ହାଇଦ୍ରାବାଦ: ମ୍ୟାଚରେ କାହିଁକି ହାରିଲ ? ଏହାର ମୋତେ ଯବାବ ଦିଏ । ରାଗରେ ତମ ତମ ହୋଇ ଲକ୍ଷ୍ନୌ ଦଳର ଅଧିନାୟକ କେଏଲ ରାହୁଲଙ୍କୁ ଏପରି କହିଲେ ଦଳର ମାଲିକ ସଞ୍ଜୀବ ଗୋଏଙ୍କା । ଭାଇରାଲ ହୋଇଥିବା ଏକ ଭିଡିଓରେ ସଞ୍ଜୀବଙ୍କ ଅଙ୍ଗଭଙ୍ଗିକୁ ଦେଖି ମ୍ୟାଚ ହାରିବାରୁ ସେ ରାହୁଲଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରୁଥିବା ସ୍ପଷ୍ଟ ବାରି ହୋଇପଡୁଛି ।
ଆଇପିଏଲର 57ତମ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଶୋଚନୀୟ ପରାଜୟ ହୋଇଛି । ଟ୍ରାଭିସ ହେଡ ଓ ଅଭିଶେଖ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଏହି ମ୍ୟାଚରେ 10 ଓ୍ବିକେଟେରେ ହାଇଦ୍ରାବାଦ ଠାରୁ ପରାସ୍ତ ହୋଇଥିଲା ଏଲଏସଜି । ମ୍ୟାଚ ହାରିବାରୁ ଅଧିନାୟକ କେଏଲ ରାହୁଲଙ୍କ ଉପରେ ଖପ୍ପା ହୋଇଥିଲେ ମାଲିକ ସଞ୍ଜୀହ ଗୋଏଙ୍କା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ରାହୁଲଙ୍କୁ ସଞ୍ଜୀବ କଣ କହୁଛନ୍ତି ତାହା ଶୁଣାଯାଉନଥିଲେ ମଧ୍ୟ ସେ ରାଗିଥିବା ସ୍ପଷ୍ଟ ବାରି ହୋଇପଡିଛି ।
ଏହା ମଧ୍ୟ ପଢନ୍ତୁ-ଅଭିଷେକ-ଟ୍ରାଭିସଙ୍କ ବିସ୍ଫୋରକ ବ୍ୟାଟିଂ, 10 ଓ୍ବିକେଟରେ ହାରିଲା ଲକ୍ଷ୍ନୌ - IPL 2024
ଭିଡିଓରେ ଦେଖିବାକୁ ମିଳୁଛି ଯେ, କେଏଲ ରାହୁଲ ଛିଡା ହୋଇଛନ୍ତି, ସଞ୍ଜୀବ ଗୋଏଙ୍କା ତାଙ୍କୁ ରାଗରେ ଅନେକ କିଛି କହୁଛନ୍ତି । କିନ୍ତୁ ରାହୁଲ କିଛି ନକହି ଛିଡା ହୋଇ ଶୁଣୁଛନ୍ତି । ଯାହା ଜଣାନା ପଡୁଛି ମ୍ୟାଚ ହାରିବା ପରେ ରାହୁଲଙ୍କ ଉପରେ ପୁରା ଖପା ହୋଇଛନ୍ତି ସଞ୍ଜୀବ । ସେହିପରି ଦଳର ହେଡ କୋଚ ଜଷ୍ଟିନ ଲାଙ୍ଗରଙ୍କ ଉପରେ ମଧ୍ୟ ରାଗିଥିଲେ ମାଲିକ । ତାଙ୍କୁ ମଧ୍ୟ ରାଗରେ କିଛି କହୁଛନ୍ତି । କ୍ୟାମେରା ସମ୍ମୁଖରେ ରାହୁଲଙ୍କୁ ସଞ୍ଜୀବ ତାଗିତ କରିଥିବାରୁ ଏହାକୁ ନା ପସନ୍ଦ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।
ଏହା ମଧ୍ୟ ପଢନ୍ତୁ-ସୂର୍ଯ୍ୟଙ୍କ ଧୂଆଁଧାର ଶତକ, 7 ଓ୍ବିକେଟରେ ହାରିଲା ହାଇଦ୍ରାବାଦ - IPL 2024
ଆଇପିଏଲର 57ତମ ମୁକାବିଲା ବୁଧବାର ସନ୍ଧ୍ୟା 7ଟା 30ରେ ହାଇଦ୍ରାବାଦରେ ଖେଳାଯାଇଥିଲା । ଅଭିଷେକ ଶର୍ମା ଓ ଟ୍ରାଭିସ ହେଡ ଆକ୍ରମକ ବ୍ୟାଟିଂ କରି 10 ଓ୍ବିକେଟରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ପରାସ୍ତ କରିଛନ୍ତି । ଫଳରେ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହି ପ୍ଲେ ଅଫର ନିକଟତର ହୋଇଛି । ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 4 ଓ୍ବିକେଟ ହରାଇ ମାତ୍ର 165 ରନ କରିଥିଲା ।