ETV Bharat / sports

ଗୋଟିଏ ଓଭରରେ 5 ଛକା, ରସିଦ ଖାନଙ୍କୁ ଧୋଇଦେଲେ ପୋଲାଡ଼; ଦେଖନ୍ତୁ ଭିଡିଓ - Kieron Pollard destroys Rashid Khan

author img

By ETV Bharat Sports Team

Published : Aug 11, 2024, 6:54 PM IST

Kieron Pollard destroys Rashid Khan bowling at The Hundred : ରସିଦ ଖାନଙ୍କ ଓଭରରେ ଧୂଆଁଧାର ମାଡ଼ । ଲଗାତାର 5 ଛକା ମାରି ଅସମ୍ଭବ ମ୍ୟାଚ୍‌କୁ ଜିତାଇଲେ କିରନ ପୋଲାଡ଼ । ଦେଖନ୍ତୁ ଭିଡିଓ,

The Hundred
The Hundred (ANI)

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଶ ବ୍ୟାଟର କିରନ୍ ପୋଲାଡ଼ ହୁଏତ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେଇଛନ୍ତି, ହେଲେ ତାଙ୍କ ଭିତରେ ଏବେ ବି ଅନେକ କ୍ରିକେଟ୍ ବାକି ଅଛି । ଏହାର ଏକ ଉଦାହରଣ ଇଂଲଣ୍ଡ ଏବଂ ୱେଲ୍ସ ଲିଗ 'The Hundred'ରେ କିରନ୍ ପୋଲାର୍ଡ ଦର୍ଶାଇଛନ୍ତି । ଏହି ଲିଗରେ ୱାର୍ଲ୍ଡ-କ୍ଲାସ୍‌ ସ୍ପିନର ରସିଦ ଖାନଙ୍କୁ ଗୋଟିଏ ଓଭରରେ 5ଟି ଲଗାତାର ଛକା ମାରିଛନ୍ତି ପୋଲାଡ଼ । ଯାହା ଆଜି କ୍ରକେଟ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।

ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ ରସିଦ :-

ଆଜି ଇଂଲଣ୍ଡ ଏବଂ ୱେଲ୍ସ ଲିଗ 'The Hundred'ରେ ରସିଦ ଖାନଙ୍କ 'ଟ୍ରେଣ୍ଟ ରକେଟସ୍‌' ଓ କିରନ ପୋଲାଡ଼ଙ୍କ 'ସଦର୍ନ ବ୍ରେଭ' ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଚିରାଚରିତ ଢଙ୍ଗରେ ବୋଲିଂ ଆରମ୍ଭ କରି ପ୍ରଭାବୀ ପ୍ରଦର୍ଶନ କରିଥିଲେ ସ୍ପିନର ରସିଦ ଖାନ । ସେ ପ୍ରଥମ 15 ବଲ ବୋଲିଂ କରି କେବଳ 10 ରନ ବ୍ୟୟ କରିବା ସହ ଗୋଟିଓ ୱିକେଟ ହାସଲ କରିଥିଲେ । ହେଲେ ଗୋଟିଏ ଓଭରରେ କିରନ ପୋଲାଡ଼ ନିଜ ପାୱାର ହିଟିଂ ଦ୍ବାରା ରସିଦଙ୍କ ଲାଇନ ଲେନ୍ଥ ବିଗାଡ଼ି ଦେଇଥିଲେ ଏବଂ ତାଙ୍କ ସ୍ପେଲ୍‌କୁ ମହଙ୍ଗା ସାବ୍ୟସ୍ତ କରିଦେଇଥିଲେ ।

ଏମିତି ଥିଲା ରସିଦ ମହଙ୍ଗା ଓଭର :-

ପ୍ରଥମେ ପ୍ରଥମେ ରସିଦଙ୍କ ବୋଲିଂରେ ଅକଲରେ ପଡ଼ିଥିଲା ପୋଲାଡ଼ଙ୍କ 'ସଦର୍ନ ବ୍ରେଭ' । କେବଳ 20 ବଲରେ ଜିତିବା ପାଇଁ ପୋଲାଡ଼ଙ୍କ ଦଳକୁ 49 ରନର ଆବଶ୍ୟକତା ଥିଲା । ଏହି ସମୟରେ ଗିଅର ଚେଞ୍ଜ କରିଥିଲେ ପୋଲାଡ଼ । ରସିଦ ଖାନଙ୍କ ଓଭରରେ କ୍ରମାଗତ 5 ଛକା ମାରି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ । ଏହାପରେ ଆଉ 15 ବଲରେ ଜିତିବା ପାଇଁ କେବଳ 19 ରନ ଆବଶ୍ୟକ ହୋଇଥିଲା । ଏହାପରେ ଯଦିଓ ଦଳକୁ ଜିତାଇବା ପୂର୍ବରୁ ପୋଲାଡ଼ ଆଉଟ୍‌ ହୋଇଯାଇଥିଲେ, ହେଲେ ନିଜ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇ ସାରିଥିଲେ । ଏକଦା 20 ବଲରେ 49 ରନର ଆବଶ୍ୟକତା କରୁଥିବା ଦଳ ଗୋଟିଏ ବଲ ବାକି ଥାଇ ବିଜୟ ହାସଲ କରିନେଇଥିଲା । ବର୍ତ୍ତମାନ ପୋଲାଡ଼ଙ୍କ 'ସଦର୍ନ ବ୍ରେଭ' ଟୁର୍ଣ୍ଣାମେଣ୍ଟରେ 5 ମ୍ୟାଚ୍‌ ବିଜୟ ସହିତ ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ରସିଦ ଖାନଙ୍କ ଟିମ କେବଳ 3ଟି ମ୍ଯାଚ୍‌ ଜିତି 5ମରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...'ଧୋନୀ ଜଣେ ଅନକ୍ୟାପଡ୍‌ ଖେଳାଳି'; ଚର୍ଚ୍ଚାରେ ଅଶ୍ବିନଙ୍କ ବଡ଼ ବୟାନ - Dhoni is a Uncapped Player

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.