ETV Bharat / sports

ଆଜିଠୁ ଫଟାଫଟ୍ କ୍ରିକେଟ, RCB-CSK ମଧ୍ୟରେ IPL ଉଦଘାଟନୀ ମୁକାବିଲା - IPL 2024 - IPL 2024

IPL 2024: ଆଜିଠୁ ଆଇପିଏଲ ମହାସମର । ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଉଦଘାଟନୀ ମୁକାବିଲା । ଅଧିକ ପଢନ୍ତୁ,

IPL 2024
IPL 2024
author img

By ETV Bharat Odisha Team

Published : Mar 22, 2024, 9:25 AM IST

ଚେନ୍ନାଇ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହୋଇଯିବ ବିଶ୍ବର ସବୁଠାରୁ ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ସିଜନ 17 । ଆଜି ସନ୍ଧ୍ୟା ପରଠାରୁ ଲଗାତର 2 ମାସ ପର୍ଯ୍ୟନ୍ତ ଷ୍ଟାଡିୟମରେ ହେବ ଛକା ଚଉକାର ବର୍ଷା । ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ଜମିବ ଦର୍ଶକଙ୍କ ଭିଡ । କରତାଳି ସାଙ୍ଗକୁ ହୋହଲ୍ଲାରେ କମ୍ପିବ ଷ୍ଟାଡିୟମ । ଇଣ୍ଡିଆନ ପ୍ରିମିୟର ଲିଗକୁ ଉପଭୋଗ କରିବାକୁ ଚାତକ ପରି ଚାହିଁ ରହିଛନ୍ତି ଦର୍ଶକ । ନିଜ ଫେବରେଟ ଟିମକୁ ସପୋର୍ଟ କରିବାକୁ ସମସ୍ତେ ବ୍ୟଗ୍ର । ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଉଦଘାଟନି ମୁକାବିଲା । ପ୍ରଥମେ ଉଦଘାଟନି ଉତ୍ସବ ପରେ ରାତି 8ଚାରେ ଆରମ୍ଭ ହେବ ମ୍ୟାଚ ।

ସିଏସକେ ଓ ଆରସିବି ମଧ୍ୟରେ ଫାଇଟ: ଆଜି ସିଏସକେ ଓ ଆରସିବି ଦଳ ମଧ୍ୟରେ ପ୍ରଥମ ମୁକାବିଲା ହେବ । ଧୋନି ଏବଂ କୋହଲି ଦୁହେଁ ନିଜ ନିଜ ଦଳର ନେତୃତ୍ବ ଛାଡି ସାରିଛନ୍ତି । ବର୍ତ୍ତମାନ ଚେନ୍ନାଇର ଅଧିନାୟକ ରହିଛନ୍ତି ଋତୁରାଜ ଗାଏକ୍ବାଡ ଓ ବେଙ୍ଗାଲୁରୁର ଅଧିନାୟକ ରହିଛନ୍ତି ଫାଫ ଡୁପ୍ଲେସିସ । ପ୍ରଥମ ଥର ପାଇଁ ଗାଏକ୍ବାଡଙ୍କ ନେତୃତ୍ବରେ ଆଇପିଏଲ ଖେଳିବାକୁ ଯାଉଛି ସିଏସକେ । ଏହି ଦୁଇ ଦଳ ମଧ୍ୟରେ ଆଜି ଏକ ରୋମାଞ୍ଚକର ମ୍ୟାଚ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଦୁଇ ଦଳ ଆଶା ରଖିଛନ୍ତି ।

IPL 2024
IPL 2024

ଏହା ମଧ୍ୟ ପଢନ୍ତୁ-IPLର ଦିନକ ପୂର୍ବରୁ ବଦଳିଲେ CSK ଅଧିନାୟକ, ପଦ ଛାଡି଼ଲେ ଧୋନି - MS Dhoni Steps Down AS CSK Captain

IPLରେ 5ଥର ଟ୍ରଫି ହାତେଇଛି CSK: ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲରେ 5 ଥର ଟ୍ରଫି ହାତେଇଛି । ଗତ ସିଜିନରେ ମଧ୍ୟ ଦଳ ଫାଇନାଲରେ ଗୁଜୁରାଟକୁ ପରାସ୍ତ କରି ବିଜୟୀ ହୋଇଥିଲା । ତେଣୁ ଚଳିତ ଥର ମଧ୍ୟ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି । ଦଳର ବହୁ ଭଲ ଖେଳାଳି ମଧ୍ୟ ରହିଛନ୍ତି । ଉଭୟ ବ୍ୟାଟିଂ ଏ ବୋଲିଂରେ ପ୍ରତିଟି ଖେଳାଳି ଗତ ବର୍ଷ ଭଲ ପ୍ରଦର୍ଶନ କରିଥିଲେ । ତେଣୁ ଚଳିତ ଥର ମଧ୍ୟ ଦଳ ପ୍ରଦର୍ଶନ ଭଲ ରହିବ ବୋଲି ଆଶା ରହିଛି । କିନ୍ତୁ ଅଧିନାୟକତ୍ବ ପରିବର୍ତ୍ତନ ହୋଇଥିବାରୁ ଫ୍ୟାନ୍ସ ସିଏସକେର ପ୍ରଦର୍ଶନକୁ ନେଇ ଟିକିଏ ଚିନ୍ତାରେ ଅଛନ୍ତି । କାହିଁକିନା ପୂର୍ବରୁ ଧୋନିଙ୍କ ବଦଳରେ ଜାଡେଜା ଅଧିନାୟକ ହୋଇଥିଲେ । ସେହି ସମୟରେ ଦଳ ଭଲ ଖେଳିପାରିନଥିଲା । ଋତୁରାଜଙ୍କ ନେତୃତ୍ବ ଉପରେ ଆଜି ସମସ୍ତଙ୍କ ନଜର ରହିବ ।

ଥରୁଟିଏବି ଟ୍ରଫି ହାତେଇନି RCB: ଆଇପିଏଲ ସିଜିନ 17ରରେ ଆସି ପହଞ୍ଚିଲାଣି । କିନ୍ତୁ ଗୋଟିଏ ବି ସିଜିନରେ ବେଙ୍ଗାଲୁରୁ ଦଳ ଟ୍ରଫି ହାତେଇବାରେ ସଫଳ ହୋଇନି । ଲିଗ ମ୍ୟାଚରେ ଭଲ ପ୍ରଦର୍ଶନ କରି ପ୍ଲେ ଅଫକୁ ଯାଇଥିଲେ ମଧ୍ୟ ଫାଇନାଲଠାରୁ ଗୋଟିଏ ପାଦ ପଛରେ ରହିଯାଇଥିଲା RCB । ତେଣୁ ପୂର୍ବ ଭୁଲକୁ ସୁଧାରି ଚଳିତ ସିଜିନରେ ଦଳ ଟ୍ରଫି ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।

ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଦୁଇ ଦଳ: ଚଳିତ ଆଇପିଏଲ ସିଜିନର ପ୍ରଥମ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି ଚେନ୍ନାଇ ଓ ବେଙ୍ଗାଲୁରୁ ଦଳ । ମୁହାଁମୁହିଁ ହେବାକୁ ଦୁଇ ଦଳ ପୂରା ପ୍ରସ୍ତୁତ । ଆଜିର ମ୍ୟାଚରେ କାହାର ପଲ୍ଲା ଭାରି ରହିବ, ତାହା ଉପରେ ସମସ୍ତଙ୍କ ନଜର । ଏହି ମ୍ୟାଚ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ ।

ଉଦଘାଟନୀ ଉତ୍ସବରେ ଝୁମିବେ ଦର୍ଶକ: ଉଦଘାଟନୀ ମ୍ୟାଚ ପୂର୍ବରୁ ଏମ ଚିଦାମ୍ବରମ ଷ୍ଟାଡିମୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜିତ ହେବ । ସନ୍ଧ୍ୟା 6ଟା 30ରେ ଆରମ୍ଭ ହେବ କାର୍ଯ୍ୟକ୍ରମ । ବଲିଉଡ ଷ୍ଟାର ଅକ୍ଷୟ କୁମାର ଓ ଟାଇଗର ସ୍ରଫ ଡ୍ୟାନ୍ସ କରିବେ । ସେହିପରି ଏଆର ରେହମାନ ଓ ସୋନୁ ନିଗମ ସଙ୍ଗୀତ ପରିବେଷଣ କରିବେ ।

11 ଭେନ୍ୟୁରେ ହେବ 74 ମ୍ୟାଚ : ଆଇପିଏଲ ସିଜିନ 17ରେ ମୋଟ 10ଟି ଦଳ ରହିଛନ୍ତି । 11ଟି ଭେନ୍ୟୁରେ ମୋଟ 74ଟି ମ୍ୟାଚ ଖେଳାଯିବ । 10 ଦଳ ମଧ୍ୟରେ 70ଟି ମ୍ୟାଚ ଖେଳାଯିବ । ପ୍ରତିଟି ଦଳ 14ଟି ଲେଖାଏଁ ମ୍ୟାଚ ଖେଳିବେ । ସେହିପରି 2ଟି କ୍ବାଲିଫାୟର, ଗୋଟିଏ ଏଲିମିନେଟର ଓ ଶେଷରେ ଫାଇନାଲ ମ୍ୟାଚ । ଟୁର୍ଣ୍ଣାମେଣ୍ଟ ଆଜିଠାରୁ( ଶୁକ୍ରବାର) ଆରମ୍ଭ ହୋଇ ମେ 26 ପର୍ଯ୍ୟନ୍ତ ମ୍ୟାଚ ଖେଳାଯିବ । ଚଳିତ ବର୍ଷ ଦେଶରେ ନିର୍ବାଚନ ଥିବାରୁ ଆଇପିଏଲର ପ୍ରଥମ କାର୍ଯ୍ୟସୂଚୀ ତାଲିକା ଘୋଷଣା ହୋଇଥିଲା । ବର୍ତ୍ତମାନ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ବଳକା ତାଲିକା ଖୁବଶୀଘ୍ର ଘୋଷଣା ହେବ ।

ଆଇପିଏଲର 10 ଦଳ: ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜୁରାଟ ଟାଇଟନ୍ସ, କୋଲକାତା ନାଇଟ ରାଇଡର୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗ୍ସ, ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ ରାଇଜର୍ସ ହାଇଦ୍ରାବାଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.