ETV Bharat / sports

ମୁମ୍ବାଇରେ ଆତଙ୍କ ଖେଳାଇଲେ ବୋଲ୍ଟ-ଚହଲ, ପାଣ୍ଡ୍ୟା ବାହିନୀର ହ୍ୟାଟ୍ରିକ ପରାଜୟ - IPL 2024

author img

By ETV Bharat Odisha Team

Published : Apr 2, 2024, 7:09 AM IST

Updated : Apr 2, 2024, 8:15 AM IST

IPL 2024: ଚଳିତ ଆଇପିଏଲ ସିଜିନରେ ହ୍ୟାଟ୍ରିକ ବିଜୟ ହାସଲ କଲା ରାଜସ୍ଥାନ । 6 ଓ୍ବିକେଟରେ ହାରିଲା ମୁମ୍ବାଇ । ହ୍ୟାଟ୍ରିକ ପରାଜୟ ସହ ପଏଣ୍ଟ ଟେବୁଲର ଶେଷରେ ଏମଆଇ । ଅଧିକ ପଢନ୍ତୁ

IPL 2024
IPL 2024

ମୁମ୍ବାଇ: ଚଳିତ ଆଇପିଏଲର 14ତମ ମ୍ୟାଚରେ ରାଜସ୍ଥାନ ବୋଲରଙ୍କ ଜାଲରେ ଫସିଲେ ମୁମ୍ବାଇ ବ୍ୟାଟର । ଟ୍ରେଣ୍ଟ ବୋଲ୍ଟ ଓ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂରେ ଚାଲିଲାନି ଏମଆଇ ବ୍ୟାଟରଙ୍କ ବ୍ୟାଟ । ରିୟାନ ପରାଗଙ୍କ ଧୂଆଁଧାର ପାଳିରେ ହ୍ୟାଟ୍ରିକ ବିଜୟ ହାସଲ କଲା ରାଜସ୍ଥାନ ରୟାଲ । ହ୍ୟାଟ୍ରିକ ପରାଜୟ ସହ ଘରୋଇ ମାଟିରେ ଫ୍ୟାନ୍ସଙ୍କୁ ପୁଣି ନିରାଶ କଲା ପାଣ୍ଡ୍ୟା ବାହିନୀ । ପଏଣ୍ଟ ଟେବୁଲ ଶୀର୍ଷରେ ଆରଆର, ଶେଷରେ ରହିଛି ଏମଆଇ । ଟ୍ରେଣ୍ଟ ବୋଲ୍ଟ 4 ଓଭର ବୋଲିଂ କରି 22 ରନ ଦେଇ 3ଟି ଓ୍ବିକେଟ ନେଇଥିବାରୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲରେ ଆଜି ମୁମ୍ବାଇ-ରାଜସ୍ଥାନ ମୁକାବିଲା, ପ୍ରଥମ ବିଜୟ ଲକ୍ଷ୍ୟରେ MI - IPL 2024

ସୋମବାର ସନ୍ଧ୍ୟା 7ଟା 30ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଇଶାନ କିଷନ ଓ ରୋହିତ ଶର୍ମା । କିନ୍ତୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ପ୍ରଥମେ ବୋଲିଂ କରିବାକୁ ଆସି ଆତଙ୍କ ଖେଳାଇ ଦେଇଥିଲେ ବୋଲ୍ଟ । ତିନି ବ୍ୟାଟର ରୋହିତ, ନମନ ଓ ବ୍ରେଭିସଙ୍କୁ ସେ ଶୂନରେ ଆଉଟ କରିଥିଲେ । ଦଳୀୟ ସ୍କୋର 14 ହୋଇଥିବା ବେଳେ ଦଳ 3ଟି ଓ୍ବିକେଟ ହରାଇଥିଲା । ଆଉ ମାତ୍ର 4 ରନ ପରେ ଆଉଟ ହୋଇଥିଲେ କିଷନ । ଏହାପରେ ପଡିଆରେ ଚାଲିଥିଲା ଚହଲଙ୍କ ଯାଦୁ । ଦଳୀୟ ସ୍କୋରକୁ ଆଗକୁ ନେଇଥିବା ବେଳେ ତିଳକ, ପାଣ୍ଡ୍ୟା ଓ କୋଏଜିଙ୍କୁ ଆଉଟ କରିଥିଲେ । 20 ଓଭରରେ ଦଳ 9 ଓ୍ବିକେଟ ହରାଇ 125 ରନ କରିଥିଲା । ପାଣ୍ଡ୍ୟା ସର୍ବାଧିକ 34 ରନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲରେ 200 ମ୍ୟାଚ୍‌, ରବୀଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ପିନର - RAVICHANDRAN ASHWIN

ଏହାପରେ 126 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । ଦଳୀୟ ବ୍ୟାଟରଙ୍କୁ ଜଗି ରଖି ଖେଳିବାକୁ ପଡିଥିଲା । ରୟାନ ପରାଗ ମ୍ୟାଚ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଅପରାଜିତ 54 ରନ କରିବା ସହ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । 4 ଓଭର ବାକି ଥାଇ 4 ଓ୍ବିକେଟ ହରାଇ 127 ରନ କରି 6 ଓ୍ବିକେଟରେ ମୁମ୍ବାଇକୁ ପରାସ୍ତ କରିଥିଲା ରାଜସ୍ଥାନ । ରିୟାନ ପରାଗ 49 ବଲରେ 54 ରନ କରିଥିବା ବେଳେ ଏଥିରେ 5ଟି ଚୌକା ଓ 3ଟି ଛକା ସାମିଲ ରହିଛି ।

Last Updated : Apr 2, 2024, 8:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.