ETV Bharat / sports

ଆଇପିଏଲ୍‌ ଖେଳିବେନି ଧୋନି ! ଫେସବୁକ୍‌ ପୋଷ୍ଟକୁ ନେଇ ବଢିଲା ସସପେନ୍ସ

author img

By ETV Bharat Odisha Team

Published : Mar 5, 2024, 10:19 AM IST

IPL 2024: ଆଇପିଏଲର ଚଳିତ ସିଜିନ ଆରମ୍ଭ ହେବା ପୂର୍ବରୁ ଧୋନିଙ୍କ ଫେସବୁକ ପୋଷ୍ଟକୁ ନେଇ ଚର୍ଚ୍ଚା । ସିଏସ୍‌କେରେ ନୂଆ ଭୂମିକାରେ ଆସିପାରନ୍ତି ନଜର । ଅଧିକ ପଢ଼ନ୍ତୁ

ମହେନ୍ଦ୍ର ସିଂ ଧୋନି
MS Dhoni

ନୂଆଦିଲ୍ଲୀ: ମାର୍ଚ୍ଚ 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ସିଜିନ 17 । ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଏହା ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ଫେସବୁକ ପୋଷ୍ଟକୁ ନେଇ ବଢିଲା ସସପେନ୍ସ । ଚଳିତ ସିଜିନରେ ସିଏସ୍‌କେର ଅଧିନାୟକ ନା ଅନ୍ୟ କେଉଁ ଭୂମିକାରେ ନଜର ଆସିବେ ଏମ୍‌ଏସ୍‌ଡି ? ତାହାକୁ ନେଇ ଏବେ ପ୍ରଂଶକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଫେସବୁକ ପୋଷ୍ଟରେ ଧୋନି ଲେଖିଛନ୍ତି, 'ନୂଆ ସିଜିନ ଓ ନୂଆ ଭୂମିକାକୁ ନେଇ ମୁଁ ଅପେକ୍ଷା କରିପାରୁ ନାହିଁ ।' ଏହି ପୋଷ୍ଟ ପରେ ଚଳିତ ଆଇପିଏଲ୍‌ରେ ଧୋନି ନୂଆ ଭୂମିକାରେ ଆସି ପାରନ୍ତି ବୋଲି ଚର୍ଚ୍ଚା ହେଇଛି ।

ଏହା ମଧ୍ୟ ପଢନ୍ତୁ-IPL 2023 Final: ଚମ୍ପିଆନ ପରେ ଏହା କହିଲେ MSD, ଖେଳିବେ ଆଗାମୀ IPL

ଧୋନିଙ୍କ ଏହି ପୋଷ୍ଟ ପରେ ଚଳିତ ସିଜିନରେ ତାଙ୍କର ଭୂମିକା କଣ ରହିବ ସିଏସ୍‌କେରେ, ଅଧିନାୟକ ନା ଆଉ କିଛି ତାହା ସ୍ପଷ୍ଟ ହୋଇନି । ହେଲେ ପ୍ରଶଂସକଙ୍କ ମଧ୍ୟରେ ଧୋନିଙ୍କ ନୂଆ ଦାୟିତ୍ବ ନେଇ ସସପେନ୍ସ ବଢିଛି । ସମସ୍ତେ ବିଭିନ୍ନ ପ୍ରକାର ଆକଳନ, ଅନୁମାନ ଓ ଚର୍ଚ୍ଚା ଆରମ୍ଭ କରିଦେଲେଣି । ଧୋନିଙ୍କ ପୋଷ୍ଟରେ ସମସ୍ତେ ତାଙ୍କ ନୂଆ ଦାୟିତ୍ବ ନେଇ କମେଣ୍ଟ ବକ୍ସରେ ପ୍ରଶ୍ନ କରିଛନ୍ତି । କିଛି ୟୁଜର୍ସ କହିଛନ୍ତି, ଧୋନି ନିଜ ବ୍ୟାଟିଂ ଅର୍ଡର ପରିବର୍ତ୍ତନ କଥା କହୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: 23 ରନରେ ୟୁପିକୁ ହରାଇ ତୃତୀୟ ବିଜୟ ହାସଲ କଲା RCB

ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ 5 ଥର ଆଇପିଏଲ୍‌ ଟ୍ରଫି ହାତେଇଛି । ଗତ ଆଇପିଏଲ୍‌ ସିଜିନରେ ଚେନ୍ନାଇ ଦଳ ଫାଇନାଲରେ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରି ଟ୍ରଫି ହାତେଇଥିଲା । ସେତେବେଳେ ଧୋନି କହିଥିଲେ ଯେ, ଆଇପିଏଲ 2024ରେ ଖେଳିବା ତାଙ୍କ ଫିଟନେସ୍‌ ଉପରେ ନିର୍ଭର କରେ । ତେବେ ଆଇପିଏଲ୍ 2024 ଆରମ୍ଭ ହେବା ପୂର୍ବରୁ ତାଙ୍କର ଏଭଳି ପୋଷ୍ଟ ପ୍ରଶଂସକଙ୍କ ମଧ୍ୟରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି । 2023 ଆଇପିଏଲ୍‌ ସିଜିନ ଧୋନିଙ୍କ ପାଇଁ ଶେଷ ସିଜିନ ହେବ ବୋଲି କୁହାଯାଉଥିଲା । କିନ୍ତୁ ଫାଇନାଲ ମ୍ୟାଚ୍‌ ଶେଷ ପରେ ଏ ସମ୍ପର୍କରେ ମୁହଁ ଖୋଲିଥିଲେ ସେ । ଆଗାମୀ ସିଜିନ ଖେଳିବାକୁ ପ୍ରୟାସ କରିବି ବୋଲି ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.