhoi Inspirational Story : ତାମିଲନାଡ଼ୁରେ ଦାଦନ ଖଟୁଛନ୍ତି ବାପା । ହେଲେ ପରିବାରର ଅଭାବ ଅନାଟନ ଓ ପ୍ରତିକୂଳ ସ୍ଥିତିକୁ ପଛରେ ଛାଡ଼ି ପୁଅ ଆଣିଛି ଗୌରବ । ଅଧିକ ପଢ଼ନ୍ତୁ

Manish Bhoi Inspirational Story
Manish Bhoi Inspirational Story (ETV Bharat Odisha)

ରାଉରକେଲା : କଥାରେ ଅଛି ଅସଫଳ ମଣିଷ ନିଜ ମୁଣ୍ଡରୁ ଦୋଷ ଛଡାଇ ଦେଇ ଅନ୍ୟକୁ ଦୋଷ ଦିଏ ଏବଂ ବିଭିନ୍ନ ବାହାନା କରି ଦାୟିତ୍ବରୁ ମୁହଁ ଫେରାଏ । ହେଲେ ସଫଳ ମଣିଷର ଅସଲ ଚାବି କାଠି ହେଉଛି ସଂଘର୍ଷ । ସଂଘର୍ଷ ନଥିଲେ ଜୀବନର ସଫଳତାର ଅସଲି ମଜା ଆସେ ନାହିଁ । ଏହାକୁ ସାକାର କରି ଦେଖାଇଛନ୍ତି ରାଉରକେଲାର 16 ବର୍ଷୀୟ ମନୀଷ ଭୋଇ । ତାମିଲନାଡୁରେ ବାପା ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଘରର ବୋଝ ମୁଣ୍ଡାଇଥିବା ମା' 3 ପୁଅଝିଅଙ୍କୁ ମଣିଷ କରିବାକୁ ଏକ କ୍ୟାଣ୍ଟିନରେ ରୋଷେଇ କାମ କରନ୍ତି । ତଥାପି ଯାବତୀୟ ଅଭାବ ଅନଟନ ଓ ପ୍ରତିକୂଳ ସ୍ଥିତିକୁ ପଛରେ ଛାଡ଼ି ପୁଅ ଆଣିଛି ଗୌରବ ।

ସଫଳତାରେ ପ୍ରତିବନ୍ଧକ ହୋଇପାରିବ ନାହିଁ ଗରିବୀ :-

ବାପା କବି ଭୋଇ ଏବଂ ମା ସୁନୀତା ଭୋଇଙ୍କ ପୁଅ ହେଉଛନ୍ତି ମନୀଷ ଭୋଇ । ଭଙ୍ଗା ଦଦରା ଘରୁ ଓଡିଶା ଜୁନିୟର ଫୁଟବଲ ଦଳରେ ନିଜ ସ୍ଥାନ ପକ୍କା କରିଛନ୍ତି ମନୀଷ । AIFF (ଅଲ ଇଣ୍ଡିଆ ଫୁଟବଲ ଫେଡରସନ) ପକ୍ଷରୁ ଆୟୋଜିତ ଜାତୀୟ ଜୁନିଅର ଫୁଟବଲ ପ୍ରତିଯୋଗିତାରେ ଓଡିଶା ପାଇଁ ଖେଳି ଆଣିଛନ୍ତି ଗର୍ବ ଏବଂ ଗୌରବ । ଗରିବୀ ସଫଳତାରେ ପ୍ରତିବନ୍ଧକ ହୋଇପାରିବ ନାହିଁ ବୋଲି ଆଜି ସୂଚାଇ ଦେଇଛନ୍ତି ମନୀଷ । ଏବଂ ଜଣେ ଉଚ୍ଚକୋଟୀର ଡିଫେଣ୍ଡର ଭବରେ ସେ ନିଜକୁ ଗଢି ତୋଳିବାରେ ଲାଗିଛନ୍ତି ।

ଭାରତୀୟ ଦଳରେ ଖେଳିବାକୁ ଇଛା :- ମନୀଷ

ଏଭଳି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ଖେଳିବା ପରେ ମନୀଷ ଭୋଇ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଓଡିଶା ପାଇଁ ଖେଳିବା ପାଇଁ ମୋତେ ବହୁତ ସଂଘର୍ଷ କରିବାକୁ ପଡ଼ିଛି । ପିଲାଦିନରୁ ଫୁଟବଲ ଖେଳିବାକୁ ଭଲ ଲାଗୁଥିଲା । ତା'ପରେ କ୍ଲବ ଆସି ଖେଳିଥିଲି ଏବଂ କୋଚ୍ ମୋ ଖେଳ ଦେଖି ମୋତେ ଗାଇଡ କରିଥିଲେ ।" ଦିନ ମଜୁରିଆ ବାପାଙ୍କ ନୈତିକ ସମର୍ଥନରେ ମନୀଷ ଆଗକୁ ବଢ଼ିଲେ ଏବଂ ଦିନକୁ ଦିନ ଭଲ ପ୍ରଦର୍ଶନ କଲେ । ବର୍ତ୍ତମାନ ଜାତୀୟସ୍ତରରେ ଯାଇ ନିଜ ରାଜ୍ୟକୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଏହାକୁ ନେଇ ଘର ଲୋକେ ମଧ୍ୟ ଖୁସି ଥିବା କହିଛନ୍ତି ମନୀଷ । ଭବିଷ୍ୟତରେ ଭାରତୀୟ ଦଳ ପାଇଁ ଖେଳିବାକୁ ଇଛା ରଖିଥିବା ମନୀଷ କହିଛନ୍ତି ।

ପୁଅ ଏତେ ଶୀଘ୍ର ସଫଳତା ପାଇବ ବୋଲି ଭାବି ନଥିଲୁ :- ମନୀଷଙ୍କ ମାଆ

ମନୀଷଙ୍କ ମାଆ ସୁନୀତା ଭୋଇ ପ୍ରତିକ୍ରିୟା ଦେଇ କହିଛନ୍ତି, "ପିଲାବେଳେ ସେ (ମନୀଷ) ଫୁଟବଲ ଖେଳିବା ପାଇଁ ଆଗ୍ରହ ରଖିଥିଲା ଏବଂ ଆମେ କେବେ ଭାବି ନଥିଲୁ ପୁଅ ଏତେ ଶୀଘ୍ର ଏତେ ସଫଳତା ପାଇବ । ମୁଁ ବହୁତ ଖୁସି ଏବଂ ତା' ବାପା ମଧ୍ୟ ତାମିଲନାଡୁରେ କାମ କରୁଛନ୍ତି ଏବଂ ପୁଅର ଖବର ପାଇ ସେ ମଧ୍ୟ ବହୁତ ଖୁସି । ଆମେ ଚାହୁଁଛୁ ପୁଅ ଆଗକୁ ଯାଉ ଏବଂ ଭବିଷ୍ୟତରେ ଜଣେ ଭଲ ଫୁଟବଲ ଖେଳାଳି ହେଉ ଏବଂ ଇଣ୍ଡିଆ ପାଇଁ ଖେଳୁ ।"

ପରିସ୍ଥିତିକୁ ଖାତିର ନକରିବାରୁ ସେ ଏହି ସ୍ଥାନରେ ପହଞ୍ଚିଛି :- ମନୀଷଙ୍କ କୋଚ

ମନୀଷଙ୍କ କୋଚ ପ୍ରତିକ୍ରିୟା ଦେଇ କହିଛନ୍ତି, "ସେ (ମନୀଷ) 2019ରୁ ଆସି ଆମ ସହ ଯୋଡି ହୋଇଥିଲା । ସେ ଖେଳକୁ ଭଲ ଭାବରେ ଗ୍ରହଣ କରିବା ସହ ଏହାକୁ କାର୍ଯ୍ୟକାରୀ କରି ବର୍ତ୍ତମାନ ଓଡିଶା ଜୁନିୟର ଦଳର ସ୍ଥାନ ପାଇଛି । ବାପା ଦାଦନ ଖଟୁଥିଲେ ମଧ୍ୟ ପୁଅ ହାର ନମାନି ଓଡିଶା ପାଇଁ ଖେଳୁଛି ଏହା ଏକ ଗର୍ବର କଥା । ପରିସ୍ଥିତିକୁ ଖାତିର ନକରିବାରୁ ସେ ଆଜି ଏହି ସ୍ଥାନକୁ ପହଞ୍ଚିଛି ।" ତେବେ ମନୀଷ ଖୁବଶୀଘ୍ର ଭାରତୀୟ ଦଳରେ ମଧ୍ୟ ସ୍ଥାନ ପାଇବେ ବୋଲି ଆଶା ବାନ୍ଧିଛନ୍ତି କୋଚ୍ ।

ଏହା ମଧ୍ୟ ପଢ଼ନ୍ତୁ...ଜନ୍ମମାଟିରେ ସୁନାପୁଅ ଅମିତ ରୋହିଦାସ; ଅଲିମ୍ପିକ୍ସ ବିଜୟ ଓ ରେଡକାର୍ଡ ଉପରେ ଦେଲେ ବଡ଼ ବୟାନ - Amit Rohidas gets Warm Welcome

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.