ETV Bharat / sports

ଆଜି ହାଇଦ୍ରାବାଦ-ବେଙ୍ଗାଲୁରୁ ମୁକାବିଲା, ସମ୍ମାନ ବଞ୍ଚାଇବାକୁ କସରତ କରିବ RCB - IPL 2024

author img

By ETV Bharat Odisha Team

Published : Apr 25, 2024, 3:08 PM IST

IPL 2024: ଆଇପିଏଲରେ ଆଜି ରହିଛି ଏକ ରୋମାଞ୍ଚଙ୍କର ମୁକାବିଲା । ଆରସିବିକୁ ଭେଟିବ ହାଇଦ୍ରାବାଦ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଆଇପିଏଲରେ ଆଜି ରହିଛି 41ତମ ମୁକାବିଲା । ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଘରୋଇ ଗ୍ରାଉଣ୍ଡରେ ଆରସିବିକୁ ହରାଇବାକୁ ପୁରା ପ୍ରସ୍ତୁତ ପ୍ୟାଟ କମିନ୍ସଙ୍କ ବାହିନୀ । ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଡୁପ୍ଲେସିସଙ୍କ ବାହିନୀ ମଧ୍ୟ ପ୍ରସ୍ତୁତ । ଚଳିତ ସିଜିନରେ ବିଜୟ ପାଇଁ ବ୍ୟାକୁଳ ହୋଇ ରହିଛି ଆରସିବି । ନିଜ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିଛି ବେଙ୍ଗାଲୁରୁ । ଆଜି ସନ୍ଧ୍ୟା 7ଟା 30ରେ ହାଇଦ୍ରାବାଦରେ ଏହି ମୁକାବିଲା ଖେଳାଯିବ । ରୋମାଞ୍ଚକର ମ୍ୟାଚ ଦେଖିବେ ଦର୍ଶକ । ସମସ୍ତଙ୍କ ନଜର ହାଇଦ୍ରାବାଦ ଟିମ ଉପରେ ।

ଏହା ମଧ୍ୟ ପଢନ୍ତୁ-ପନ୍ତଙ୍କ ଧୂଆଁଧାର ବ୍ୟାଟିଂ, 4ରନରେ ଗୁଜୁରାଟକୁ ହରାଇଲା ଦିଲ୍ଲୀ - IPL 2024

ଚଳିତ ସିଜିନରେ ହାଇଦ୍ରାବାଦର ପ୍ରଦର୍ଶନ ଦମଦାର ରହିଛି । ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇଛି ଏସଆରଏଚ । ବିପକ୍ଷ ଦଳ ସମ୍ମୁଖରେ ବିଶାଳ ରନ କରି ରେକର୍ଡ କରୁଛି ଦଳ । ଫଳରେ ବିଜୟ ରନ ଲକ୍ଷ୍ୟ ପୂରଣ କରିବାକୁ ବିପକ୍ଷ ଦଳ ପାଖରେ କାଠିକର ପାଠ ହେଉଛି । ବର୍ତ୍ତମାନ ସୁଦ୍ଧା 7ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହୋଇଛି ହାଇଦ୍ରାବାଦ । ଲଗାତାର 4ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଆଜି ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ଫ୍ୟାନ୍ସଙ୍କ ଆଶା । ଘରୋଇ ମାଟିରେ ଦଳ ମ୍ୟାଚ ଖେଳିବାକୁ ଥିବା ବେଳେ ଖେଳାଳିଙ୍କ ମନୋବଳ ମଧ୍ୟ ଦୃଢ ରହିଛି । ଟ୍ରାଭିସ ହେଡ, ଅଭିଷେକ, କ୍ଲାସେନଙ୍କ ବ୍ୟାଟରୁ ଆଜି ରନ ବର୍ଷା ହୋଇପାରେ । ପୂର୍ବ ମ୍ୟାଚରେ ମାତ୍ର 32 ବଲରେ 89 ରନ କରିଥିଲେ ଟ୍ରାଭିସ । ଏଥି ସହ ପାୱାର ପ୍ଲେରେ ଦଳ 125 ରନ କରି ରେକର୍ଡ କରିଥିଲା ।

ଚଳିତ ସିଜିନରେ ଆରସିବିର ପ୍ରଦର୍ଶନ ସବୁଠାରୁ ନୈରାଶ୍ୟଜନକ ରହିଛି । ଦଳ କ୍ରମାଗତ ମ୍ୟାଚ ହାରୁଛି । 8ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ବିଜୟ ପାଇଁ ସଂଘର୍ଷ ଜାରି ରଖିଥିଲେ ମଧ୍ୟ ସଫଳତା ମିଳିପାରିନାହିଁ । ବ୍ୟାଟିଂ ବିଭାଗରେ ଉନ୍ନତି ହୋଇଥିଲେ ମଧ୍ୟ ବୋଲିଂ ବିଭାଗ ଫେଲ ମାରିଛି । ଫଳରେ ଦଳ ପରାଜିତର ସମ୍ମୁଖୀନ ହେଉଛି । ଆଜିର ମ୍ୟାଚରେ ହାଇଦ୍ରାବାଦକୁ ହରାଇବା ବେଙ୍ଗାଲୁରୁ ପାଖରେ କଷ୍ଟକର ହେବ । କୋହଲିଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିଛି । ଗତ ମ୍ୟାଚରେ ସେ 18 ରନରେ ଆଉଟ ହୋଇଥିଲେ । ତେଣୁ ଆଜି ଦଳକୁ ବିଜୟୀ କରିବା ପାଇଁ ଭଲ ରନ କରିବା ଆଶା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.