ETV Bharat / sports

କାଲିଠୁ IPL ସିଜିନ 17: ଆରସିବି-ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଉଦଘାଟନୀ ମ୍ୟାଚ୍ - IPL 2024

IPL 2024: ଆଇପିଏଲ ସିଜିନ 17 ପାଇଁ ପ୍ରସ୍ତୁତି ଶେଷ । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆସନ୍ତାକାଲି (ଶୁକ୍ରବାର) ଖେଳାଯିବ ଉଦଘାଟନୀ ମୁକାବିଲା । ସନ୍ଧ୍ୟାରେ ଆରମ୍ଭ ହେବ ଉଦଘାଟନୀ ଉତ୍ସବ । ମୁଖ୍ୟ ଆକର୍ଷଣ ସାଜିବେ ଅଭିନେତା ଅକ୍ଷୟ କୁମାର, ଟାଇଗର ସ୍ରଫ, ସୋନୁ ନିଗମ ଓ ଏଆର ରେହମାନ । ଅଧିକ ପଢନ୍ତୁ

IPL 2024
IPL 2024
author img

By ETV Bharat Odisha Team

Published : Mar 21, 2024, 7:38 AM IST

Updated : Mar 21, 2024, 10:17 AM IST

ନୂଆଦିଲ୍ଲୀ: ଆସନ୍ତାକାଲି (ଶୁକ୍ରବାର)ଠୁ ଆରମ୍ଭ ହେବାକୁ ଯାଉଛି ସବୁଠାରୁ ଲୋକପ୍ରିୟ ଟି 20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ସିଜିନ 17 । ଷ୍ଟାଡିୟମରେ ହେବ ଛକା ଚଉକାର ବର୍ଷା, ଠୁମକା ଲଗାଇବେ ଚିୟର ଗାର୍ଲ । ଦର୍ଶକଙ୍କ କରତାଳିରେ କମ୍ପିବ ଷ୍ଟାଡିୟମ । ଆଇପିଏଲର ପ୍ରଥମ ମୁକାବିଲାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି କ୍ରୀଡାପ୍ରେମୀ । ଉଦଘାଟନୀ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ମୁହାଁମୁହିଁ ହେବେ ଆରସିବି ଓ ଗତ ଥରର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସ । ପ୍ରଥମ ମ୍ୟାଚ ଖେଳି ବିଜୟ ଅଭିଯାନ ଆରମ୍ଭ କରିବାକୁ ଦୁଇ ଦଳ ପୁରା ପ୍ରସ୍ତୁତି ଚଳାଇଛନ୍ତି । ନଜର ପକାନ୍ତୁ ଚଳିତ ବର୍ଷ ଆଇପିଏଲ ସିଜିନର ମ୍ୟାଚ ଓ ଉଦଘାଟନୀ ଉତ୍ସବ ଉପରେ ।

ଟ୍ରଫି ପାଇଁ 10 ଦଳ ମଧ୍ୟରେ ହେବ ଜୋରଦାର ଫାଇଟ: ଚଳିତ ଆଇପିଏଲ ସଂସ୍କରଣରେ ମୋଟ 10ଟି ଦଳ ରହିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜୁରାଟ ଟାଇଟନ୍ସ, କୋଲକାତା ନାଇଟ ରାଇଡର୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗ୍ସ, ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ ରାଇଜର୍ସ ହାଇଦ୍ରାବାଦ । ଚଳିତ ବର୍ଷ ମୋଟ 74ଟି ମ୍ୟାଚ ଖେଳାଯିବ । 10 ଦଳ ମଧ୍ୟରେ 70ଟି ମ୍ୟାଚ ଖେଳାଯିବ । ପ୍ରତିଟି ଟିମ 14ଟି ଲେଖାଏଁ ମ୍ୟାଚ ଖେଳିବେ । ସେହିପରି 2ଟି କ୍ବାଲିଫାୟର, ଗୋଟିଏ ଏଲିମିନେଟର ଓ ଶେଷରେ ଫାଇନାଲ ମ୍ୟାଚ । ଗତକାଲି ଠାରୁ ଆରମ୍ଭ ହୋଇ ମେ 26 ପର୍ଯ୍ୟନ୍ତ ମ୍ୟାଚ ଖେଳାଯିବ । ଚଳିତ ବର୍ଷ ଦେଶରେ ନିର୍ବାଚନ ଥିବାରୁ ଆଇପିଏଲର ପ୍ରଥମ କାର୍ଯ୍ୟସୂଚୀ ତାଲିକା ଘୋଷଣା ହୋଇଥିଲା । ବର୍ତ୍ତମାନ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ବଳକା ତାଲିକା ଖୁବଶୀଘ୍ର ଘୋଷଣା ହେବ ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: ଟ୍ରଫି ହାତେଇଲା RCB, 8 ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସ ପରାସ୍ତ

କେଉଁ ଦଳରେ ହୋଇଛି ଅଧିନାୟକ ପରିବର୍ତ୍ତନ: ଚଳିତ ସିଜିନରେ 5ଟି ଦଳର ଅଧିନାୟକ ପରିବର୍ତ୍ତନ ହୋଇଛନ୍ତି । ଗୁଜୁରାଟ ଟାଇଟନ୍ସର ଅଧିନାୟକ ହେଉଛନ୍ତି ଶୁବମନ ଗିଲ । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ହେଉଛନ୍ତି ପ୍ୟାଟ କମିନ୍ସ, କୋଲକାତା ନାଇଟ ରାଇଡର୍ସର ଅଧିନାୟକ ହେଉଛନ୍ତି ଶ୍ରେୟସ ଆୟର, ଦିଲ୍ଲୀ କ୍ୟାପିଟାଲ୍ସର ଋଷଭ ପନ୍ତ ।

IPL 2024
IPL 2024

ଖେଳ ସମୟ: ଗତ ଥର ପରି ଚଳିତ ବର୍ଷ ମଧ୍ୟ 2ଟି ସମୟରେ ମ୍ୟାଚ ଖେଳାଯିବ । କେବଳ ଉଦଘାଟନୀ ମୁକାବିଲା ରାତି 8ଟାରେ ଖେଳାଯିବ । ଏହାପର ଦିନ ଥିବା ପ୍ରଥମ ମ୍ୟାଚ ଅପରାହ୍ନ 3ଟା 30 ଓ ରାତି 7ଟା 30 ମଧ୍ୟରେ ଖେଳାଯିବ । ଷ୍ଟାର ସ୍ପୋର୍ଟ୍ସରେ ମ୍ୟାଚର ସିଧାପ୍ରସାରଣ କରାଯିବ । ସେହିପରି ଜିଓ ସିନେମାରେ ମଧ୍ୟ ଉପଲବ୍ଧ ରହିବ ।

ଉଦଘାଟନୀ ଉତ୍ସବ: ଚଳିତ ସଂସ୍କରଣରେ ସନ୍ଧ୍ୟା 6ଟା 30ରୁ ଆରମ୍ଭ ହେବ ଉଦଘାଟନୀ ଉତ୍ସବ । ଏଥି ପାଇଁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି । ଉଦଘାଟନୀ ଉତ୍ସବରେ ଚାରଚାନ୍ଦ ଲଗାଇବା ପାଇଁ ବଲିଉଡ କଳାକାର ସାମିଲ ହେବେ । ଅଭିନେତା ଅକ୍ଷୟ କୁମାର, ଟାଇଗର ସ୍ରଫ, ସୋନୁ ନିଗମ ଓ ଏଆର ରେହମାନ ସାମିଲ ହେବେ ।

Last Updated : Mar 21, 2024, 10:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.