ଚେନ୍ନାଇ : ଟିମ ଇଣ୍ଡିଆର ସ୍ପିଡ-ଷ୍ଟାର ଜସପ୍ରୀତ ବୁମରା ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଦମଦାର ଏଣ୍ଟ୍ରି କରି ନିଜ ପ୍ରଶଂସକଙ୍କୁ ଖୁସି କରି ଦେଇଛନ୍ତି । ଟି20 ବିଶ୍ବକପ୍ ପରେ ମ୍ୟଚ୍ରୁ ବିରତି ନେଇଥିବା ବୁମରା ବର୍ତ୍ତମାନ ବିଶ୍ରାମ ନେବା ସହ ଭାରତର ଆଗାମୀ ବାଂଲାଦେଶ ସିରିଜ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏହି ସମୟରେ ଚେନ୍ନାଇର ସତ୍ୟଭାମା ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ 30 ବର୍ଷୀୟ ବୁମରା ଫ୍ରେଶର୍ସ ଡେ’ ସେଲିବ୍ରେସନକୁ ଯାଇଥିଲେ । ସେ ଏହି କାର୍ଯ୍ୟକ୍ରମରେ ନିଜର ଏକ ଝଲକ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି ।
ବୁମ୍ରା ସେୟାର କଲେ ଭିଡିଓ :-
ବୁମ୍ରା ନିଜେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏହି ଭିଡିଓରେ କ୍ୟାପ୍ସନ ଦେଇ ଲେଖିଛନ୍ତି, "ଉପସ୍ଥିତ ଲୋକଙ୍କ ଉର୍ଜା ଏବଂ ଉତ୍ସାହ ଏହାକୁ ପ୍ରକୃତରେ ଅବିସ୍ମରଣୀୟ କରିଦେଲା ।" ଏହାସହ ଭବ୍ୟ ସ୍ୱାଗତ ପାଇଁ ସେ ସତ୍ୟଭାମା ଇନଷ୍ଟିଚ୍ୟୁଟ୍ ଓ ଏହାର କୂଳପତି ମାରିଆଜିନା ଜନସନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
The reception Jasprit Bumrah got in Chennai. 🤯
— Mufaddal Vohra (@mufaddal_vohra) August 27, 2024
- Easily the most celebrated bowler in India. 🇮🇳 pic.twitter.com/3H7oEQIdIz
ବୁମରାଙ୍କ 'ମହାରାଜା' ଏଣ୍ଟ୍ରି :-
ସୋସିଆଲ ମିଡିଆରେ ବୁମ୍ରା ସେୟାର କରିଥିବା ଏହି ଭିଡିଓଟି ସେ ଏକ ବିଳାସପୂର୍ଣ୍ଣ କାରରେ କ୍ୟାମ୍ପସରେ ପହଞ୍ଚିବା ଠାରୁ ଆରମ୍ଭ ହୋଇଛି । ସେ ଗାଡିରୁ ବାହାରିବା ମାତ୍ରେ କାର୍ଯ୍ୟକାରୀ କମିଟି ସହ ଭେଟିଥିଲେ । ବୁମରା ସେହି କାର୍ଯ୍ୟକ୍ରମରେ ଏକ ସ୍ମୋକି ବ୍ଲୁ ହାଫ-ସ୍ଲିଭ୍ ସାର୍ଟ ଏବଂ ଏକ ଧୂସର ରଙ୍ଗର ଟ୍ରାଉଜର ପିନ୍ଧି ପହଞ୍ଚିଥିଲେ । ପରେ କାର୍ଯ୍ୟକ୍ରମରେ ବୁମରା ମହାରାଜାଙ୍କ ପରି ମୁଣ୍ଡରେ ଏକ ମୁକୁଟ ପିନ୍ଧି ପ୍ରବେଶ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି ।
ICONIC PICTURE 🥶
— Johns. (@CricCrazyJohns) August 26, 2024
- The love for Jasprit Bumrah in Chennai. pic.twitter.com/IXl3RqXOJc
ଟି20 ବିଶ୍ବକପ୍ 2024ରେ କରିଥିଲେ କମାଲ :-
ଶେଷ ଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି20 ବିଶ୍ୱକପ 2024ର ଫାଇନାଲରେ ବୁମରା ପାଇଁ ଭାରତ ପାଇଁ ଖେଳିଥିଲେ । ଜୁନ୍ 29ରେ, ବାରବାଡୋସର କେସିଂଟନ୍ ଓଭାଲରେ ଖେଳାଯାଇଥିବା ମ୍ୟାଚରେ ସେ ଦୁଇଟି ମହତ୍ବପୂର୍ଣ୍ଣ ୱିକେଟ୍ ଦଖଲ କରି ଭାରତୀୟ ଦଳକୁ ଆଇସିସି ଟ୍ରଫି ପାଇଁ 11 ବର୍ଷର ଅପେକ୍ଷା ଶେଷ କରିବାରେ ସାହାଯ୍ୟ କରିଥିଲେ । ଏହି ବିଶ୍ବକପ୍ରେ ଭାରତ ପାଇଁ ମୋଟ 8ଟି ମ୍ୟାଚ୍ ଖେଳି ବୁମ୍ରା 15 ବହୁମୂଲ୍ୟ ୱିକେଟ ହାସଲ କରିଥିଲେ । 30 ବର୍ଷୀୟ ଦ୍ରୁତ ବୋଲର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି 'ପ୍ଲେୟାର ଅଫ୍ ଦି ସିରିଜ୍' ପୁରସ୍କାର ମଧ୍ୟ ଜିତିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ