ETV Bharat / sports

ସାଇ କିଶୋରଙ୍କ ଘାତକ ବୋଲିଂ, ପଞ୍ଜାବକୁ 3 ଓ୍ବିକେଟରେ ହରାଇଲା ଗୁଜୁରାଟ - IPL 2024

IPL 2024: ବିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହେଲେ ସାଇ କିଶୋର । 3 ଓ୍ବିକେଟରେ ଗୁଜୁରାଟ ଠାରୁ ହାରିଲା ପଞ୍ଜାବ । ଦମଦାର ବ୍ୟାଟିଂ ପ୍ରଦର୍ଶନ କଲେ ତେଓ୍ବତିଆ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 22, 2024, 6:53 AM IST

Etv Bharat
Etv Bharat

ଚଣ୍ଡିଗଡ: ଚଳିତ ଆଇପିଏଲର 37ତମ ମୁକାବିଲାରେ ଗୁଜୁରାଟ ଟାଇଟନ୍ସର ବିଜୟ । ପଞ୍ଜାବ କିଙ୍ଗ୍ସକୁ 3 ଓ୍ବିକେଟରେ ହରାଇ ଚଳିତ ସିଜିନରେ ଚତୁର୍ଥ ବିଜୟ ହାସଲ କରିଛି ଗିଲ ବାହିନୀ । ଘାତକ ବୋଲିଂ କରି 4ଟି ଓ୍ବିକେଟ ନେଲେ ବାମହାତୀ ସ୍ପିନ ବୋଲର ଆର ସାଇ କିଶୋର । 4 ଓଭରରେ 33 ରନ ଦେଇ 4ଟି ଓ୍ବିକେଟ ଅକ୍ତିଆର କରିଥିବାକୁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି । ଆଇପିଏଲରେ ଷଷ୍ଠ ପରାଜୟ ସହ ପୁଣି ଫ୍ୟାନ୍ସଙ୍କୁ ନିରାଶ କରିଛି ପଞ୍ଜାବ କିଙ୍ଗ୍ସ ।

ଏହା ମଧ୍ୟ ପଢନ୍ତୁ-ଆଉଟ୍‌ ହେବାପରେ ଅମ୍ପାୟାରଙ୍କ ଉପରେ କାହିଁକି ରାଗିଲେ କୋହଲି ? ଜାଣନ୍ତୁ କାରଣ - IPL 2024

ରବିବାର ସନ୍ଧ୍ୟା 7ଟା 30ରେ ପଞ୍ଜାବର ମହାରାଜା ଯାଦବେନ୍ଦ୍ର ସିଂ କ୍ରିକେଟ୍ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଘରୋଇ ମାଟିରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ଫଳରେ ଫିଲ୍ଡିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଗୁଜୁରାଟ ଟାଇଟନ୍ସ । ଆରମ୍ଭରୁ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମିଡିଲ ଅର୍ଡର ଫେଲ ମାରିଥିଲା । ଆର ସାଇ କିଶୋର ଘାତକଙ୍କ ବୋଲିଂରେ ଜଣଙ୍କ ପରେ ଜଣେ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ । 20 ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ 142 ରନ କରିଥିଲା । ଗୁଜୁରାଟ ପକ୍ଷରୁ ସାଇ କିଶୋର 4, ନୋର ଅହମ୍ମଦ2 ଓ ମୋହିତ ଶର୍ମା 2ଟି ଓ୍ବିକେଟ ନେଇଥିଲେ।

ଏହାପରେ 142 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଥିଲା ଗିଲଙ୍କ ଟିମ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ରିଦ୍ଧିମାନ ଶାହ ଓ ଶୁବମନ ଗିଲ । ଶାହ 13 ରନ କରି ସଅଳ ଆଉଟ ହୋଇଥିଲେ ଓ ଗିଲଙ୍କ ସହ ସାଇ ସୁଦର୍ଶନ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଗିଲ 35 ରନ କରି ଆଉଟ ହେବା ପରେ ସୁଦର୍ଶନ 31, ଡେଭିଡ ମିଲର 4, ଓମାରଜାଇ 13 ରନ କରି ଆଉଟ ହୋଇଥିଲେ । ମ୍ୟାଚ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ ରାହୁଲ ତେଓ୍ବତିଆ । ସେ ଅପରାଜିତ 36 ରନ କରିଥିଲେ । 5ଟି ବଲ ବାକି ଥାଇ ଦଳ ବିଜୟୀ ହୋଇଥିଲା । 19.1 ଓଭରେ 7 ଓ୍ବିକେଟ ହରାଇ 146 ରନ କରି ପଞ୍ଜାବକୁ ପରାସ୍ତ କରିଥିଲା ଗୁଜୁରାଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.