ETV Bharat / sports

ଶ୍ରେୟସ ଆୟର ନୁହେଁ, ମୁମ୍ବାଇର ଏହି ଷ୍ଟାରଙ୍କୁ କ୍ୟାପ୍ଟେନ କରିବ KKR ! - KKR Captain for IPL 2025 - KKR CAPTAIN FOR IPL 2025

KKR Captain for IPL 2025 : ଆଇପିଏଲ୍‌ 2025 ମେଗା ଅକ୍ସନ ପୂର୍ବରୁ ଆଇପିଏଲ୍‌ରେ ଜୋର ଧରିଛି ଟ୍ରେଡ ଚର୍ଚ୍ଚା । ମୁମ୍ବାଇର ଷ୍ଟାର ପ୍ଲେୟାରଙ୍କୁ ନିଜ ଦଳକୁ ନେଇ ଅଧିନାୟକ କରିବା ଅଫର ଦେଇଛି କେକେଆର୍‌ । ଅଧିକ ପଢ଼ନ୍ତୁ

Rohit Sharma and Surya Kumar Yadav
Rohit Sharma and Surya Kumar Yadav (ETV Bharat Odisha)
author img

By ETV Bharat Sports Team

Published : Aug 25, 2024, 1:12 PM IST

ହାଇଦ୍ରାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2025 ପୂର୍ବରୁ ଏକ ମେଗା ଅକ୍ସନ ହେବ । ଏହି ମେଗା ଅକ୍ସନ ପୂର୍ବରୁ ବିଭିନ୍ନ ଦଳରେ କିଛି ବଡ଼ ବଡ଼ ପରିବର୍ତ୍ତନ ଘଟିପାରେ । ଏଭଳି ପରିସ୍ଥିତିରେ ବିଭିନ୍ନ ଫ୍ରାଞ୍ଚାଇଜ ଅନ୍ୟ ଦଳର ଷ୍ଟାର ପ୍ଲେୟାରଙ୍କୁ ନିଜ ଦଳରେ ସାମିଲ କରିବାକୁ ଭରପୁର ଉଦ୍ୟମ ଚଳାଇଛନ୍ତି । ଏହାରି ଭିତରେ କେକେଆର୍‌ (କୋଲକାତା ନାଇଟ ରାଇଡର୍ସ) ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ମୁମ୍ବାଇର ଏକ ଷ୍ଟାର ପ୍ଲେୟରଙ୍କୁ ନିଜ ଦଳରେ ସାମିଲ କରି ଅଧିନାୟକ ଭାର ଦେବାକୁ ଯୋଜନା କରୁଛି KKR ।

ଏହି MI ପ୍ଲେୟରଙ୍କୁ ନେବ KKR ! :-

ଶାହାରୁଖ ଖାନଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସର ଭେଟେରାନ ବ୍ୟାଟର ରୋହିତ ଶର୍ମାଙ୍କୁ ନିଜ ଦଳକୁ ନେଇପାରେ ବୋଲି ବେଶ ଚର୍ଚ୍ଚା ହୋଇଥିଲା । ଏପରିକି ରୋହିତ ଆଇପିଏଲ୍‌ 2025ରେ ଚେନ୍ନାଇ ସୁପର କିଙ୍ଗସ୍‌ର ନେତୃତ୍ବ ନେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଥିଲା । ହେଲେ ଖବର ଅନୁସାରେ ରୋହିତ ନୁହେଁ, ବରଂ ସୂର୍ଯ୍ୟକୁମାର ଯାଦବଙ୍କୁ ନିଜ ଦଳରେ ସାମିଲ କରିବାକୁ ଚାହୁଁଛି କେକେଆର୍‌ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେକେଆର ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାପ୍ଟେନସିପ ଅଫର ଦେଇଛି । ଜଣେ ସାମ୍ବାଦିକ ତାଙ୍କ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ଏହା ବ୍ୟତୀତ, 2024ରେ KKRକୁ ଚାମ୍ପିୟନ୍ କରାଇଥିବା ଶ୍ରେୟସ୍ ଆୟରଙ୍କୁ KKR ରିଲିଜ କରିପାରେ ବୋଲି ମଧ୍ୟ ସେ କହିଛନ୍ତି ।

ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି MI :-

ତେବେ ଏହି ପ୍ରସଙ୍ଗରେ କେକେଆର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ଆସିନାହିଁ । ହେଲେ ମୁମ୍ବାଇରୁ ସୂର୍ଯ୍ୟକୁମାର ଯାଦବ ଯଦି ଯାଆନ୍ତି, ତେବେ ଫ୍ରାଞ୍ଚାଇଜରେ ପୁଣିଥରେ ଅଡ଼ୁଆ ବଢ଼ିପାରେ । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟାନ୍ସରୁ ଆଣି ଅଧିନାୟକ ମଧ୍ୟ କରିସାରିଛି । ଏଥିପାଇଁ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବାକୁ ପଡ଼ିଥିଲା । ଫଳରେ ଦଳକୁ ପ୍ରଶଂସକଙ୍କଠାରୁ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଚର୍ଚ୍ଚାରେ SKY :-

ପ୍ରକାଶ ଥାଉ, ଟି20 ବିଶ୍ବକପ 2024 ଫାଇନାଲରେ ଚମତ୍କାର କ୍ୟାଚ୍‌ ଧରି ସୂର୍ଯ୍ୟକୁମାର ଚର୍ଚ୍ଚାରେ ଅଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଭାରତୀୟ ଟି20 ଦଳର ଅଧିନାୟକ କରାଯାଇଛି । ଏହି କାରଣରୁ ସୂର୍ଯ୍ୟଙ୍କୁ ଯଦି ମୁମ୍ବାଇ ସମ୍ଭବତଃ ଅକ୍ସନ ପାଇଁ ରିଲିଜ କରେ, ତେବେ ତାଙ୍କୁ ନେବା ପାଇଁ ଆଇପିଏଲ୍‌ରେ ସବୁ ଦଳ ମଧ୍ୟରେ ବେଶ ପ୍ରତିଯୋଗିତା ହେବାକୁ ଯାଉଛି । ସମ୍ପ୍ରତି ସୂର୍ଯ୍ୟକୁମାର ଏବଂ ଶ୍ରେୟସ୍ ଆୟର ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜୟ ଶାହଙ୍କ ପରେ କିଏ ହେବ BCCIର ନୂଆ Boss ? ଚର୍ଚ୍ଚାରେ ଏକାଧିକ ହେଭିୱେଟ୍‌ - Who will be the next BCCI Secretary

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.