ETV Bharat / sports

ଆଜି IPLରେ ଡବଲ ହେଡର ଫାଇଟ୍, ଦିଲ୍ଲୀ-ପଞ୍ଜାବ ଏବଂ କୋଲକାତା-ହାଇଦ୍ରାବାଦ ମୁକାବିଲା - IPL 2024

author img

By ETV Bharat Odisha Team

Published : Mar 23, 2024, 1:39 PM IST

IPL 2024: ଚଳିତ ଆଇପିଏଲର ଦ୍ବିତୀୟ ଦିନରେ ରହିଛି ଦୁଇଟି ମ୍ୟାଚ । ପ୍ରଥମେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମୁକାବିଲା । ସନ୍ଧ୍ଯାରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ସନ ରାଇଜର୍ସ ହାଇଦ୍ରାବାଦ । ଅଧିକ ପଢନ୍ତୁ

IPL 2024
IPL 2024

ହାଇଦ୍ରାବାଦ: ଆଇପିଏଲର ସିଜିନ 17ରେ ଆଜି ରହିଛି ଡବଲ ହେଡର ମ୍ୟାଚ । ଚଳିତ ସିଜିନିର ଦ୍ବିତୀୟ ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ତୃତୀୟ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଅପରାହ୍ନ 3ଟା 30ରେ ପ୍ରଥମ ମ୍ୟାଚ ଓ ସନ୍ଧ୍ୟା 7ଟା 30ରେ ଦ୍ବିତୀୟ ମ୍ୟାଚ ଅନୁଷ୍ଠିତ ହେବ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ 4 ଦଳ ମଧ୍ୟରେ ଆଜି ହେବ ଜୋରଦାର ଫାଇଟ ।

PBKS VS DC: ପଞ୍ଜାବର ମହାରାଜା ଯାଦବେନ୍ଦ୍ର ସିଂ କ୍ରିକେଟ୍ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ପ୍ରଥମେ ମ୍ୟାଚ ଖେଳାଯିବ । ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ଖେଳାଯିବ । ଦୁଇ ଦଳ ମଇଦାନକୁ ଓହ୍ଲାଇବାକୁ ପୁରା ପ୍ରସ୍ତୁତ । ଏହି ମ୍ୟାଚରେ କାହାର ପଲ୍ଲା ବାରି ରହିବ ତାହା ଭାବିବା ମୁସକିଲ । ଦୁଇ ଟିମରେ ବ୍ୟାଟିଂ ଓ ବୋଲି ବିଭାଗ ବେଶ ସୁଦୃଢ ରହିଛି । ଗତ ସିଜିନରେ ଉଭୟ ଦଳର ପ୍ରଦର୍ଶନ ନୌରାଶ୍ୟ ଜନକ ଥିଲା । ପଞ୍ଜାବ 14ଟି ମ୍ୟାଚ ଖେଳି 6ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଥିଲା । ସେହିପରି ଦିଲ୍ଲୀ ମାତ୍ର 5ଟି ମ୍ୟାଚରେ ବିଜୟୀ ହୋଇ ନବମ ସ୍ଥାନରେ ରହିଥିଲା ।

ଏହା ମଧ୍ୟ ପଢନ୍ତୁ-IPLରେ 'ବିରାଟ' ରେକର୍ଡ, ପ୍ରଥମ ଭାରତୀୟ ଭାବେ ଫଟାଫଟ୍ କ୍ରିକେଟରେ 12 ହଜାର ରନ ପାର୍ - IPL 2024

ଋଷଭ ପନ୍ତଙ୍କ ଉପରେ ନଜର: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରହିଛନ୍ତି ରିଷଭ ପନ୍ତ । ଦୁର୍ଘଟଣାର ଶିକାର ହେବା ପରେ ସେ ଦୀର୍ଘ 14 ମାସ ପରେ କ୍ରିକେଟକୁ ଫେରିଛନ୍ତି । ତେଣୁ ତାଙ୍କର ପ୍ରଦର୍ଶନ ଆଜି କିପରି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ପୁଣି ଥରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛନ୍ତି ଋଷଭ ।

KKR VS SHR: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଜି ସନ୍ଧ୍ୟାରେ ମ୍ୟାଚ ଖେଳାଯିବ । ଦୁଇ ଦଳ ପରସ୍ପରକୁ ଟକ୍କର ଦେବାକୁ ପୂରା ପ୍ରସ୍ତୁତ । ଉଭୟ ଦଳର ପ୍ରଦର୍ଶନ ଗତ ସିଜିନରେ ଭଲ ନଥିଲା । 14ଟି ମ୍ୟାଚରୁ କେକେଆର ମାତ୍ର 8ଟି ମ୍ୟାଚ ଜିତିଥିଲା । ସେହିପରି ହାଇଦ୍ରାବାଦ 4ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲ ଶେଷରେ ରହିଥିଲା । ଏଥର କୋଲକାତାର ଅଧିନାୟକ ପରିବର୍ତ୍ତନ ହୋଇଛନ୍ତି । ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଦଳ । ଆହତ ଜନିତ ସମସ୍ୟା ଯୋଗୁଁ ଗତ ଥର ସେ କୌଣସି ବି ମ୍ୟାଚ ଖେଳିନଥିଲେ ।

ହାଇଦ୍ରାବାଦ ଓ କୋଲକାତା ଟିମର ଆଇପିଏଲର ସବୁଠୁ ଦାମୀ ଖେଳାଳି: ଏହି ଦୁଇ ଟିମରେ ରହିଛନ୍ତି ଆଇପିଏଲର ସବୁଠୁ ଦାମୀ ଖେଳାଳି ପ୍ୟାଟ କମିନ୍ସ ଓ ମିଚେଲ ଷ୍ଟାର୍କ । କମିନ୍ସଙ୍କୁ 20.5 କୋଟିରେ କିଣିଛି ହାଇଇଦ୍ରାବାଦ । ସେ ଦଳର ଅଧିନାୟକ ମଧ୍ୟ ରହିଛନ୍ତି । ସେହିପରି ମିଚେଲଙ୍କୁ 24.75 କୋଚିରେ କିଣିଥିଲା କୋଲକାତା । ଯାହା ସମସ୍ତଙ୍କୁ ଚକିତ କରିଥିଲା । ମୋଟା ଅଙ୍କ ଟଙ୍କାରେ କିଣା ହୋଇଥିବା ଏହି ଦୁଇ ଖେଳାଳି ଆଜି କିପରି ଖେଳୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.