ETV Bharat / sports

5 ଷ୍ଟାର ବ୍ୟାଟର; ଦିନିକିଆ କ୍ରିକେଟରେ ହାସଲ କରିପାରିନାହାନ୍ତି ଗୋଟିଏ ବି ଶତକ - Batters who could not score ODI Ton

author img

By ETV Bharat Sports Team

Published : Sep 7, 2024, 6:01 PM IST

Batters who could not score ODI Ton : କ୍ରିକେଟରେ ବ୍ୟାଟରଙ୍କୁ ପରିଚୟ ଦିଏ ସେମାନଙ୍କ ବ୍ୟାଟିଂ ଶୈଳୀ ଓ ଶତକ ସଂଖ୍ୟା । ଯେପରି ସଚିନ 100 ଶତକ ଲଗାଇ 'ଗଡ୍‌ ଅଫ୍‌ କ୍ରିକେଟ' ହୋଇପାରିଛନ୍ତି । ସଚିନଙ୍କୁ ପଛରେ ପକାଇ 50 ଦିନିକିଆ ଶତକ ହାସଲ କରିଛନ୍ତି କୋହଲି । ହେଲେ ଏଠାରେ ଜାଣନ୍ତୁ 5 ଷ୍ଟାର ବ୍ୟାଟରଙ୍କୁ, ଯିଏ ଦିନିକିଆ କ୍ରିକେଟରେ ସ୍ବତନ୍ତ୍ର ଛାପ ଛାଡ଼ିଥିଲେ ବି ଗୋଟିଏ ହେଲେ ଶତକ ହାସଲ କରିପାରିନାହାନ୍ତି । ଅଧିକ ପଢ଼ନ୍ତୁ

Batters who could not score ODI Ton
Batters who could not score ODI Ton (ETV Bharat)

ହାଇଦ୍ରାବାଦ : ଅନ୍ତର୍ଜାତୀୟ କ୍ରିକେଟରେ 100 ଶତକ ଲଗାଇ ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର 'ଗଡ ଅଫ୍‌ କ୍ରିକେଟ' ଭାବରେ ପରିଚିତ ହୋଇଛନ୍ତି । ହେଲେ କ୍ରିକେଟ୍‌ର ଏକଦିବସୀୟ 50 ଓଭର ଫର୍ମାଟରେ ସଚିନଙ୍କୁ ମଧ୍ୟ ଟପି ଯାଇଛନ୍ତି ଭାରତୀୟ ଭେଟେରାନ ବ୍ୟାଟର ବିରାଟ କୋହଲି । ସଚିନ ଏହି ଫର୍ମାଟରେ 49 ଶତକ ହାସଲ କରିଥିବାବେଳେ କୋହଲି ନିଜ ହିରୋଙ୍କୁ ପଛରେ ପକାଇ 50 ଏକଦିବସୀୟ ଶତକ ହାସଲ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ଯେତେବେଳେ ଗୋଟିଏ ଶତକ ଅର୍ଜନ କରିବା କୌଣସି ଖେଳାଳିଙ୍କ ପାଇଁ ବଡ଼ ସ୍ବପ୍ନ ହୋଇଥାଏ, ସେତେବେଳେ ଦିନିକିଆରେ ବର୍ତ୍ତମାନ ସର୍ବାଧିକ (50) ଶତକ ଅର୍ଜନ କରିଥିବା ବ୍ୟାଟର ହୋଇଛନ୍ତି କୋହଲି । ତେବେ ଆପଣ ଜାଣନ୍ତି କି ? ଦେଶ ବିଦେଶରେ ଏମିତି ବହୁ ଦୁର୍ଦ୍ଦଶ ବ୍ୟାଟର ରହିଛନ୍ତି, ଯେଉଁମାନେ ନିଜ କ୍ୟାରିୟରରେ ଗୋଟିଏ ମଧ୍ୟ ଶତକ ଅର୍ଜନ କରିବାରେ ସଫଳ ହୋଇନାହାନ୍ତି, ଏବଂ ଶେଷରେ ଅବସର ଘୋଷଣା କରିଦେଇଛନ୍ତି ।

ଏଠାରେ ଆମେ ଏମିତି 5 ଜଣ ବେଶ ପରିଚିତ ଷ୍ଟାର ବ୍ୟାଟରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ କ୍ୟାରିୟରରେ ନିଜ ନିଜ ଦଳକୁ ବହୁ ଅବଦାନ ଦେଇଛନ୍ତି ସତ, ହେଲେ ଗୋଟିଏ ହେଲେ ଶତକ ଅର୍ଜନ କରିନପାରି ଅବସର ନେଇଛନ୍ତି,

ଦୀନେଶ କାର୍ତ୍ତିକ :-

Dinesh Karthik
Dinesh Karthik (Getty Image)

ଏହି ତାଲିକାରେ ଅଛନ୍ତି ଭାରତୀୟ ଦଳର ପୂର୍ବତନ ବ୍ୟାଟର ତଥା ୱିକେଟ କିପର ଦୀନେଶ କାର୍ତ୍ତିକ । ସେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିସାରିଛନ୍ତି । କାର୍ତ୍ତିକ 2004ରେ ଭାରତ ପାଇଁ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିଲେ । ଶେଷଥର ପାଇଁ ସେ 2019ରେ ଖେଳିଥିଲେ ତାଙ୍କର ଶେଷ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ । ସେ 15 ବର୍ଷରେ ଦେଶ ପାଇଁ 94 ଏକଦିବସୀୟ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇଥିଲେ ମଧ୍ୟ ଗୋଟିଏ ଶତକ ଲଗାଇବାରେ ବିଫଳ ରହିଥିଲେ । ତେବେ ଏକଦିବସୀୟ କ୍ୟାରିୟରରେ ତାଙ୍କର 9ଟି ଅର୍ଦ୍ଧଶତକ ରହିଛି । ନିଜ କ୍ୟାରିୟରରେ 1752 ଦିନିକିଆ ରନ ସଂଗ୍ରହ କରିଥିବା କାର୍ତ୍ତିକଙ୍କର ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର ରହିଛି 79 ।

ମିସବା-ଉଲ-ହକ୍‌ :-

Misbah-ul-Haq
Misbah-ul-Haq (Getty Image)

ପାକିସ୍ତାନ କ୍ରିକେଟର ଜଣେ ଦମଦାର ବ୍ୟାଟର ଥିଲେ ମିସବା ଉଲ୍‌ ହକ୍‌ । ହେଲେ ସେ ତାଙ୍କ କ୍ୟାରିୟରରେ ଗୋଟିଏ ହେଲେ ଶତକ ହାସଲ କରିପାରିନଥିଲେ । ବିନା ଶତକରେ ସର୍ବାଧିକ ରନ ହାସଲ କରିଥିବା ପାକିସ୍ତାନୀ ବ୍ୟାଟର ହେଉଛନ୍ତି ମିସବା-ଉଲ୍‌-ହକ୍‌ । ପାକିସ୍ତାନ ପାଇଁ 162 ଏକଦିବସୀୟ ମ୍ୟାଚ୍‌ ଖେଳିଥିବା ମିସବା ଏହି ଫର୍ମାଟରେ 5,122 ରନ ସଂଗ୍ରହ କରିଛନ୍ତି । ODIରେ ତାଙ୍କର କୌଣସି ଇନିଂସ୍‌ରେ ସର୍ବାଧିକ ସ୍କୋର ଥିଲା 96 । ଦିନିକିଆରେ ମୋଟ 42 ଅର୍ଦ୍ଧଶତକ ହାସଲ କରିଥିବା ମିସବା-ଉଲ୍‌-ହକ୍‌ଙ୍କ ନାଁରେ ଟେଷ୍ଟରେ 10 ଶତକ ସାମିଲ ରହିଛି ।

ମାଇକେଲ ୱନ :-

Michael Vaughan
Michael Vaughan (Getty Image)

ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ବ୍ୟାଟର ମାଇକେଲ ୱନ । ସେ ସୋସିଆଲ ମିଡିଆରେ ଖୁବ ସକ୍ରିୟ । ବିଭିନ୍ନ ସମୟରେ ବିଭିନ୍ନ କ୍ରିକେଟରଙ୍କୁ ସମାଲୋଚନା କରିବାରେ ସେ ପାରଙ୍ଗମ । ନିକଟରେ ବିରାଟ କୋହଲି ଓ ଜୋ ରୁଟଙ୍କୁ ତୁଳନା କରି ଟ୍ରୋଲ ହୋଇଥିଲେ ମାଇକେଲ ୱନ । ହେଲେ ସେ ନିଜ ଦିନିକିଆ କ୍ୟାରିୟରରେ ଗୋଟିଏ ହେଲେ ଅନ୍ତର୍ଜାତୀୟ ଶତକ ହାସଲ କରିନାହାନ୍ତି । ଇଂଲଣ୍ଡ ପାଇଁ 86 ଏକଦିବସୀୟ ମ୍ୟାଚ୍‌ ଖେଳିଥିବା ୱନଙ୍କର କୌଣସି ଇନିଂସ୍‌ରେ ସର୍ବାଧିକ ସ୍କୋର ରହିଥିଲା 90 । ସେ ଏହି ଫର୍ମାଟରେ 16 ଅର୍ଦ୍ଧଶତକ ସହ ମୋଟ 1982 ରନ ସଂଗ୍ରହ କରିଛନ୍ତି ।

ଗ୍ରାହମ ଥୋର୍ପେ :-

Graham Thorpe
Graham Thorpe (Getty Image)

ଇଂଲଣ୍ଡର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ଗ୍ରାହମ ଥୋର୍ପେଙ୍କର ନିକଟରେ ଦେହାନ୍ତ ହୋଇଛି । ସେ ଇଂଲଣ୍ଡ ପାଇଁ 82 ଟେଷ୍ଟ ମ୍ୟାଚ୍‌ ଖେଳିଥିବାବେଳେ ମୋଟ 2380 ରନ ସଂଗ୍ରହ କରିଥିଲେ । 100 ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଏହି ଦିବଂଗତ ବ୍ୟାଟରଙ୍କ ନାଁରେ 16 ଟେଷ୍ଟ ଶତକ ଓ ଗୋଟିଏ ଟେଷ୍ଟ ଦ୍ବିଶତକ ମଧ୍ୟ ରହିଛି । 21 ଏକଦିବସୀୟ ଅର୍ଦ୍ଧଶତକ ହାସଲ କରିଥିବା ଏହି ବ୍ୟାଟର କୌଣସି ଇନିଂସରେ ସର୍ବାଧିକ 89 ରନ ହିଁ କରିଥିଲେ ।

ଆଣ୍ଡ୍ରିୟୁ ଜୋନ୍ସ :-

Andrew Jones
Andrew Jones (Getty Image)

ନ୍ୟୁଜିଲାଣ୍ଡ କ୍ରିକେଟ ଇତିହାସର ଜଣେ ସର୍ବୋତ୍ତମ ବ୍ୟାଟର ଭାବେ ପରିଗଣିତ ହୁଅନ୍ତି ଆଣ୍ଡ୍ରିୟୁ ଜୋନ୍ସ । ସେ ନିଜ ଦେଶ ପାଇଁ 87 ଏକଦିବସୀୟ ମ୍ୟାଚ୍‌ ଖେଳି 2784 ରନ ସଂଗ୍ରହ କରିଛନ୍ତି । ତାଙ୍କ ନାଁରେ ଗୋଟିଏ ପାଳିରେ ସର୍ବାଧିକ ସ୍କୋର ରହିଛି 93 । 25 ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ସେ ଗୋଟିଏ ହେଲେ ଶତକୀୟ ପାଳି ଖେଳିପାରିନଥିଲେ ।

ତେବେ କେବଳ ଏହି 5 ଜଣ ନୁହଁନ୍ତି, ଏପରି ଅନେକ କ୍ରିକେଟର ରହିଛନ୍ତି, ଯେଉଁମାନେ ବିଶ୍ବ କ୍ରିକେଟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସୁଦ୍ଧା ଦିନିକିଆ କ୍ରିକେଟରେ ଗୋଟିଏ ଶତକ ହାସଲ କରିବାରେ ବିଫଳ ରହିଛନ୍ତି । ବାଂଲାଦେଶର ପୂର୍ବତନ ଅଧିନାୟକ ହବିବୁଲ ବଶର, ୱେଷ୍ଟଇଣ୍ଡିଜର ଷ୍ଟାର ପ୍ଲେୟର ଡ୍ବେନ ସ୍ମିଥ, ଇଂଲଣ୍ଡର କିମ୍ବଦନ୍ତୀ ଇଆନ ବୋଥମଙ୍କ ଭଳି କ୍ରିକେଟରଙ୍କ ନାଁରେ ଏଭଳି ଅନାବଶ୍ୟକ ରେକର୍ଡ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.