ETV Bharat / sports

ଚଳିତ ଆଇପିଏଲରେ RCBର ପ୍ରଥମ ବିଜୟ, 4 ଓ୍ବିକେଟରେ ହାରିଲା ପଞ୍ଜାବ - IPL 2024

IPL 2024: ଆଇପିଏଲର 17ତମ ସଂସ୍କରଣରେ ସୋମବାର ଖେଳା ଯାଇଥିବା ମ୍ୟାଚରେ ଆରସିବିର ବିଜୟ । 4 ଓ୍ବିକେଟରେ ହାରିଲା ପଞ୍ଜାବ । ଅଧିକ ପଢନ୍ତୁ

IPL 2024
IPL 2024
author img

By ETV Bharat Odisha Team

Published : Mar 26, 2024, 7:10 AM IST

Updated : Mar 26, 2024, 8:38 AM IST

ବେଙ୍ଗାଲୁରୁ: ଚଳିତ ଆଇପିଏଲର ଷଷ୍ଠତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସଂଘର୍ଷମୟ ବିଜୟ । ପ୍ରଥମ ବିଜୟ ହାସଲ କରିବା ସହ ପଏଣ୍ଟ ଟେବୁଲରେ ଖାତା ଖୋଲିଲା ଆରସିବି । ଘରୋଇ ମାଟିରେ ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ଓ ଦିନେଶ କାର୍ତ୍ତିକଙ୍କ ମ୍ୟାଚ ଫିନିସ ଇନିଂସରେ 4 ଓ୍ବିକେଟରେ ହାରିଲା ପଞ୍ଜାବ । ଚଳିତ ସିଜିନରେ ପିବିକେଏସର ଏହା ପ୍ରଥମ ପରାଜୟ । ବିରାଟ କୋହଲି ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ।

ସୋମବାର ସନ୍ଧ୍ୟା 7ଟା 30ରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଆରସିବି । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ କିଙ୍ଗ୍ସ । 20 ଓଭରରେ ଦଳ 6 ଓ୍ବିକେଟ ହରାଇ 176 ରନ କରିଥିଲା । ଦଳ ପକ୍ଷରୁ ଶେଖର ଧାଓ୍ବାନ 45, ଜିତେଶ ଶର୍ମା 27 ଓ ପ୍ରଭସୀମରନ୍ ସିଂ ସର୍ବାଧିକ 25 ରନ କରିଥିଲେ । ଆରସିବି ପକ୍ଷରୁ ମହମମ୍ମଦ ସିରାଜ 2ଟି, ମାକ୍ସଓ୍ବେଲ 2ଟି ଓ ୟସ ଦୟାଲ ଗୋଟିଏ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲ ସିଜିନ 17: ପ୍ରଥମ ବିଜୟ ଲକ୍ଷ୍ୟରେ RCB, ବିଜୟ ଧାରା ଜାରି ରଖିବ କି ପଞ୍ଜାବ ? - IPL 2024

ଏହାପରେ 177 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଆରସିବି । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ବିରାଟ କୋହଲି ଓ ଡୁପ୍ଲେସିସ୍‌ । ଡୁପ୍ଲେସିସ୍‌ ବେଶୀ ସମୟ ପଡିଆରେ ତିଷ୍ଠି ପାରିନଥିଲେ । କିନ୍ତୁ କୋହଲି ଧୂଆଁଧାର ବ୍ୟାଟିଂ କରିଥିଲେ । ସେ 49 ବଲରେ 77 ରନ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଜତ ପଟିଦାର 18 ଓ ଦିନେଶ କାର୍ତ୍ତିକ ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ଶେଷରେ 4ଟି ବଲ୍ ବାକି ଥାଇ 6 ଓ୍ବିକେଟରେ 178 ରନ କରି ଆରସିବି ବିଜୟୀ ହୋଇଥିଲା । ପଞ୍ଜାବ ପକ୍ଷରୁ ହରପ୍ରୀତ ବରାର 2ଟି, କାଗିସୋ ରାବଡା 2 ଓ ସାମ କରନ ଗୋଟିଏ ଓ୍ବିକେଟ ନେଇଥିଲେ ।

ମ୍ୟାଚ ବିଜୟ ପରେ ବିରାଟକୁ ନେଇ ଅଧିନାୟକ ଡୁପ୍ଲେସିସ୍‌ କହିଛନ୍ତି, '' ପିଚରେ ବିରାଟ ଟିମ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଥିଲେ । ସେ ଏବେ ବି ମ୍ୟାଚକୁ ଉପଭୋଗ କରି ଖେଳୁଛନ୍ତି । ସବୁଦିନ ଭଲ କରିବାକୁ ସେ ଉତ୍ସାହିତ ହୋଇଥାଆନ୍ତି ।''

Last Updated : Mar 26, 2024, 8:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.