ETV Bharat / sports

BCCI VS ICC SALARY; ICCରୁ କେତେ ସାଲାରୀ ନେବେ ଶାହ ? ଜାଣିଲେ ଉଡଯିବ ହୋସ, ଏତିକି ଦରମା ଦେଉଥିଲା BCCI - JAY SHAH ICC CHAIRMAN

author img

By ETV Bharat Sports Team

Published : Aug 29, 2024, 12:56 PM IST

Updated : Aug 29, 2024, 3:49 PM IST

Jay Shah ICC Salary: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ନୂଆ ବସ ହୋଇସାରିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଜାଣନ୍ତୁ ସେ କେତେ ଦରମା ପାଇବେ ଆଇସିସିଠୁ । କେତେ ଦରମା ପାଉଥିଲେ ବିସିସିଆଇଠୁ । ଅଧିକ ପଢନ୍ତୁ

Jay Shah ICC Salary
Jay Shah ICC Salary (ETV Bharat Odisha)

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଅଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବିସିସିଆଇ ସଚିବ ଜୟ ଶାହ । ମଙ୍ଗଳବାର ପଞ୍ଚମ ଭାରତୀୟ ଭାବେ ଏହି ସମ୍ମାନଜନକ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି ଜୟ ଶାହ । ଏହା ପରେ ଶାହଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛା ସୁଅ । ଆସନ୍ତା ଡିସେମ୍ବର 1 ତାରିଖରୁ କାର୍ଯ୍ୟକାଳ ଆରମ୍ଭ କରିବେ ଶାହ । ତେବେ ଆପଣ ଜାଣିଛନ୍ତି କି ବିସିସିଆଇ ସଚିବ ଭାବେ କେତେ ଦରମା ପାଉଥିଲେ ଶାହ । ବର୍ତ୍ତମାନ ଆଇସିସି ଅଧ୍ୟକ୍ଷ ହେବା ପରେ କେତେ ଦରମା ପାଇବେ ଶାହ ?

ଏହା ବି ପଢନ୍ତୁ- Virat Kohli Deepfake video; କୋହିଲଙ୍କ ଡିପ୍‌ଫେକ୍ ଭିଡିଓ ଭାଇାଲ; 'ଟିମ୍ ଇଣ୍ଡିଆରେ ଜଣେ ହିଁ ବିରାଟ କୋହଲି, ଗିଲଙ୍କୁ ସମାଲୋଚନା' - Virat Kohli Deepfake video

କେତେ ଦରମା ଦଉଥିଲା ବିସିସିଆଇ ?

2019ରେ ଶାହ ବିସିସିଆଇ ସିଚବ ଭାବେ ଚୟନ ହୋଇଥିଲେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିଶ୍ବର ସବୁଠୁ ଧନୀ କ୍ରିକେଟ ବୋର୍ଡ । ବିସିସିଆଇର ଅଧ୍ୟକ୍ଷ, ଉପାଧ୍ୟକ୍ଷ, କୋଷାଧ୍ୟକ୍ଷ ଏବଂ ସଚିବ ସବୁଠୁ ଅଧିକ ଦରମା ପାଆନ୍ତି । ତେବେ ଏହି ପୋଷ୍ଟରେ ସେମାନେ ବାସ୍ତବିକ କେତେ ଦରମା ପାଆନ୍ତି ସେ ନେଇ କୌଣସି ସୂଚନା ନାହିଁ । ସେମାନେ ଦରମା ମାସିକ ନିଅନ୍ତି କିମ୍ବା ବାର୍ଷିକ ସେ ସମ୍ପର୍କରେ ମଧ୍ୟ କୌଣସି ସୂଚନା ନାହିଁ ।

ତେବେ ବିସିସିଆଇ ପକ୍ଷରୁ ଏହି ପଦବୀ ପାଇଁ ପ୍ରୋତ୍ସାହନ ରାଶି ମିଳିଥାଏ । ଏହି ପଦବୀରେ (ବିସିସିଆଇ ସଚିବ) ଥାଇ ଭାରତ ବାହାରେ ମିଟିଂରେ ଯୋଗଦେଲେ ଶାହଙ୍କୁ ମିଳିଥାଏ 1000 ଡଲାର । ଅର୍ଥାତ ପାଖାପାଖି 82 ହଜାର । ତେବେ ଏହି ମିଟିଂ ଭାରତରେ ହେଲେ ଶାହଙ୍କୁ ଷ୍ଟାଇପେଣ୍ଡ ଭାବେ 40 ହଜାର ଟଙ୍କା ମିଳିଥାଏ ।

ଏହା ସହିତ ଭାରତରେ ମିଟିଂ ପାଇଁ ଶାହଙ୍କୁ ଆତଯାତ ଖର୍ଚ୍ଚ ଭାବେ 30 ହଜାର ଟଙ୍କା ଦୈନିକ ମିଳିଥାଏ । ଏହା ସହିତ ବୋର୍ଡ ପକ୍ଷରୁ ବିଳାଶପୂର୍ଣ୍ଣ ହୋଟେଲରେ ରହିବା ଏବଂ ଖାଇବା ଫ୍ରି । ଏହା ସହିତ ବିଦେଶ ଯାତ୍ରା ସମୟରେ ବାଣିଜ୍ୟ ଶ୍ରେଣୀ ବିମାନ ଟିକେଟ ମିଳିଥାଏ ।

ଏହା ବି ପଢନ୍ତୁ- Ashwin IPL all time XI; ଅଶ୍ବୀନଙ୍କ ସର୍ବକାଳୀନ ଆଇପିଏଲ୍ ଟିମ; ଧୋନୀ କ୍ୟାପଟେନ୍, କୋହଲି ଓପନର, ଗେଲ-ପୋଲାର୍ଡ-ପାଣ୍ଡ୍ୟାଙ୍କୁ ମିଳିଲାନି ସ୍ଥାନ - RAVICHANDRAN ASHWIN

ଆଇସିସିରୁ କେତେ ଦରମା ପାଇବେ ଶାହ ?

ତେବେ ଏହି ଟପ ପଦବୀରେ କେତେ ଦରମା ମିଳେ ତାହା ସ୍ପଷ୍ଟ ନାହିଁ । ତେବେ ପଦବୀ ମୁତାବକ କାର୍ଯ୍ୟ ଏବଂ ଦାୟିତ୍ବ ପାଇଁ ଆଇସିସି ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଏ । ଆଇସିସି ମିଟିଂ ସମୟରେ, ଆୟୋଜକ ଦେଶ ପକ୍ଷରୁ ଆଇସିସିର ସର୍ବୋଚ୍ଚ ପଦବୀର ଅଧିକାରୀଙ୍କ ପାଇଁ ଯାତ୍ରା ଖର୍ଚ୍ଚ, ରହିବ ଖାଇବା ଖର୍ଚ୍ଚ ବହନ କରାଯାଏ । ତେବେ ମିଟିଂ ସମୟରେ କେତେ ସହାୟତା ରାଶି ଯାତ୍ରା ପାଇଁ ଏବଂ କେତେ ରାଶି ରହିବା ପାଇଁ ମିଳିଥାଏ ତାହା ସ୍ପଷ୍ଟ ହୋଇନି । ତେବେ ବିସିସିଆଇ ଭଳି ଆର୍ଥିକ ରାଶି ମିଳୁଥିବା ରିପୋର୍ଟ ପ୍ରକାଶ ପାଇଛି ।

Last Updated : Aug 29, 2024, 3:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.