ETV Bharat / sports

ରାଜସ୍ଥାନ ବିଜୟ ଧାରାରେ ବ୍ରେକ, 1 ରନରେ ଜିତିଲା ହାଇଦ୍ରାବାଦ - IPL 2024

author img

By ETV Bharat Odisha Team

Published : May 3, 2024, 7:35 AM IST

IPL 2024: ଘରୋଇ ଗ୍ରାଉଣ୍ଡରେ ଚମକିଲା ହାଇଦ୍ରାବାଦ । ଆଇପିଏଲର 50ତମ ମୁକାବିଲାରେ ମାତ୍ର 1 ରନରେ ହାରିଲା ରାଜସ୍ଥାନ । ଅଧିକ ପଢନ୍ତୁ

IPL 2024
IPL 2024 (SRH beat RR)

ହାଇଦ୍ରାବାଦ: ରାଜସ୍ଥାନ ରୟାଲ୍ସର ବିଜୟ ଧାରାରେ ଲାଗିଲା ବ୍ରେକ । ସଞ୍ଜୁ ସାମସନଙ୍କ ବାହିନୀକୁ 1 ରନରେ ପରାସ୍ତ କରି ପୁଣି ବିଜୟ ଟ୍ରାକକୁ ଫେରିଲା ସନରାଇଜର୍ସ ହାଇଦ୍ରାବାଦ । ଆଇପିଏଲରେ 50ତମ ମୁକାବିଲାରେ ଷଷ୍ଠ ବିଜୟ ହାସଲ କରିବା ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଲା କମିନ୍ସ ବାହିନୀ । ପରାଜୟ ପରେ ବି ସ୍ଥାନ ବଜାୟ ରଖିଛି ରାଜସ୍ଥାନ । ନୀତିଶ କୁମାର ରେଡ୍ଡୀ ଓ ଟ୍ରାଭିସ ହେଡଙ୍କ ଧୂଆଁଧାର ଅର୍ଦ୍ଧଶତକ । 3ଟି ଓ୍ବିକେଟ ନେଇ ବିପକ୍ଷ ଦଳ ପ୍ରତି ଘାତକ ସାବ୍ୟସ୍ତ ହେଲେ ଭୁବନେଶ୍ୱର କୁମାର । ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚିତ କରାଯାଇଛି । ଜୟସ୍ବାଲ ଓ ରିୟାନ ପରାଗଙ୍କ ଅର୍ଦ୍ଧଶତକ ବିଫଳ ।

ଏହା ମଧ୍ୟ ପଢନ୍ତୁ-T-20 ବିଶ୍ବକପ: 15 ଜଣିଆ ସ୍କ୍ବାର୍ଡ ଘୋଷଣା କଲା ଅଷ୍ଟ୍ରେଲିଆ, ମିଚେଲ ମାର୍ଶ ଅଧିନାୟକ, ସ୍ମିଥ ଆଉଟ୍ - T20 World Cup 2024

ଗୁରୁବାର ସନ୍ଧ୍ୟା 7ଟା 30ରେ ହାଇଦ୍ରାବାଦରେ ଏସଆରଏଚ ଓ ଆରଆର ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ଏହାପରେ ଘରୋଇ ମାଟିରେ ଫାଇଦା ଉଠାଇଥିଲା ଦଳ । ପ୍ରଥମେ ବ୍ୟାଟିଂ କରି 20 ଓଭରରେ 3 ଓ୍ବିକେଟ ହରାଇ 201 ରନ କରିଥିଲା । ନୀତିଶ କୁମାର ରେଡ୍ଡୀ ଅପରାଜିତ 76 ଓ ଟ୍ରାଭିସ ହେଡ 58 ରନ କରିଥିଲେ । ସେହିପିର ହେନେରିଚ କ୍ଲାସେନ 42 ରନ କରିଥିଲେ । ଅଭିଶେଖ ଶର୍ମା 12 ଓ ଅନମୋଲପ୍ରୀତ 5 ରନ କରି ଆଉଟ ହୋଇଥିଲେ । ଗତ 2ଟି ମ୍ୟାଚରେ ଦଳ 200 ରନ କରିବା କଷ୍ଟକର ହେଉଥିବା ବେଳେ ଗତକାଲିର ମ୍ୟାଚରେ 200 ରନ ଅତିକ୍ରମ କରିଥିଲା ।

202 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ । କିନ୍ତୁ ବିଜୟ ଲକ୍ଷ୍ୟ ହାସଲ କରିବାର ଗୋଟିଏ ପାଦ ପଛରେ ରହିଯାଇଥିଲା ଦଳ । ଶେଷ ବଲରେ ଦଳ ପରାଜିତ ହୋଇଥିଲା । 20 ଓଭରରେ 7 ଓ୍ବିକେଟ ହରାଇ 200 ରନ କରିଥିଲା ରାଜସ୍ଥାନ । ଜୟସ୍ବାଲ 67 ଓ ରିୟାନ ପରାଗ 77ରନ କରିଥିଲେ । ଜସ ବଟଲର ଓ ସଞ୍ଜୁ ସାମସନ ଖାତା ଖୋଲିବା ପୂର୍ବରୁ ପାଭିଲିୟନକୁ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିମରନ 13, ରୋଭମ୍ୟାନ 27ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.