ETV Bharat / sports

ଘରୋଇ ଗ୍ରାଉଣ୍ଡରେ ଗିଲ-ସାଇଙ୍କ ଶତକ, 35 ରନରେ ହାରିଲା ଚେନ୍ନାଇ - IPL 2024 - IPL 2024

IPL 2024: ଘରୋଇ ଗ୍ରାଉଣ୍ଡରେ ଚମକିଲା ଗୁଜୁରାଟ । ଶତକୀୟ ପାଳି ଖେଳିଲେ ସାଇ ସୁଦର୍ଶନ ଓ ଶୁବମନ ଗିଲ । ଆଇପିଏଲର 59ତମ ମ୍ୟାଚରେ 35 ରନରେ ହାରିଲା ଚେନ୍ନାଇ । ଅଧିକ ପଢନ୍ତୁ

IPL 2024
IPL 2024 (@gujarat_titans)
author img

By ETV Bharat Odisha Team

Published : May 11, 2024, 7:10 AM IST

ଅହମ୍ମଦାବାଦ: ଘରୋଇ ଗ୍ରାଉଣ୍ଡରେ ଶୁବମନ ଗିଲ ଓ ସାଇ ସୁଦର୍ଶନଙ୍କ ସୋ । ଦୁଇ ଓପନରଙ୍କ ଶତକୀୟ ପାଳି ଓ ମୋହିତ ଶର୍ମାଙ୍କ ଘାତକ ବୋଲିଂ ଯୋଗୁଁ ଉଜ୍ଜୀବିତ ହେଲା ଗୁଗୁରାଟର ପ୍ଲେ ଅଫ ଆଶା । ଆଇପିଏଲର 59ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ 35 ରନରେ ହରାଇଛି ଗୁଜୁରାଟ । 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନକୁ ଉଠିଲା ଗିଲ ବାହିନୀ । ଚଳିତ ଆଇପିଏଲରେ ଷଷ୍ଠ ପରାଜୟ ସହ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନ ବଜାୟ ରଖିଛି ଋତୁରାଜ ବାହିନୀ ।

ଗିଲ-ସାଇଙ୍କ ଧୂଆଁଧାର ଶତକ: ଶୁକ୍ରବାର ସନ୍ଧ୍ୟା 7ଟା 30ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ଗୁଜୁରାଟ । ଆରମ୍ଭରୁ ଦୁଇ ଓପନର ଶୁବମନ ଗିଲ ଓ ସାଇ ସୁଦର୍ଶନ ଜଗିରଖି ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଏହି ଦୁଇ ବ୍ୟାଟରଙ୍କ ସାମ୍ନାରେ ଚାଲିନଥିଲା ଚେନ୍ନାଇ ବୋଲରଙ୍କ ଯାଦୁ । ଦୀପକ, ମଥିଶା ଓ ମୁସ୍ତାଫିଜୁଙ୍କ ପରି ଘାତକ ବୋଲରଙ୍କ ବଲକୁ ଲମ୍ବା ଲମ୍ବା ସଟ ମାରି ବାଉଣ୍ଡୁରି ବାହାର କରିଥିଲେ ଗିଲ ଓ ସାଇ । ଶୁବମନ 55 ବଲରେ 104 ଓ ସାଇ 51 ବଲରେ 103 ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 210 ହୋଇଥିବା ବେଳେ ପ୍ରଥମ ଓ୍ବିକେଟ ପଡିଥିଲା । 20 ଓଭରରେ 3 ଓ୍ବିକେଟ ହରାଇ 231 ରନ କରିଥିଲା ଗୁଜୁରାଟ ।

ଏହା ମଧ୍ୟ ପଢନ୍ତୁ-ଭାରତୀୟ କ୍ରିକେଟ ଟିମକୁ ମିଳିପାରେ ନୂଆ କୋଚ, ବଦଳିବେ ଦ୍ରାବିଡ ! - India Cricket Team coach Advisement

ଚେନ୍ନାଇର ଟପ ଅର୍ଡର ଫେଲ: 232 ବିଜୟ ରନ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ସିଏସକେ । କିନ୍ତୁ ଗୁଜୁରାଟ ବୋଲରଙ୍କ ଘାତକ ବୋଲିଂ ଆଗରେ ଲୟ ହରାଇଥିଲେ ଚେନ୍ନାଇ ବୋଲର । ଦଳର ଟପ ଅର୍ଡର ରନ କରିବାରେ ବିଫଳ ହୋଇଥିଲେ । ରାହାଣେ ଓ ରଚିନ 1 ରନ କରି ଆଉଟ ହୋଇଥିବା ବେଳେ ଋତୁରାଜ ଖାତା ଖୋଲିବା ଆଗରୁ ପାଭିଲିୟନକୁ ଫେରିଥିଲେ । ଡାରେଲ ମିଚେଲ ଓ ମୋଇନ ଅଲ୍ଲି ଲଢୁଆ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା ଦଳର ସ୍ଥିତିକୁ ସୁଧାରିଥିଲେ । ଶିବମ ଦୁବେ 21, ଜାଡେଜା 18 ଓ ଧୋନି 26 ରନ କରିଥିଲେ । 20 ଓଭରରେ 8 ଓ୍ବିକେଟ ହରାଇ 196 ରନ କରିବାକୁ ସକ୍ଷମ ହୋଇଥିଲା ସିଏସକେ । ଗୁଜୁରାଟ ପକ୍ଷରୁ ମୋହିତ 3, ରସିଦ 2 ଓ ଉମେଶ ଗୋଟିଏ ଓ୍ବିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.