ETV Bharat / sports

2ୟ ଟେଷ୍ଟରୁ ବାଦ ପଡ଼ିଲେ ରାହୁଲ-ଜାଡେଜା; ସର୍ଫରାଜଙ୍କୁ ପ୍ରଥମ ଡକରା

author img

By ETV Bharat Odisha Team

Published : Jan 29, 2024, 9:06 PM IST

2nd Test against England: ପ୍ରଥମ ଟେଷ୍ଟ ହାରିବା ପରେ ଦ୍ବିତୀୟ ଟେଷ୍ଟ ପାଇଁ ବଦଳିଛି ଟିମ୍‌ ଇଣ୍ଡିଆ । ଆହତ କାରଣରୁ ଦଳର ଦୁଇ ଷ୍ଟାର ପ୍ଲେୟର ରବୀନ୍ଦ୍ର ଜାଡେଜା ଓ କେଏଲ୍‌ ରାହୁଲ 2ୟ ଟେଷ୍ଟରୁ ବାଦ ପଡ଼ିଛନ୍ତି । ସର୍ଫରାଜ ଖାନଙ୍କ ସମେତ ଆଉ ଦୁଇ ଖେଳାଳି ଦଳରେ ସାମିଲ । ଅଧିକ ପଢ଼ନ୍ତୁ

2ୟ ଟେଷ୍ଟରୁ ବାଦ ପଡ଼ିଲେ ରାହୁଲ-ଜାଡେଜା
2ୟ ଟେଷ୍ଟରୁ ବାଦ ପଡ଼ିଲେ ରାହୁଲ-ଜାଡେଜା

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ହାରିବା ଭାରତୀୟ ଦଳକୁ ବଡ଼ ଝଟ୍‌କା ଦେଇଛି । ଏହାଠାରୁ ଆହୁରି ବଡ଼ ଝଟ୍‌କା ହେଉଛି 2ୟ ଟେଷ୍ଟ ପୂର୍ବରୁ ଦଳର ଦୁଇ ଷ୍ଟାର ପ୍ଲେୟର ବାଦ ପଡ଼ିବା । ହାଇଦ୍ରାବାଦ ଟେଷ୍ଟ ପରାଜୟ ପରେ ବିଶାଖାପଟନମରେ ଖେଳାଯିବାକୁ ଥିବା 2ୟ ଟେଷ୍ଟ ଟିମ୍‌ ଇଣ୍ଡିଆ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି । ହେଲେ ଏହା ପୂର୍ବରୁ ଆହତ କାରଣରୁ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ମଧ୍ୟକ୍ରମ ବ୍ୟାଟର କେଏଲ୍‌ ରାହୁଲ ଦଳରୁ ବାଦ ପଡ଼ିଛନ୍ତି । ଏନେଇ ସୋମବାର ସୂଚନା ଦେଇଛି ବିସିସିଆଇ । ତେବେ ଏହି ଟେଷ୍ଟ ପାଇଁ 3 ଖେଳାଳିଙ୍କୁ ଦଳରେ ସାମିଲ ମଧ୍ୟ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଚୟନକର୍ତ୍ତାଙ୍କ ଦ୍ବାରା ସବୁବେଳେ ଅଣଦେଖା ହୋଇ ଆସୁଥିବା ସର୍ଫରାଜ ଖାନଙ୍କୁ ମିଳିଛି ଟିମ୍‌ ଇଣ୍ଡିଆରୁ ମେଡେନ୍‌ କଲ୍‌ ଅପ୍‌ ।

0-1ରେ ପଛୁଆ ରହିଛି ଭାରତ: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ । ଜାନୁଆରୀ 25ରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ର 4ର୍ଥ ଦିନରେ ଖେଳ ଶେଷ ହୋଇଥିଲା । 28 ରନରେ ଭ୍ରମଣକାରୀ ଦଳ ଠାରୁ ହାରିଥିଲା ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 246 ରନରେ ସମସ୍ତ ୱିକେଟ ହରାଇଥିଲା । ଜବାବରେ 436 ରନ କରି ପ୍ରଥମ ପାଳିରେ 190ର ଲିଡ୍‌ ନେଇଥିଲା ଭାରତ । ଜବାବରେ ଇଂଲଣ୍ଡ ଏହି ଲିଡ୍‌କୁ ଟ୍ରାଏଲ କରି ଘରୋଇ ଦଳ ଉପରେ 230 ରନର ଲିଡ୍‌ ଲଦିଦେଇଥିଲା । ଯାହାକୁ ଭେଦ କରିବାକୁ ଭାରତୀୟ ବ୍ୟାଟର ଫେଲ ମାରିଥିଲେ । 202 ରନ କରିଥିଲେ ସୁଦ୍ଧା କେବଳ 28 ରନ ପଛରେ ରହି ପ୍ରଥମ ମ୍ୟାଚ୍‌ ହାରିଛି ଭାରତ । ଫଳରେ ଏହି ସିରିଜ୍‌ରେ ଏବେ 0-1ରେ ପଛୁଆ ରହିଛି ଟିମ୍‌ ଇଣ୍ଡିଆ ।

2ୟ ଟେଷ୍ଟ ପୂର୍ବରୁ ଭାରତକୁ ଡବଲ ଝଟ୍‌କା: ଫେବୃଆରୀ 2ରୁ ବିଶାଖାପଟନମରେ ଖେଳାଯିବ ଏହି ସିରିଜର 2ୟ ଟେଷ୍ଟ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ ହାରିଥିବାରୁ ଏହି ମ୍ୟାଚ୍‌ ଭାରତ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ହୋଇଛି । ହେଲେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଦଳକୁ ବଡ଼ ଝଟ୍‌କା ଲାଗିଛି । ଦଳର ଦୁଇ ଷ୍ଟାର ପ୍ଲେୟର ଏହି ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି । ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ମଧ୍ୟକ୍ରମ ବ୍ୟାଟର କେଏଲ୍‌ ରାହୁଲ ଆହତ କାରଣରୁ 2ୟ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି । ପୂର୍ବରୁ ବ୍ୟକ୍ତିଗତ କାରଣ ପାଇଁ ବିରାଟ କୋହଲି ମଧ୍ୟ 1ମ ଓ 2ୟ ମ୍ୟାଚ୍‌ରୁ ଓହରି ଯାଇଛନ୍ତି । ଏଭଳି ସ୍ଥିତିରେ ରାହୁଲ ଓ ଜାଡେଜାଙ୍କ ଆଘାତ ଦଳକୁ କ୍ଷତିରେ ପକାଇପାରେ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ; ପ୍ରଥମ ଟେଷ୍ଟରେ ବିଜୟ ଇଂଲଣ୍ଡ, ୨୮ ରନରେ ହାରିଲା ଭାରତ

ଦଳରେ ସ୍ଥାନ ପାଇଲେ ଏହି 3 ଖେଳାଳି: 2ୟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳରେ 3 ଖେଳାଳିଙ୍କୁ ସାମିଲ କରିବା ନେଇ ଆନୁଷ୍ଠାନିକ ଘୋଷଣା କରିଛି ବିସିସିଆଇ । ଚୟନ କମିଟି ଏହି ଗୁରୁତ୍ବପୂର୍ଣ୍ଣ ଟେଷ୍ଟ ପାଇଁ ଦଳରେ ସର୍ଫରାଜ ଖାନ, ସୌରଭ କୁମାର ଓ ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରିଛନ୍ତି । ଅନ୍ୟପଟେ ଦ୍ରୁତ ବୋଲର ଅଭେଶ ଖାନ ଏବେ ମଧ୍ୟପ୍ରଦେଶ ପାଇଁ ରଣଜୀ ଖେଳ ଜାରି ରଖିବେ । ଆବଶ୍ୟକ ପଡ଼ିଲେ ସେ ଦଳରେ ସାମିଲ ହେବେ ବୋଲି ବିସିସିଆଇ ପ୍ରକାଶ କରିଥିବା ବିଜ୍ଞପ୍ତିରେ କହିଛି ।

ଚର୍ଚ୍ଚାରେ ସର୍ଫରାଜ: ଭାରତୀୟ ଦଳରେ 3 ଖେଳାଳି ସାମିଲ ହୋଇଥିଲେ ମଧ୍ୟ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି ଧୂଆଁଧାର ବ୍ୟାଟର ସର୍ଫରାଜ ଖାନ । ସେ ଗତ କିଛି ବର୍ଷ ହେବ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି । ସେ ଏପର୍ଯ୍ୟନ୍ତ 45ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି 69.85 ହାରରେ 3912 ରନ ସଂଗ୍ରହ କରିଛନ୍ତି । ଜାରି ରହିଥିବା ରଣଜୀ ସିଜିନରେ ନିକଟରେ ନିଜ ଦଳ ପାଇଁ ଏକ ଦମଦାର ଶତକ ମଧ୍ୟ ହାସଲ କରିଥିଲେ ସର୍ଫରାଜ । ଏଭଳି ପ୍ରଦର୍ଶନ ସତ୍ତ୍ବେ ତାଙ୍କୁ ଚୟନକର୍ତ୍ତା ବାରମ୍ବାର ଅଣଦେଖା କରିବାକୁ ନେଇ ବହୁ ପୂର୍ବତନ କ୍ରିକେଟର ପ୍ରଶ୍ନ ଉଠାଇଥିଲେ । ଫଳରେ 26 ବର୍ଷୀୟ ସର୍ଫରାଜଙ୍କୁ ପ୍ରଥମ ଥର ଜାତୀୟ ଟେଷ୍ଟ ଟିମ୍‌ରୁ ଡକରା ଆସିଛି । ଅନ୍ୟପଟେ ଉତ୍ତରପ୍ରଦେଶର ସୌରଭ କୁମାର ନିକଟରେ ଭାରତ 'ଏ' ଦଳରେ ଖେଳି ପ୍ରଭାବୀ ପ୍ରଦର୍ଶନ କରିଥିଲେ । ତାଙ୍କୁ ମଧ୍ୟ ମିଳିଛି ଜାତୀୟ ଦଳରୁ ମେଡେନ୍‌ କଲ୍‌ ।

ଏହା ମଧ୍ଯ ପଢ଼ନ୍ତୁ...ରନ ପାଇଁ ସଂଘର୍ଷ କରୁଛନ୍ତି ଗିଲ, ଆଉ କେତେ ମିଳିବ ସୁଯୋଗ ?

2ୟ ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌, ଯଶସ୍ବୀ ଜୟସ୍ବାଲ, ଶ୍ରେୟସ ଆୟର, ଶ୍ରୀକର ଭରତ (ୱିକେଟ୍‌ କିପର), ଧ୍ରୁବ ଜୁରେଲ (ୱିକେଟ୍‌ କିପର), ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀତ ବୁମ୍‌ରା (ଉପଅଧିନାୟକ), ଅଭେଶ ଖାନ, ରଜତ ପଟିଦାର, ସର୍ଫରାଜ ଖାନ, ୱାଶିଂଟନ ସୁନ୍ଦର, ସୋରଭ କୁମାର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.