ETV Bharat / sports

ଧର୍ମଶାଳାରେ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବକୁ ହରାଇ RCBର ପ୍ଲେ ଅଫ ଆଶା ଉଜ୍ଜୀବିତ - IPL 2024

author img

By ETV Bharat Odisha Team

Published : May 10, 2024, 7:16 AM IST

IPL 2024: ପଞ୍ଜାବ କିଙ୍ଗ୍ସକୁ 60 ରନରେ ହରାଇଲା ବେଙ୍ଗାଲୁରୁ । କୋହଲି ଓ ରଜତଙ୍କ ଧୂଆଁଧାର ଅର୍ଦ୍ଧଶତକ । ପ୍ଲେ ଅଫ ରେସରୁ ବାଦ ପଡିଲା ପଞ୍ଜାବ । ଅଧିକ ପଢନ୍ତୁ

IPL 2024
IPL 2024 (@RCBTweets)

ଶିମଲା: ଆଇପିଏଲର 58ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସର ରୋମାଞ୍ଚକ ବିଜୟ । ବିରାଟ କୋହଲି ଓ ରଜତ ପଟିଦାରଙ୍କ ବିସ୍ଫୋରକ ବ୍ୟାଟିଂ । ବିରାଟ ରନ ବ୍ୟବଧାନରେ ଆରସିବିଠାରୁ ହାରିଲା ପଞ୍ଜାବ କିଙ୍ଗ୍ସ । ଶୃଙ୍ଖଳିତ ବ୍ୟାଟିଂ ଓ ବୋଲିଂ ଯୋଗୁଁ ଏହି ମ୍ଯାଚରେ ପଞ୍ଜାବକୁ 60 ରନରେ ପରାସ୍ତ କରିଥିଲା ବେଙ୍ଗାଲୁରୁ । ଆରସିବି ଏବେ ପ୍ଲେ ଅଫ ରେସରେ ରହିଥିବା ବେଳେ ପଞ୍ଜାବ କିନ୍ତୁ ବାଦ୍ ପଡିଛି । ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ବେଙ୍ଗାଲୁରୁ ଓ ନବମ ସ୍ଥାନରେ ପଞ୍ଜାବ ।

ଏହା ମଧ୍ୟ ପଢନ୍ତୁ-ମ୍ୟାଚ ହାରିଲା ଦଳ; କ୍ୟାପଟେନଙ୍କୁ ଗାଳି କଲେ ମାଲିକ, ଭିଡିଓ ଭାଇରାଲ - IPL 2024

ଗୁରୁବାର ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକିବାଲା ହୋଇଥିଲା । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଆରସିବି । ଆଉ ଏହା ପରେ ଫିଲ୍ଡରେ ଦେଖିବାକୁ ମିଳିଥିଲା ବିରାଟଙ୍କ ବିରାଟ ସୋ । ଷ୍ଟାଡିୟମରେ ଖାଲି ଛକା ଓ ଚୌକାର ବର୍ଷା କରିଥିଲେ କୋହଲି । ତାଙ୍କର ଷ୍ଟ୍ରାଇକ ରେଟ ନେଇ ଯେଉଁମାନେ ପ୍ରଶ୍ନ କରୁଥିଲେ ଲମ୍ବା ଲମ୍ବା ସଟ ଖେଳି ସେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲେ । ଡୁପ୍ଲେସିସ 9 ଓ ଜାକ୍ସ 12 ରନରେ ଆଉଟ ହେବା ପରେ ବିରାଟଙ୍କୁ ସାଥ୍ ଦେଇଥିଲେ ରଜତ । ଉଭୟ ଧୂଆଁଧାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ରଜତ 55, କାମରନ 46, ଦିନେଶ 18 ରନ ଓ ବିରାଟ 7ଟି ଚୌକା ଓ 6ଟି ଛକା ବଳରେ 92 ରନ କରି ଆଉଟ ହୋଇଥିଲେ । 20 ଓଭରରେ ଦଳ 7 ଓ୍ବିକେଟ ହରାଇ 241 ରନ କରିଥିଲା ।

ଏହାପରେ 242 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ । କିନ୍ତୁ ବିଶାଳ ରନକୁ ଚେସ୍ କରିବା ଦଳ ପାଇଁ କାଠିକର ପାଠ ହୋଇଥିଲା । ଆରସିବି ବୋଲରଙ୍କ ଘାତକ ବୋଲିଂ ଆଗରେ ପଞ୍ଜାବ କିଙ୍ଗ୍ସ ବ୍ୟାଟରଙ୍କ ବ୍ୟାଟ ଚାଲିପାରିନଥିଲା । ରୋସଓ୍ବେ ସର୍ବାଧିକ 61 ଓ ଶଶାଙ୍କ 37 ରନ କରିଥିଲେ । ମାତ୍ର 17 ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ 181 ରନ କରିଥିଲା । ବେଙ୍ଗାଲୁରୁ ପକ୍ଷରୁ ମହମ୍ମଦ ସିରାଜ 3, ସ୍ବପନିଲ 2 ଓ ଲୋକି 2ଟି ଓ୍ବିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.