ETV Bharat / sports

ଜୟସ୍ବାଲଙ୍କ ଧୂଆଁଧାର ଶତକ, 9 ଓ୍ବିକେଟରେ ମୁମ୍ବାଇକୁ ହରାଇ ପ୍ଲେ ଅଫ୍ ନିକଟତର ରାଜସ୍ଥାନ - IPL 2024

author img

By ETV Bharat Odisha Team

Published : Apr 23, 2024, 7:12 AM IST

IPL 2024: ଆଇପିଏଲରେ ରାଜସ୍ଥାନର ବିଜୟ ଧାରା ଜାରୀ । 38 ତମ ମୁକାବିଲାରେ ମୁମ୍ବାଇକୁ ହରାଇଲା ରାଜସ୍ଥାନ । ସନ୍ଦିପଙ୍କୁ 5 ଓ୍ବିକେଟ, ଜୟସ୍ବାଲଙ୍କ ଶତକ । ଅଧିକ ପଢନ୍ତୁ

Etv Bharat
Etv Bharat

ଜୟପୁର: ଆଇପିଏଲର 38 ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସର ଅଲ ରାଉଣ୍ଡର ପ୍ରଦର୍ଶନ । ୟଶସ୍ବୀ ଜୟସ୍ବାଲଙ୍କ ଧୂଆଁଧାର ଶତକ ଓ ସନ୍ଦିପ ଶର୍ମାଙ୍କ ଘାତକ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ9 ଓ୍ବିକେଟରେ ହରାଇଲା ସଞ୍ଜୁ ସାମସନଙ୍କ ବାହିନୀ । 14 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶିର୍ଷରେ ରାଜ କରୁଛି ଆରଆର । ପଞ୍ଚମ ପରାଜୟ ସହ ପୁଣି ଫ୍ୟାନ୍ସଙ୍କୁ ନିରାଶ କଲା ପାଣ୍ଡ୍ୟା ବାହିନୀ । ଫେଲ ମାରିଲା ଦଳର ଟପ ଅର୍ଡର । ଦଳର ସମ୍ମାନ ବଞ୍ଚାଇବାକୁ ଲଢୁଆ ବ୍ୟାଟିଂ କଲେ ତିଳକ ବର୍ମା ଓ ନେହାଲ । ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ଏମଆଇ । ଏପଟେ ଏହି ବିଜୟ ପରେ ପ୍ଲେ ଅଫ୍ ନିକଟତର ହୋଇଛି ରାଜସ୍ଥାନ ।

ଏହା ମଧ୍ୟ ପଢନ୍ତୁ-ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ରେସ, ଦେଖନ୍ତୁ କିଏ ରହିଛି ଆଗରେ ? - IPL 2024

ଫେଲ ମାରିଲା ଟପ ଅର୍ଡର: ସୋମବାର ସନ୍ଧ୍ୟା 7ଟା 30ରେ ରାଜସ୍ଥାନର ସୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । କିନ୍ତୁ ଆରମ୍ଭରୁ ଫେଲ ମାରିଥିଲା ଦଳର ଟପ ଅର୍ଡର । ଘାତକ ବୋଲିଂ କରି ମୁମ୍ବାଇ ବ୍ୟାଟରଙ୍କୁ ଅଣନିଶ୍ବାସି କରି ଦେଇଥିଲେ ରାଜସ୍ଥାନ ବୋଲର । ଫଳରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ରୋହିତ ଶର୍ମା 6, କିଷନ 0, ସୂର୍ଯ୍ୟକୁମାର 10 ରନ କରି ଆଉଟ ହୋଇଥିଲେ । 20 ରନ ବେଳକୁ ଦଳ 3ଟି ଓ୍ବିକେଟ ହରାଇଥିଲା । ଏହାପରେ ତିଳକ ବର୍ମା ଓ ମହମ୍ମଦ ନବି ବ୍ୟାଟିଂ କରିବାକୁ ଆସି ଦଳର ସ୍ଥିତି ସୁଧାରିଥିଲେ । ଉଭୟ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ରନକୁ ଆଗକୁ ନେଇଥିଲେ । 52 ରନ ବେଳକୁ ଚତୁର୍ଥ ଓ୍ବିକେଟ ପଡିଥିଲା । ତିଳକ ଓ ନେହାଲ ବ୍ୟାଟକୁ ଅଟକାଇବା କିନ୍ତୁ ସହଜ ହୋଇନଥିଲା ରାଜସ୍ଥାନ ବୋଲରଙ୍କ ନିକଟରେ । ଉଭୟ ଦଳର ସମ୍ମାନ ବଞ୍ଚାଇବା ପାଇଁ ଜୋରଦାର କସରତ କରିଥିଲେ । ତିଳକ 65 ଓ ନେହାଲ 49 ରନ କରି ଆଉଟ ହୋଇଥିଲେ । 20 ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ 179 ରନ କରିଥିଲେ । ସନ୍ଦିପ ଶର୍ମା5, ଟ୍ରେଣ୍ଟ ବୋଲ୍ଟ 2 ଓ ଚହଲ ଗୋଟିଏ ଓ୍ବିକେଟ ନେଇଥିଲେ ।

ଜୟସ୍ବାଲଙ୍କ ଶତକ: ଏହାପରେ 180 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । ଦଳର ଓପନିଂ ଯୋଡି ଜୟସ୍ବାଲ ଓ ବଟଲର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । 35 ରନ କରି ବଟଲର ଆଉଟ ହୋଇଥିବା ବେଳେ ଜୟସ୍ବାଲଙ୍କ ବ୍ୟାଟକୁ ଅଟକାଇବା ମୁମ୍ବାଇ ବୋଲରଙ୍କ ପାଇଁ କାଠିକର ପାଠ ହୋଇଥିଲା । ଲମ୍ବା ଲମ୍ବା ସଟ ଖେଳି ସେ ଶତକ ହାସଲ କରିଥିଲେ । 60 ବଲରେ 104 କରି ଏପରାଜିତ ରହିଥିଲେ । ଏଥିରେ 9ଟି ଚୌକା 7ଟି ଛକା ସାମିଲ ରହିଛି । ସଞ୍ଜୁ ସାମସନ ଓ ଜୟସ୍ବାଲ ମ୍ୟାଚ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । 18.4 ଓଭରରେ ଦଳ ମାତ୍ର ଗୋଟିଏ ଓ୍ବିକେଟ ହରାଇ 183 ରନ କରି ବିଜୟୀ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.