ETV Bharat / sports

ଘରୋଇ ଗ୍ରାଉଣ୍ଡରେ ଚମକିଲା ଚେନ୍ନାଇ, 7 ଓ୍ବିକେଟରେ ହାରିଲା କୋଲକାତା - IPL 2024 - IPL 2024

IPL 2024: ଆଇପିଏଲର 22ତମ ମ୍ୟାଚରେ ଚେନ୍ନାଇର ବିଜୟ । 7 ଓ୍ବିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ । ଋତୁରାଜ ଗାଏକ୍ବାଡେଙ୍କ ଲଢୁଆ ଅର୍ଦ୍ଧଶତକ । ଅଧିକ ପଢନ୍ତୁ

IPL 2024
IPL 2024
author img

By ETV Bharat Odisha Team

Published : Apr 9, 2024, 7:24 AM IST

ଚେନ୍ନାଇ: କୋଲକାତାର ବିଜୟ ଧାରାରେ ଲାଗିଲା ବ୍ରେକ, ଘରୋଇ ଗ୍ରାଉଣ୍ଡରେ ପୁଣି ଚମକିଲା ଚେନ୍ନାଇ । ଚଳିତ ଆଇପିଏଲର 22ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ହୋଇଛି । କୋଲକାତା ନାଇଟ ରାଇଡର୍ସକୁ 7 ଓ୍ବିକେଟରେ ହରାଇ ବିଜୟଧାରାକୁ ଫେରିଲା ସିଏସକେ । ଚଳିତ ସିଜିନରେ ପ୍ରଥମ ପରାଜୟ ବରଣ କଲା କୋଲକାତା । ଋତୁରାଜ ଗାଏକ୍ବାଡେଙ୍କ ଲଢୁଆ ଅର୍ଦ୍ଧଶତକ । ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହେଲେ ରବିନ୍ଦ୍ର ଜାଡେଜା । ସେ 4 ଓଭର ବୋଲିଂ କରି 18 ରନ ଦେଇ 3ଟି ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଫଟାଫଟ୍ କ୍ରିକେଟରେ ବିରଳ ରେକର୍ଡ, ୧୫୦ ମ୍ୟାଚ ଜିତି କୀର୍ତ୍ତିମାନ ସ୍ଥାପନ କଲା ଏହି ଦଳ - Mumbai Indians Records

ସୋମବାର ସନ୍ଧ୍ୟା 7ଟା 30ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ୍ ଜିତି ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ସିଏସକେ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା କେକେଆର । ଚେନ୍ନାଇ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲେ କୋଲକାତା ବ୍ୟାଟର । 20 ଓଭରରେ ଦଳ 9 ଓ୍ବିକେଟ ହରାଇ 137 ରନ କରିଥିଲା । ଦଳ ପକ୍ଷରୁ ଶ୍ରେୟସ ଆୟର 34, ସୁନିଲ ନାରାୟଣ 27 ଓ ରଘୁବଂଶୀ 24 ରନ କରିଥିଲେ । ଚେନ୍ନାଇ ପକ୍ଷରୁ ରବିନ୍ଦ୍ର ଓ ତୁଷାର 3ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ମୁସ୍ତାଫିଜୁର ରେହମାନ 2ଟି ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-କମେଡି ଶୋ'ରେ ଇମୋସନାଲ ହେଲେ ରୋହିତ, ମନେ ପକାଇଲେ ବିଶ୍ବକପ୍‌ ପରାଜୟ ଦୁଃଖ - ROHIT SHARMA IN KAPIL SHARMA SHOW

ଏହାପରେ 138 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ । ମାତ୍ର 2 ଓଭର 2 ବଲ ବାକି ଥାଇ ଦଳ ବିଜୟ ରନ ଲକ୍ଷ୍ୟ ହାସଲ କରିଥିଲା । 17.4 ବଲରେ ଦଳ 3 ଓ୍ବିକେଟ ହରାଇ 141 ରନ କରି ବିଜୟୀ ହୋଇଥିଲା । ଋତୁରାଜ ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 58 ବଲରେ 67 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିବମ ଦୁବେ 28 ଓ ଡେରି ମିଚେଲ 25 ରନ କରିଥିଲେ । କୋଲକାତା ପକ୍ଷରୁ ଆରୋରା 2ଟି, ନାରାୟଣ ଗୋଟିଏ ଓ୍ବିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.